ଦେଖନ୍ତୁ ଭିଡିଓ : ଗାଈ ଓ ବାଛୁରୀ ଜମେଇକି ଖାଇଲେ ଗୁପଚୁପ୍, ଆଉ ଭିଡିଓ ଦେଖି ଲୋକେ କଲେ ମଜାଦାର କମେଣ୍ଟ

0

Get real time updates directly on you device, subscribe now.

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ମଧ୍ୟରେ ଜୀବଜନ୍ତୁଙ୍କ ସହ ଜଡ଼ିତ ଭିଡିଓ ଭଣ୍ଡାର ରହିଛି|ସାଧାରଣତଃ ଗୃହପାଳିତ ପଶୁଙ୍କୁ ଓ କୁକୁରରକୁ ଅଧିକ ପ୍ରେମ ମିଳିଥାଏ, କିନ୍ତୁ ଏହି ସମୟରେ ଗୋଟିଏ ଗାଈର ପ୍ରେମ ପୂର୍ଣ୍ଣ ଭିଡିଓ ଲୋକଙ୍କ ହୃଦୟ ଜିତୁଛି|ଗୁପଚୁପ ଠେଲାରୁ ଗାଈ ନିଜ ବାଛୁରୀ ସହ ମିଶି ଏହି ଡିସର ଆନନ୍ଦ ନେଉଛନ୍ତି|

ସାଧାରଣ ଭାବେ ସୁଖା ଓ ସବୁଜ ଘାସ ଖାଉଥିବା ଗାଈ ଗୁପଚୁପକୁ ଯେତିକୀ ସ୍ୱାଦର ସହ ଖାଉଛି ତାହା ଦେଖି ଆପଣଙ୍କ ହୃଦୟ ଖୁସ ହୋଇଯିବ|ଭିଡିଓରେ ଗାଈ ଓ ବାଛୁରୀର ନୀରିହତା ଲୋକଙ୍କ ହୃଦୟ ଜିତି ନେଇଛି|ଜଣେ ବ୍ୟକ୍ତି ଗାଈ ଓ ତା ବାଛୁରୀକୁ ଗୁପଚୁପ ଖୁଆଉଛି ଓ ସେ ବାର ମୁହଁ ଖୋଲି ତାକୁ ମାଗୁଛି|

ଗାଈର ପସନ୍ଦ ଖାଦ୍ୟ ଏପର୍ଯ୍ୟନ୍ତ ଆମେ ନରମ ଖାଦ୍ୟ ବୋଲି ଜାଣିଥିଲେ କିନ୍ତୁ ଭାଇରାଲ ହେଉଥିବା ଭିଡିଓକୁ ଦେଖି ଆପଣଙ୍କୁ ଲାଗିବ ଗୋମାତା ଆମ ଭଳି ଚଟୋରୀ ହୋଇଥାଏ|ଗୁଡ,ରୋଟି ଓ ଗହମର ଦଲିଆ ଭଳି ଖାଦ୍ୟକୁ ଗାଈ ଯେଭଳି ପ୍ରେମ ପୂର୍ବକ ଖାଇଥାଏ କିନ୍ତୁ ଏହି ଭିଡିଓକୁ ସେ ଗୁପଚୁପକୁ ସେତେ ଆନନ୍ଦରେ ଖାଉଛନ୍ତି|ଗାଈ ସହ ତା ଛୋଟ ବାଛୁରୀ ମଧ୍ୟ ବଡ ଆନନ୍ଦରେ ଏହି ଖଟା ମିଠା ଡିସର ଆନନ୍ଦ ନେଉଛନ୍ତି|ଜଣେ ବ୍ୟକ୍ତି ଯେମିତି ପ୍ରେମ ପୂର୍ବକ ଗୁପଚୁପ ଖୁଆଉଛି ତାହା ଦେଖି ଆପଣଙ୍କ ହୃଦୟ ଖୁସି ହୋଇଯିବ|

ଏହି ଭିଡିଓକୁ ଆଇପିଏସ୍ ଦୀପାଶୁ କାବ୍ରା ଟୁଇଟର ଏକାଉଣ୍ଟରେ ସେୟାର କରିଛନ୍ତି ଓ ଏହା ସହ କ୍ୟାପ୍ସନରେ ଲେଖିଛନ୍ତି ସମସ୍ତଙ୍କୁ ଗୁପଚୁପ ପସନ୍ଦ ଅଟେ|ଭିଡିଓ ଲୋକଙ୍କୁ ଖୁବ ପସନ୍ଦ ଆସୁଛି ଓ ଏହାକୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଦେଖି ସାରିଲେଣି ଓ ଏହାକୁ ଶହଶହ ଲୋକ ସେୟାର କରିଛନ୍ତି|ପାଖାପାଖି ୨୦୦୦ ଲୋକ ଏହାକୁ ଲାଇକ ସହ କମେଣ୍ଟ କରିଛନ୍ତି|ଜଣେ ୟୁଜର ଲେଖିଛନ୍ତି ଗାଈ କହି ପାରୁନାହିଁ କିନ୍ତୁ ଏଥିରେ ଆଉଟିକେ ମସାଲା ଦିଅ|ଆଉଜଣେ ୟୁଜର ବ୍ୟକ୍ତିର ପ୍ରଶଂସା କରିଛନ୍ତି ଯିଏ ଗୁପଚୁପ ଖୁଆଉଛି, କିଛି ଲୋକ ଏହା ଜାଣିବାକୁ ଚାହୁଁଛନ୍ତି ତେନ୍ତୁଳି ପାଣି ଗାଈକୁ ପିଆଇବା ଠିକ୍ ନା ନାହିଁ ?

Leave A Reply

Your email address will not be published.