Airtel ରୁ BSNL କରିବା ଚକ୍କରରେ ମୋର ବ୍ୟାଙ୍କରୁ କଟିଗଲା ୧୩ ଲକ୍ଷ ଟଙ୍କା

0

Get real time updates directly on you device, subscribe now.

ମୋବାଇଲରେ ସିମ ଚେଞ୍ଜ ପୋର୍ଟାବିଲିଟି କରିବା ପାଇଁ ଯାଇ ଅବସରପ୍ରାପ୍ତ ସିନିୟର ସିଟିଜେନ ୧୩ ଲକ୍ଷରୁ ଅଧିକ ଟଙ୍କା ହରାଇଲେ। ଟ୍ରାନ୍ସପୋର୍ଟ କର୍ପୋରେସନ ଅଫ ଇଣ୍ଡିଆର ପୂର୍ବତନ ରିଜିଓନାଲ ମ୍ୟାନେଜର ସଦାଶିବ ମହାନ୍ତିଙ୍କୁ ସାଇବର ଲୁଟେରା ଚୁନା ଲଗାଇଲେ। ଏପରିକି ତାଙ୍କର ଫିକ୍ସଡ ଡିପୋଜିଟରୁ ମଧ୍ୟ ସାଇବର ଲୁଟେରା ଟଙ୍କା ନେଇଯାଇଥିବାର ଅଭିଯୋଗ ହୋଇଅଛି।

ସଦାଶିବଙ୍କ ପତ୍ନୀଙ୍କର ଏକ ମୋବାଇଲକୁ ପୋର୍ଟାବିଲିଟି କରିବା ପାଇଁ ଘର ପାଖରେ ଥିବା ଏକ ଭେଣ୍ଡରଙ୍କ ନିକଟକୁ ଯାଇଥିଲେ। ପରେ ସଦାଶିବଙ୍କ ମୋବାଇଲକୁ ଏକ ନମ୍ବରରେ ମେସେଜ ଆସିଥିଲା। ଉକ୍ତ ନମ୍ବରରେ ସଦାଶିବଙ୍କୁ କଲ କରିବା ପାଇଁ କୁହାଯାଇଥିଲା। ସଦାଶିବ ସେହି ନମ୍ବରରେ କଲ କରିବା ପରେ ତାହା ସାଇବର ଫ୍ରଡର ନମ୍ବର ବୋଲି ସେ ଆଦୌ ଜାଣିପାରିନଥିଲେ। ସାଇବର ଫ୍ରଡ ତାଙ୍କୁ କୁଇକ ଆପକୁ ଡାଉନଲୋଡ କରିବା ସହିତ ୧୦ ଟଙ୍କା ପଠାଇବା ପାଇଁ କହିଥିଲା।

ଏହି ଆପକୁ ଲୋଡ କରିବା ସହ ସଦାଶିବ ନିଜର ଡେବିଟ୍ କାର୍ଡ ଡିଟେଲ ସହ ଓଟିପି ମଧ୍ୟ ଦେଇଥିଲେ। ତିନିଘଣ୍ଟା ଭିତରେ ତାଙ୍କର ମୋବାଇଲ ଆଉ କାମକରି ନଥିଲା। ସେହି ମୋବାଇଲରେ ଇଣ୍ଟରନେଟ ମୋବାଇଲ ସମ୍ବନ୍ଧୀୟ ତଥ୍ୟ ମଧ୍ୟ ଥିଲା। କିଛି ସମୟ ପରେ ମୋବାଇଲ ହ୍ୟାକ ହୋଇ ଯାଇଥିଲା ବୋଲି ପରିବାରର ଲୋକେ କହିଥିଲେ। ଏହା ପରେ ସେମାନେ ବ୍ୟାଙ୍କକୁ ଯାଇ ସମସ୍ତ ଡିଟେଲ୍ସ ବୁଝିଥିଲେ। ସେଠାରୁ ଜାଣିବାକୁ ପାଇଥିଲେକି ସେମାନେ ୧୩ ଲକ୍ଷରୁ ଅଧିକ ଟଙ୍କାର ଠକେଇର ଶିକାର ହୋଇଛନ୍ତି।

ଫିକ୍ସଡ୍ ଡିପୋଜିଟ ଟଙ୍କାକୁ ସେଭିଙ୍ଗ୍ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି ବୋଲି ସେ ଜାଣିବା ପାଇଁ ପାଇଥିଲେ। ପରେ ସେହି ଟଙ୍କାକୁ ସାଇବର ଫ୍ରଡ୍ ମୁମ୍ବାଇର ୩ଟି ବ୍ୟାଙ୍କକୁ ଟ୍ରାନ୍ସଫର କରାଯାଇଛି। ଏଥିରେ କ୍ରେଡିଟ୍ କାର୍ଡରୁ ମଧ୍ୟ ସାଇବର୍ ଠକ ୮୦ ହଜାର ଟଙ୍କା ଉଠାଇଛନ୍ତି। ତେବେ ଫିକ୍ସଡ ଡିପୋଜିଟକୁ ଭାଙ୍ଗି ସାଇବର ଲୁଟେରା କିପରି ଟଙ୍କା ନେଲେ। ଏହାଛଡ଼ା କମ ସମୟ ମଧ୍ୟରେ ଏତେ ପରିମାଣର ଟଙ୍କା ଟ୍ରାନ୍ସଫର ହେଉଥିବା ସମୟରେ ବ୍ୟାଙ୍କର କର୍ତ୍ତୃପକ୍ଷ କିପରି ଜାଣିପାରିଲେ ନାହିଁ। ତାକୁ ନେଇ ବର୍ତ୍ତମାନ ଏକ ପ୍ରଶ୍ନ ଉଠିଛି। ଏହି ଘଟଣା ପରେ ସାଇବର ଠକେଇ ହୋଇଥିବା ସଦାଶିବ ସାଇବର ସେଲରେ ଏହି ମାମଲାରେ ଏକ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.