ପୁଣି ଏକ ଅମାନବିକ କାର୍ଯ୍ୟ : ୧୪ ବର୍ଷୀୟ ନାବାଳିକାକୁ ଟ୍ରକ ଡ୍ରାଇଭରମାନେ କଲେ ଗ୍ୟା-ଙ୍ଗ-ରେ-ପ,ଆଉ ତା ପରେ ହ-ତ୍ୟା କରି ନଦୀକୁ ଫିଙ୍ଗିଦେଲେ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ମଧ୍ୟପ୍ରଦେଶର ଗାଲିୟର ରେ ତିନି ଲୋକ ମିଶି ୧୪ ବର୍ଷର ନାବାଳିକାକୁ କରିଲେ ରେପ୍ । ପରେ ତାକୁ ହତ୍ୟା କରି ଶବକୁ ଭିଣ୍ଡ ଜିଲ୍ଲାର ଚଁବଲ୍ ନଦୀକୁ ଫିଙ୍ଗି ଦେଇଥିଲେ । ପୋଲିସ୍ ଙ୍କ ସୂଚନା ଅନୁଯାୟୀ ଘଟଣା ୨୭ ଡିସେମ୍ବରର ଅଟେ । ଅପରାଧୀ ମାନଙ୍କୁ ଡର ଥିଲା ଯେ ନାବାଳିକା ଟି ଘରେ ଏହି ବିଷୟ ରେ କହି ନଦେଉ । ସେଥିପାଇଁ ତାର ହତ୍ୟା କରି ଦେଲେ ।

ମଧ୍ୟପ୍ରଦେଶର ଗାଲିୟର ଜିଲ୍ଲାରୁ ଏକ ହୃଦୟ ଥାରାଇଲା ପରି ଘଟଣା ସାମ୍ନା କୁ ଆସିଛି । ସେଠାରେ ୧୪ ବର୍ଷର ନାବାଳିକାକୁ ରେପ୍ କରି ହତ୍ୟା କରାଯାଇଛି । ପୋଲିସ୍ ରବିବାର ଦିନ ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରିଛି । ପୋଲିସ୍ ଅଧକ୍ଷକ ଅମିତ୍ ସଂଘି ସୋମବାର ଦିନ କହିଛନ୍ତିି ଯେ ଘଟଣାଟି ଆର ବର୍ଷ ଡିସେମ୍ବର ୨୭ ର ଅଟେ ।

ସେ ଜଣାଇଛନ୍ତି ଯେ ପୋଲିସ୍ ଏହି ମାମଲାରେ ଯେଉଁ ତିନି ଜଣଙ୍କୁ ଗିରଫ କରିଛନ୍ତି ସେମାନଙ୍କ ମଧ୍ୟରୁ ଦୁଇ ଜଣ ଟ୍ରକ୍ ଚାଳକ । ପୀଡ଼ିତା ନାବାଳିକାକୁ ତାଙ୍କର ଏକ ପୋଡସି ଓ ଦୁଇ ଟ୍ରକ୍ ଚାଳକ ନିଜ ଗାଡ଼ିରେ ଉତ୍ତର ପ୍ରଦେଶ ର ଫରଖାବାଦ୍ ନେଇ ଯିବା ପାଇଁ ପ୍ରସ୍ତାବ ଦେଇଥିଲେ ଓ ପରେ ରାସ୍ତାରେ ତିନି ଜଣ ମିଶି ରେପ୍ କରିଥିଲେ ।

ପୋଲିସ ଅଧକ୍ଷକଙ୍କ ଅନୁସାରେ ତିନି ଅପରାଧୀଙ୍କୁ ଲାଗିଲା ଜେ ସେ ଘରେ କହିଦେବ ସେଥିପାଇଁ ସେମାନେ ତାର ତଣ୍ଟି ଚିପି ହତ୍ୟା କରି ଦେଇଥିଲେ । ପରେ ତାର ଶବକୁ ଭିଂଡ ଜିଲ୍ଲା ର ଚାଁବଲ୍ ନଦୀ ରେ ଫିଙ୍ଗି ଦେଇଥିଲେ ।

ପୁଣି ଦିଲ୍ଲୀର ଆଲିପୂର୍ ଇଲାକା ରେ ୮ ବର୍ଷର ଝିଅ ଦୁଷ୍କର୍ମ ଘଟଣା ସାମ୍ନା କୁ ଆସିଛି । ଘର ଲୋକ ଅଭିଯୋଗ ପରେ ପୋଲିସ୍ ମାମଲା ରୁଜ୍ଜୁ କରିଥିଲେ । ତଦନ୍ତ ପରେ ପୋଲିସ୍ ଅପରାଧୀଙ୍କୁ ଗିରଫ କରିଛି । ଯେଉଁ ସମୟ ରେ ପୋଲିସ୍ ଅରୋପିକୁ ଧରିଲେ ସେହି ସମୟରେ ଅପରାଧୀ ଖରାପ୍ ଭିଡ଼ିଓ ଦେଖୁଥିଲା ।

ସୂଚନା ଅନୁଯାୟୀ ପୀଡ଼ିତା ଓ ପରିବାର ୩ ବର୍ଷ ହେବ ବିହାରରୁ ଦିଲ୍ଲୀ ଆସି ଥିଲେ । କାମ କରି ପୀଡ଼ିତାଙ୍କ ପରିବାର ଘର ଚଳାଇଥିଲେ । ଦିଲ୍ଲୀ ପୋଲିସଙ୍କ କହିବା ଅନୁଯାୟୀ ଶନିବାର ଅପରାହ୍ନରେ ୩ ରେ ପୀଡ଼ିତା ନିଜ ଭଉଣୀ ସହିତ ପାଖରେ ଥିବା ମନ୍ଦିରକୁ ଯାଇଥିଲା । ସେ ମନ୍ଦିର ବାହାରେ ବୁଲୁ ଥିଲା । ସେହି ସମୟରେ ସମୀର ନାମକ ଜଣେ ଆରୋପୀ ସେଠାରେ ପହଞ୍ଚି ଯାଇଥିଲା । ଝିଅଟିକୁ ଫୁସୁଲାଫୁସୁଲି କରି ପାଖରେ ଥିବା ଜଙ୍ଗଲକୁ ନେଇ ଗଲା ଓ ସେଠାରେ ତା ସହିତ ଦୁଷ୍କର୍ମ କରି ସେଠାରୁ ଫେରାର ହୋଇ ଗଲା ।

Leave A Reply

Your email address will not be published.