ନକଲି ସୂର୍ଯ୍ୟ ପରେ ପରେ ଏବେ ଚାଇନା ତିଆରି କଲା ଚନ୍ଦ୍ର, ଆଉ ସହରରେ ଦରକାର ହେବ ନାହିଁ ଷ୍ଟ୍ରିଟ୍‌ ଲାଇଟ୍‌

0

Get real time updates directly on you device, subscribe now.

ଚୀନ ପ୍ରାୟତଃ ସବୁବେଳେ ନିଜକୁ ଅନ୍ୟମାନଙ୍କ ଠାରୁ ଶକ୍ତିଶାଳୀ ପ୍ରମାଣିତ କରିବା ପାଇଁ ଅନେକ ପ୍ରକାର ଅଜବ ଅଜବ ପନ୍ଥାକୁ ଆପଣାଏ। କେତେବେଳେ ମହାମାନବ ତିଆରି କରେ ତ ଆଉ କେତେବେଳେ ତିଆରି କରେ ବମ ପ୍ଲାଣ୍ଟ। କିଛି ଦିନ ପୂର୍ବରୁ କୃତ୍ରିମ ସୂର୍ଯ୍ୟ ଚୀନ ତିଆରି କରିଛି। ପୃଥିବୀର ପରିବେଶକୁ ଅନୁକରଣ କରିବା ପାଇଁ ଚୀନ ‘କୃତ୍ରିମ ଚନ୍ଦ୍ର’ ନିର୍ମାଣ କରିଛି।

୨୦୨୧ ମସିହାକୁ ବେଜିଂ ପାଇଁ ସବୁଠାରୁ ସଫଳ ବର୍ଷ ବୋଲି କୁହାଯାଉଛି। ବର୍ତ୍ତମାନ ଚାଇନାର ସ୍ପେସ ପ୍ରୋଗ୍ରାମ ଆଗେଇ ଚାଲିଛି। ପୁଣି ଏଥିରେ ସେ ସଫଳ ହେଉଅଛି। ଚୀନ ବର୍ତ୍ତମାନ ଏକ କୃତ୍ରିମ ଚନ୍ଦ୍ର ତିଆରି କରିବାକୁ ଯାଉଛି, ଯାହା ନୂଆ ଟେକ୍ନୋଲୋଜିରେ ଭବିଷ୍ୟତରେ ହେବାକୁ ଥିବା ମିଶନ ବିଷୟରେ ସମସ୍ତ ସୂଚନା ଦେବା। ଏହା ସମସ୍ତ ତଥ୍ୟ ଦେବା ପାଇଁ ସାହାଯ୍ୟ ମଧ୍ୟ କରିବ। ପୃଥିବୀରେ ଚନ୍ଦ୍ରର ପରିବେଶକୁ ପରୀକ୍ଷା କରିବା ପାଇଁ ଚୀନର ବୈଜ୍ଞାନିକମାନେ ଏପରି ଏକ କୃତ୍ରିମ ଚନ୍ଦ୍ରକୁ ତିଆରି କରିଛନ୍ତି।

ଚୀନର ମହାକାଶଚାରୀଙ୍କୁ ତାଲିମ ଦେବା ପାଇଁ ଏହା ଏହା ଭଲ ଉପାୟ ହେବ ବୋଲି ସୂତ୍ରରୁ ଜଣାପଡିଛି। ଚୀନ ତିଆରି କରିଥିବା ଏହି ମିନି-ଚନ୍ଦ୍ରର ବ୍ୟାସ ହେଉଛି ପ୍ରାୟ ଦୁଇ ଫୁଟ, ଏହାର ପୃଷ୍ଠ ପଥର ଓ ଧୂଳିରେ ତିଆରି ହୋଇଅଛି। ଯାହାକି ଚନ୍ଦ୍ରରେ ଥିବା ପୃଷ୍ଠ ଭୂମି ପରି ହାଲୁକା ଅଟେ। ଏହି କୃତ୍ରିମ ଜହ୍ନକୁ ତିଆରି କରିବା ପାଇଁ ଚୀନର ଅନେକ ବୈଜ୍ଞାନିକମାନେ ସାମିଲ ହୋଇଥିଲେ। ପୁଣି ଏହା ସହିତ ପଦାର୍ଥବିଜ୍ଞାନୀମାନେ ମଧ୍ୟ ଏହି ଚନ୍ଦ୍ରରେ ମାଟି ଦେବା ପାଇଁ ଭୂମିପୂଜନ କରିଥିଲେ। ସେହି ଭୂମିର ମାଟିକୁ ପରୀକ୍ଷଣ କରାଯାଇଥିଲା, ତାପରେ ଚନ୍ଦ୍ର ପୃଷ୍ଠରେ ଏହାକୁ ବ୍ୟବହାର କରାଯାଇଥିଲା।

ଚୀନ ଏହାର ମୁନ ମିସନର ଚତୁର୍ଥ ପର୍ଯ୍ୟାୟ ସଫଳତା ହାସଲ କରିଛି। ଭବିଷ୍ୟତରେ ଚୀନ ମୁନର ମିସନ ପାଇଁ ଏକ ଗବେଷଣା କେନ୍ଦ୍ର ନିର୍ମାଣ କରିବାକୁ ଯାଉଛି। ଯାହାଫଳରେ ଚନ୍ଦ୍ର ପୃଷ୍ଠରେ ନିଜର ଅନୁସନ୍ଧାନକୁ ଜାରି ରଖିପାରିବ। ଏଥିରେ ପୁଣି ସେ ନିଜର ସ୍ପେସ ଷ୍ଟେସନ ନିର୍ମାଣ କାର୍ଯ୍ୟକୁ ଆରମ୍ଭ କରିଦେଇଛି।

Leave A Reply

Your email address will not be published.