ମାତ୍ର ୧୫ ହଜାର ଟଙ୍କାରେ ଆରମ୍ଭ କରନ୍ତୁ ଏହି ବିଜନେସ, 3 ମାସରେ ରୋଜଗାର କରିବେ 3 ଲକ୍ଷ ଟଙ୍କା। ଜାଣନ୍ତୁ ଏହି ବିଜନେସ ବିଷୟରେ………
ମାର୍କେଟ ରେ ବର୍ତ୍ତମାନ ତୁଳସୀର ଡ଼ିମାଣ୍ଡ ବହୁଳ ମାତ୍ରାରେ ବଢିଯାଇଛି। ଲୋକମାନେ ନିଜର ଇମ୍ୟୁନିଟି ତଥା ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବା ଦିଗରେ ଲାଗିଛନ୍ତି। ମାର୍କେଟରେ ଇମ୍ୟୁନିଟି ବଢାଇବା ପାଇଁ ବହୁତ ସାରା ଆୟୁର୍ବେଦିକ ଓ ପ୍ରାକୃତିକ ମେଡ଼ିସିନ ମଧ୍ୟ ବନାଯାଉଛି। ଏଥିପାଇଁ ତୁଳସୀ ବର୍ତ୍ତମାନ ଚାହିଦାରେ ରହିଛି ଓ ଲୋକମାନେ ଘରେ ବହୁଳ ମାତ୍ରାରେ ଏହାର ବ୍ୟବହାର କରୁଛନ୍ତି।
ଏହାର ଚାଷ କେମିତି କରିବେ?:-
ତୁଳସୀ ଚାଷ ଜୁଲାଇ ମାସ ସମୟରେ ଭଲ ଭାବରେ ହୋଇଥାଏ। ସାମାନ୍ୟ ଗଛ ଗୁଡ଼ିକୁ 45×45 ସେଣ୍ଟିମିଟର ବ୍ୟବଧାନରେ ଲଗାଇବାକୁ ହୋଇଥାଏ। କିନ୍ତୁ RRLOC 12 ଏବଂ RRLOC 14 ପ୍ରଜାତିର ଚାରା ପାଇଁ 50×50 ସେଣ୍ଟିମିଟର ବ୍ୟବଧାନ ରଖିବାକୁ ହେବ। ଏହି ଚାରାକୁ ଲଗାଇବା ପରେ ଟିକେ ପାଣି ଛିଞ୍ଚା ଏହାଉପରେ ନିହାତି ଆବଶ୍ୟକ। ତୁଳସୀ ଚାଷର ଏକ୍ସପର୍ଟ କୁହନ୍ତି କି, ଫସଲ କାଟିବାର 10 ଦିନ ପୂର୍ବରୁ ପାଣି ଛିଞ୍ଚିବା ବନ୍ଦ କରିଦେବା ଉଚିତ।
ସଠିକ ସମୟରେ କାଟି ଦିଅନ୍ତୁ:-
ତୁଳସୀ ଗଛ ଗୁଡ଼ିକର ପତ୍ର ବଢ଼ିବା ପରେ ଏହାକୁ କାଟିବା ଉଚିତ ହୋଇଥାଏ। ଯେତେବେଳେ ଏହି ଗଛରେ ଫୁଲ ଧରିବା ଆରମ୍ଭ ହେବ ସେତେବେଳେ କାଟିବା ଉଚିତ ହୋଇଥାଏ। ଯେତେବେଳେ ଏହା 15 ରୁ 20 ମିଟର ହୋଇଯାଆନ୍ତି ସେତେବେଳେ କାଟିବା ଉଚିତ ହୋଇଥାଏ।
ଜାଣନ୍ତୁ କେଉଁଠି ଓ କେମିତି ବିକ୍ରି କରିବେ ତୁଳସୀ:-
ଏବେ ପ୍ରଶ୍ନ ଉଠୁଛି ଏହି ଫସଲକୁ କେଉଁଠି ବିକ୍ରି କରିବା ? ଆପଣଙ୍କ ଫସଲ ହେବାପରେ ଆପଣ ସିଧା ମଣ୍ଡି ଏଜେଣ୍ଟକୁ ଯୋଗାଯୋଗ କରି କିମ୍ବା ମଣ୍ଡିକୁ ଯାଇ ଗ୍ରାହକଙ୍କୁ ଯୋଗାଯୋଗ କରିବାପରେ ବିକ୍ରି କରିପାରିବେ। ଏହାସହ ଆପଣ ତୁଳସୀରେ ମେଡ଼ିସିନ କରୁଥିବା କମ୍ପାନୀକୁ ମଧ୍ୟ ଏହା ବିକ୍ରି କରିପାରିବେ। ବିକ୍ରି କରିବାରେ ଆପଣଙ୍କୁ କୌଣସି ଅସୁବିଧା ହେବନାହିଁ।
3 ମାସରେ 3 ଲକ୍ଷ ଟଙ୍କାର ଲାଭ:-
ଏଥିରେ ଆପଣଙ୍କୁ ବୁଣିବାପରେ କାଟିବା ପାଇଁ ଅଧିକ ଅପେକ୍ଷା କରିବାକୁ ପଡେନାହିଁ। ଏହା 3 ମାସ ଭିତରେ ପ୍ରସ୍ତୁତ ହେବାପରେ ଫସଲ 3 ଲକ୍ଷ ଟଙ୍କାରେ ବିକ୍ରି ହୋଇଯାଏ। ବହୁତ ସାରା ଆୟୁର୍ବେଦିକ ମେଡ଼ିସିନ ବନାଉଥିବା କମ୍ପାନୀକୁ ତୁଳସୀର ଆବଶ୍ୟକତା ପଡ଼ିଥାଏ ସେଥିପାଇଁ କମ୍ପାନୀ କଣ୍ଟ୍ରାକ୍ଟ ଜରିଆରେ ଏହାର ଚାଷ କରିଥାଏ। ଡ଼ାବର, ବୈଦ୍ୟନାଥ, ପତାଞ୍ଜାଳୀ ଭଳି କମ୍ପାନୀ ତୁଳସୀର କଣ୍ଟ୍ରାକ୍ଟ ସାଇନ କାରାଇ ଚାଷ କରିଥାନ୍ତି।
15000 ଟଙ୍କାରେ ଆପଣଙ୍କୁ ମିଳିବ 3 ଲକ୍ଷ ଟଙ୍କାର ଫାଇଦା:-
ତୁଳସୀ ଚାଷ କରିବାକୁ ହେଲେ ନାଆପଣଙ୍କୁ ବିସ୍ତୃତ ଜମିର ଆବଶ୍ୟକତା ପଡ଼ିବ ନାକି ବହୁତ ଟଙ୍କାର ଆବଶ୍ୟକ ପଡ଼ିବ। ଆପଣ କେବଳ 15000 ଟଙ୍କା ଲଗାଇ ଏହାର ଆରମ୍ଭ କରିପାରିବେ ଓ ଆପଣ ଚାହିଁବେ ଜଦି କଣ୍ଟ୍ରାକ୍ଟ ଫାର୍ମିଂ ଦ୍ୱାରା ନିଜର ବେପାର ଆରମ୍ଭ କରିପାରିବେ।