ପ୍ରାୟତଃ ଆପଣମାନଙ୍କ ମନରେ ଚନ୍ଦ୍ରକୁ ନେଇ ମନରେ ଅନେକ ପ୍ରଶ୍ନ ଓ ଉତ୍ସାହ ଭରି ରହିଥାଏ। ସେଥିପାଇଁ ବଡ଼ ବଡ଼ ଦେଶମାନେ ଚନ୍ଦ୍ରର ଗତିବିଧି ସମ୍ପର୍କରେ ଜାଣିବା ପାଇଁ ବର୍ତ୍ତମାନ ଚନ୍ଦ୍ରକୁ ସଟେଲାଇଟ ମଧ୍ୟ ପଠାଉଛନ୍ତି। ଯାହାକି ଚନ୍ଦ୍ରରେ ସବୁ ସମୟରେ ଘଟୁଥିବା ଘଟଣା ବିଷୟରେ ସବିଶେଷ ସୂଚନା ଦେଇ ପାରିବ। ସେହିପରି ଚୀନ ମଧ୍ୟ ନିଜର ଏକ ରୋବଟ ୟୁଟୁ ୨ ଚନ୍ଦ୍ରକୁ ପଠାଇଛି। ଚନ୍ଦ୍ରରେ ଯାହାବି କିଛି ହେବ ତାର ସବୁ ଠିକଣା ଚୀନକୁ ମିଳିପାରିବ।
କିନ୍ତୁ ଚନ୍ଦ୍ରରେ ଏମିତି କିଛି ଦେଖିବାକୁ ମିଳିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ପ୍ରଥମେ ଚୀନର ରୋବୋଟ ବୈଜ୍ଞାନିକଙ୍କୁ ସୂଚନା ଦେଇଥିଲାଯେ ସେଠାରେ ଏକ ରହସ୍ୟମୟ ଘର ଅଛି। କିନ୍ତୁ ପରେ ଏହା ଉପରେ ଅଧିକ ସନ୍ଧାନ କରାଯିବା ପରେ ଜଣାପଡ଼ିଥିଲାଯେ ଏହା ହେଇଛି ଏକ ଚଟାଣ ଯାହାକି ଏକ ଘର ଭଳି ଦେଖାଯାଉଛି ଓ ଏହା ଠେକୁଆ ସଦୃଶ ମଧ୍ୟ ଦେଖାଯାଏ।
ତେବେ ଚୀନର ଏହି ୟୁଟୁର ଦଳ ସେହି ଚଟାଣକୁ ଜେଡ ରେବିଟ ବୋଲି ନାମ ଦେଇଛନ୍ତି। ରୋବଟ ଏହି ଚଟାଣକୁ ଡିସେମ୍ୱର ମାସରେ ଦେଖିଥିଲା। ତେବେ ବୈଜ୍ଞାନିକମାନେ କହିଛନ୍ତିଯେ ଏହି ପଥରର ଆକାର ହିଁ ଚନ୍ଦ୍ର ପରି ଦେଖାଯାଉଛି। ଏହି ରୋବଟଟି ୨୦୧୯ ମସିହା ଜାନୁଆରୀ ମାସ ୩ ତାରିଖରେ ଚନ୍ଦ୍ର ପୃଷ୍ଠରେ ଲ୍ୟାଣ୍ଡ କରିଥିଲା। ପୁଣି ଏହି ୟୁଟୁ ରୋବଟ ପ୍ରାୟ ଏକ ମାସ ଚନ୍ଦ୍ରର ପରିକ୍ରମା କରିବାପରେ ଯାଇ ମୁନର ହଟ ଏହି ଫଟୋ ଉଠାଇଥିଲା। ଏହା ପରେ ଯାଇ ସେ ପୃଥିବୀ ପୃଷ୍ଠକୁ ଫଟୋ ପଠାଇଥିଲା।
ଠେକୁଆ ପରି ଦେଖା ଯାଉଥିବା ଚନ୍ଦ୍ର ପୃଷ୍ଠଟି ହେଉଛି ୩୮ ମିଲିୟନ ବର୍ଗ କିଲୋମିଟର। ଲୋକମାନେ ଭାବୁଥିଲେ ଏହା ଆଉ ଏକ ଚନ୍ଦ୍ର ହୋଇଥିବ ଓ ଯେଉଁଥିରେ ଅନେକ ଗୁଡ଼ିଏ ରହସ୍ୟମୟ ଜିନିଷ ରହିଥିବ। ଆଉ କିଛି ଲୋକ ଏହାକୁ ଠେକୁଆ କହୁଥିଲେ। କିନ୍ତୁ ବର୍ତ୍ତମାନ ସତ ସମସ୍ତଙ୍କ ସାମ୍ନାକୁ ଆସିଛି। ଓ ତାହା ହେଉଛି ଚନ୍ଦ୍ରର ଏକ ଅଂଶ।