ଏପରି ଅନେକ ଥର ଦେଖାଯାଏକି ଲୋକମାନେ ପର୍ବପର୍ବାଣୀ ସମୟରେ ନିଜର ବିଶ୍ୱାସ ପାଇଁ ପଶୁମାନଙ୍କୁ ବଳି ଦେଇଦିଅନ୍ତି। ଏହି ସମୟରେ ଏପରି କିଛି ମାମଲା ମଧ୍ୟ ସାମ୍ନାକୁ ଆସେ ଯାହା ସମ୍ପୂର୍ଣ ହଇଚଇ ସୃଷ୍ଟି କରିଦିଏ। ନିକଟ ଅତୀତରେ ଆନ୍ଧ୍ରପ୍ରଦେଶରୁ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଏକ ଛେଳି ବଳି ଦିଆଯାଉଥିଲା, କିନ୍ତୁ ବଳି କାଟୁଥିବା ସମୟରେ ଛେଳି ବଦଳରେ ଛେଳିକୁ ଧରିଥିବା ବ୍ୟକ୍ତିଙ୍କର ବେକକୁ କାଟିଦେଇଛନ୍ତି।
ଏହି ଘଟଣା ଆନ୍ଧ୍ରପ୍ରଦେଶର ଚିତ୍ତୋରରୁ ଆସିଅଛି। ରିପୋର୍ଟ ଅନୁସାରେ, ଏଠାରେ ଥିବା ବଲସାପଲ୍ଲେ ସ୍ଥିତ ଏକ ମନ୍ଦିର ଅଛି। ଏହି ମନ୍ଦିରରେ ସଂକ୍ରାନ୍ତି ଅବସରରେ ଏକ ବଳି ରୀତିନୀତି ପାଳନ କରାଯାଇଥିଲା। କୁହାଯାଇଥିଲାକି, ଆଖପାଖର ଲୋକମାନେ ପ୍ରତ୍ଯେକବର୍ଷ ସଂକ୍ରାନ୍ତି ଉତ୍ସବ ସମୟରେ ପଶୁମାନଙ୍କୁ ବଳି ଦିଅନ୍ତି ଓ ସ୍ଥାନୀୟ ୟେଲାମା ମନ୍ଦିରରେ ଏହାକୁ ଉତ୍ସର୍ଗ କରନ୍ତି। ସବୁଥର ଭଳି, ଏଥର ମଧ୍ୟ ଏହି କାର୍ଯ୍ୟକ୍ରମ ଏଠାରେ ଆୟୋଜିତ ହେଉଥିଲା।
ଏହି କାର୍ଯ୍ୟକ୍ରମ ପାଇଁ ଗୋଟିଏ ଛେଳିକୁ ଅଣାଯାଇଥିଲା ଏବଂ ଛେଳି ବଳି ଦିଆଯାଉଥିଲା। କିନ୍ତୁ ଏହି ସମୟ ମଧ୍ୟରେ ପ୍ରୋଗ୍ରାମରେ ଏପରି କିଛି ଘଟିଲା ଯାହାକୁ ନେଇ ବହୁତ ଉତ୍ତେଜନା ଦେଖାଦେଇଥିଲା। ଛେଳିର ବେକ କାଟିବାକୁ ଯାଉଥିବା ବ୍ୟକ୍ତିଙ୍କର ନାମ ହେଉଛି ଚାଲାପଥି। ଏବଂ ଛେଳି ଧରିଥିବା ବ୍ୟକ୍ତିଙ୍କର ନାମ ସୁରେଶ। ବଳିଦାନ ସମୟରେ ହଠାତ ଚଲାପଥି ଛେଳି ବଦଳରେ ସୁରେଶଙ୍କର ବେକକୁ କାଟି ଦେଇଥିଲେ। ତାଙ୍କର ବେକ କାଟିବା ମାତ୍ରେ ସେ ଛଟପଟ ହୋଇ ତଳେ ପଡ଼ି ଯାଇଥିଲେ।
ରିପୋର୍ଟରେ ଜଣେ ପୋଲିସ ଅଧିକାରୀ କହିଛନ୍ତିକି ଅଭିଯୁକ୍ତ ମଦ୍ୟପାନ କରି ନିଶାରେ ଏପରି କାମ କରିଥିଲା। ଏହି ସମୟରେ ସୁରେଶଙ୍କୁ ମଦନପାଲ ନିକଟସ୍ଥ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ସୁରେଶଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଅନ୍ୟପଟେ ନିଶା ସେବକ କରିଥିବା ଉକ୍ତ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି।