ନିର୍ବନ୍ଧ ପରେ ବି ଅନ୍ୟ ଝିଅଙ୍କ ସହ ଚାଟିଙ୍ଗ କରୁଥିବାରୁ ପୁଅକୁ ହ-ତ୍ୟା କଲେ ବାପା,ମାଆ ଓ ଭଉଣୀ ବି ଦେଲେ ସାଥ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ମହାରାଷ୍ଟ୍ରର ସୀମାବର୍ତ୍ତୀ ଅଞ୍ଚଳ ବୁରହାନପୁର ଜିଲ୍ଲାରେ ଏକ ଚାଂଚଲ୍ୟକର ହତ୍ୟାକାଣ୍ଡର ଖୁଲାସା ହୋଇଛି। ଜଣେ ଯୁବକଙ୍କର ନିର୍ବନ୍ଧ ହେବା ପରେ ମଧ୍ୟ ଅନ୍ୟ ଜଣେ ଝିଅଙ୍କ ସହିତ ସେ ଚାଟିଂ ଜାରି ରଖିଥିବାରୁ ତାଙ୍କର ହତ୍ୟା କରାଯାଇଛି। ତେବେ ତାଙ୍କର କୌଣସି ଶତ୍ରୁ କିମ୍ବା ଅଜ୍ଞାତ ବ୍ୟକ୍ତି ହତ୍ୟା କରିନଥିଲେ ବରଂ ତାଙ୍କର ପିତାମାତା ଏବଂ ଭଉଣୀ ତାଙ୍କର ହତ୍ୟା କରିଛନ୍ତି। ସୂଚନା ଅନୁସାରେ ବୁରହାନପୁର ଜିଲ୍ଲାର ନିମ୍ବୋଲା ପୋଲିସ ଷ୍ଟେସନ ଅଞ୍ଚଳର ଧୁଲକୋଟ ଗାଁରେ ଭୀମ ସିଂ, ତାଙ୍କର ପତ୍ନୀ ଜମୁନା ବାଇ, ଝିଅ କୃଷ୍ନା ଏବଂ ପୁଅ ରାମକୃଷ୍ଣ ରହୁଥିଲେ। ଭୀମ ସିଂ ବିଦ୍ୟାଳୟର ଶିକ୍ଷକ ଅଟନ୍ତି। ତାଙ୍କର ପୁଅ ରାମକୃଷ୍ଣ କିଛି କରୁନଥିଲେ। ଭୀମ, ତାଙ୍କର ପୁଅ ରାମକୃଷ୍ଣଙ୍କର ନିର୍ବନ୍ଧ କିଛିଦିନ ପୂର୍ବରୁ କରିଦେଇଥିଲେ।

ଏହା ପରେ ମଧ୍ୟ ରାମକୃଷ୍ଣ ଅନ୍ୟ ଝିଅମାନଙ୍କ ସହ ଦୀର୍ଘ ସମୟ ଧରି ଚାଟିଂ କରୁଥିଲେ। ଏବଂ ଯଦି ପରିବାରର ସଦସ୍ୟ ତାଙ୍କୁ କୌଣସି କାମ କରିବା ପାଇଁ କହୁଥିଲେ, ତେବେ ସେ ତାହା ମଧ୍ୟ କରୁନଥିଲେ। ପରିବାରର ସଦସ୍ୟ ନିର୍ବନ୍ଧ ପରେ ରାମକୃଷ୍ଣଙ୍କୁ ଅନ୍ୟ ଝିଅମାନଙ୍କ ସହ କଥାବାର୍ତ୍ତା ହେବା ପାଇଁ ମନା କରୁଥିଲେ ମଧ୍ୟ ସେ ଆଦୌ ଶୁଣୁନଥିଲେ। ପ୍ରାୟ ଦୁଇ ସପ୍ତାହ ପୂର୍ବେ ରାମକୃଷ୍ଣଙ୍କର ନିଖୋଜ ରିପୋର୍ଟ ତାଙ୍କର ପରିବାର ସଦସ୍ୟଙ୍କ ଦ୍ୱାରା ପୋଲିସ ନିକଟରେ ଦାଖଲ କରାଯାଇଥିଲା। ଗତକାଲି ପୋଲିସ ନଦୀରେ ଭାସୁଥିବା ଅବସ୍ଥାରେ ରାମକୃଷ୍ଣଙ୍କର ମୃତଦେହକୁ ଉଦ୍ଧାର କରିଥିଲା।

ମୃତ ଦେହର ହାତ ପଛକୁ ବନ୍ଧା ହୋଇଥିଲା। ପୋଲିସ କହିଛିଯେ ରାମକୃଷ୍ଣଙ୍କୁ ତାଙ୍କର ପିତାମାତା ଏବଂ ଭଉଣୀ ବ୍ୟତୀତ ଅନ୍ୟ କେହି ହତ୍ୟା କରିନାହାଁନ୍ତି। ସେମାନେ ରାମକୃଷ୍ଣଙ୍କୁ ଘର ଭିତରେ ହତ୍ୟା କରିଥିଲେ। ତାଙ୍କର ହାତକୁ ବାନ୍ଧି ମୃତଦେହ ନଦୀରେ ଫିଙ୍ଗି ଦିଆଯାଇଥିଲା। ପୋଲିସ ମୃତ ରାମକୃଷ୍ଣଙ୍କର ପିତା, ମାତା ଏବଂ ଭଉଣୀଙ୍କୁ ଗିରଫ କରିଛି।

Leave A Reply

Your email address will not be published.