ଜନ୍ମ ନେଲା ୪ଟି ଗୋଡ଼ ଏବଂ ୪ଟି ହାତ ଥିବା ଛୁଆ,ଲୋକମାନେ କହିଲେ – ଭଗବାନଙ୍କ ଅବତାର,ଦେଖନ୍ତୁ ଫଟୋ

0

Get real time updates directly on you device, subscribe now.

ବିହାରର କଟିହାରରେ 4ଟିଗୋଡ଼ ଏବଂ 4ଟି ହାତ ଥିବା ପିଲାର ଜନ୍ମ ହୋଇଛି । ଏହି ପିଲା ବିଷୟରେ ଆଖପାଖ ଅଞ୍ଚଳରେ ଖବର ବ୍ୟାପିବା ମାତ୍ରେ ହସ୍ପିଟାଲରେ ଲୋକଙ୍କ ଭିଡ଼ ଜମିଗଲା, ଲୋକମାନେ ମଧ୍ୟ ଏହି ପିଲାକୁ ଥରେ ଦେଖିବାକୁ ଚାହୁଁଥିଲେ । ସୋସିଆଲ ମିଡିଆରେ ମଧ୍ୟ ଏହି ପିଲାର ଫଟୋ ବହୁତ୍ ଭାଇରାଲ ହେବାରେ ଲାଗିଛି ।

ବିହାରର କଟିହାରରେ ଥିବା ସଦର ହସ୍ପିଟାଲରେ ଏହି ପିଲାର ଜନ୍ମ ହୋଇଛି । ଯେତେବେଳେ ଏହି ଅନନ୍ୟ ପିଲାର ଖବର ଆଖପାଖ ଅଞ୍ଚଳରେ ବ୍ୟାପିଲା, ସେତେବେଳେ ଲୋକମାନେ ପିଲାକୁ ଦେଖିବାପାଇଁ ଚାଲିଆସିଲେ । କିଛି ଲୋକ ଏହାକୁ ପ୍ରକୃତିର କରିସ୍ମା ବୋଲି କହୁଛନ୍ତି ତ ଆଉ କେହି କେହି କହୁଛନ୍ତି ଇଏ ଭଗବାନଙ୍କ ଅବତାର ଅଟେ । ସେହିପରି ଡାକ୍ତର କହିଛନ୍ତି ଯେ ପିଲାଟି ଫିଜିକାଲ ହ୍ୟାଣ୍ଡିକେପ୍ଟ ଅଟେ ଏବଂ ଅସାଧାରଣ ଅଟେ । ଡାକ୍ତର ଏହା ମଧ୍ୟ କହିଛନ୍ତି ଯେ ଏହାକୁ ବିରଳ ଶିଶୁ କହିବା ଉଚିତ୍ ନୁହେଁ ।

ପଶ୍ଚିମବଙ୍ଗ ବାସିନ୍ଦା ପିଲାର ବାପା କହିଛନ୍ତି ଯେ ଜନ୍ମ ହେବା ପୂର୍ବରୁ ପିଲାର ଯାଞ୍ଚ କରାଯାଇଥିଲା । ଅଲଟ୍ରାସାଉଣ୍ଡ ମଧ୍ୟ କରାଯାଇଥିଲା, କିନ୍ତୁ ଯାଞ୍ଚ ରିପୋର୍ଟରେ ଡାକ୍ତର କେବଳ ଏହା କହିଥିଲେ ଯେ ପିଲା ଠିକ୍ ଅଛି । ତେବେ ଜନ୍ମ ପରେ ପିଲା ଚର୍ଚ୍ଚାର କେନ୍ଦ୍ର ପାଲଟିଛି ।

ସେହିପରି ପିଲାର ପରିବାର ଚାହୁଁଛି ଯେ ତାଙ୍କ ପିଲା ସାଧାରଣ ଜୀବନ ଜିଉଁ, ଏଥିପାଇଁ ସର୍ଜରୀ ଦରକାର୍ ପଡ଼ିବ । କିନ୍ତୁ ପରିବାରର ଆର୍ଥିକ ଅବସ୍ଥା ଠିକ୍ ନାହିଁ, ଯେଉଁ କାରଣରୁ ସମସ୍ୟା ଆସିପାରେ ।

ଗୋପାଲଗଞ୍ଜରୁ ମଧ୍ୟ ଆସିଥିଲା ଏପରି ମାମଲା :-

ଏଠାରେ ନର୍ମାଲ ଡେଲିଭରି ସମୟରେ ଗୋଟିଏ ଅଜବ ପ୍ରକାରର ଦେଖାଯାଉଥିବା ପିଲାର ଜନ୍ମ ହେଲା । ଏହି ପିଲାଟିର ତିନୋଟି ହାତ ଏବଂ ତିନୋଟି ଗୋଡ଼ ଥିଲା । ପରିବାର ଲୋକେ ଅଲଟ୍ରାସାଉଣ୍ଡ ମଧ୍ୟ କରାଇଥିଲେ, କିନ୍ତୁ ରିପୋର୍ଟରେ ମଧ୍ୟ ଏହି କଥା ଜଣାପଡ଼ିଲା ନାହିଁ ।

Leave A Reply

Your email address will not be published.