କାମ କେବଳ ଛିଡ଼ା ହୋଇ ରହିବା,ଆଉ ତା ବଦଳରେ ଦିନକୁ ରୋଜଗାର ୧୬୦୦୦ ଟଙ୍କା ! ଜଣାନ୍ତୁ ଏହି ଚାକିରୀ ବିଷୟରେ

0

Get real time updates directly on you device, subscribe now.

କେତେଥର ଆମେ ଆମ ଜରୁରୀ କାମ ପାଇଁ ବ୍ୟାଙ୍କ କିମ୍ବା ଏମିତି ଅନ୍ୟ କୌଣସି ଜାଗାକୁ ଯାଇଥାନ୍ତି ଯାହାକି ଆମକୁ କିଛି ସମୟ ପାଇଁ ଲାଇନରେ ଛିଡ଼ା କରି ରଖିଥାଏ ଓ ଆମକୁ ଚିନ୍ତାରେ ପକାଇଥାଏ। କହିବାକୁ ଗଲେ ଲାଇନରେ ଛିଡ଼ା ହୋଇ ରହିବା କାହାକୁ ପସନ୍ଦ ନୁହେଁ। ସେହିପରି କିଛି ଲୋକ ଧୈର୍ଯ୍ୟ ରଖି ଓ ଲାଇନରେ ଛିଡା ହୋଇ 160 ପାଉଣ୍ଡ (16000 ଟଙ୍କା) ଦିନକୁ କମାଉଛନ୍ତି। ଏହି କାହାଣୀ ହେଉଛି ସେହି ବ୍ୟକ୍ତିର ଯିଏକି କେବଳ ଛିଡ଼ା ହେବାପାଇଁ ଏକଘଣ୍ଟାକୁ 20 ପାଉଣ୍ଡ ନେଉଛନ୍ତି ଓ ଗୋଟିଏ ଦିନରେ ସର୍ବମୋଟ 160 ପାଉଣ୍ଡ କମାଉଛନ୍ତି।

ଏବେ ଏହି ବ୍ୟକ୍ତି ଜଣକ କିଏ, ଆମେ ଆପଣଙ୍କୁ କହିବାକୁ ଯାଉଛୁ। ‘ଦ ସନ’ ମୁତାବିକ ଏହି ବ୍ୟକ୍ତିଙ୍କ ପରିଚୟ ଫ୍ରେଡ଼ି ବେକିଟଙ୍କ ରୂପରେ ହୋଇଥିଲା। ଫ୍ରେଡ଼ି 31 ବର୍ଷର ଅଟନ୍ତି ଓ ସେ ଲଣ୍ଡନରେ ରୁହନ୍ତି। ସେ ପେଶାରେ ଜଣେ ୱେଟର ଅଟନ୍ତି। ଫ୍ରେଡ଼ି କୁହନ୍ତି, ଯେତେବେଳେ କୌଣସି ବଡ଼ ବଡ଼ ଇଭେଣ୍ଟ ହୋଇଥାଏ ସେତେବେଳେ ସେ ଏହି ଇଭେଣ୍ଟରେ ଧାଡ଼ି ଲଗାଇଥାନ୍ତି।

କାରଣ କିଛି ଲୋକଙ୍କୁ ଟିକେଟ ଆବଶ୍ୟକ ରହିଥାଏ ଓ ତାଙ୍କ ପାଖରେ ସମୟ ନଥାଏ। ଫ୍ରେଡ଼ି କୁହନ୍ତି ଯଦି ଅପୋଲୋରେ କୌଣସି ଇଭେଣ୍ଟ ହେଉଛି ଓ ଟଙ୍କା ଥିବା ଲୋକେ ଯାହା ପାଖରେ ସମୟ ନାହିଁ ସେ ମୋତେ ଲାଇନରେ ଛିଡ଼ା ହେବାକୁ କୁହନ୍ତି। ଏହାସହ ଯେଉଁ ବ୍ୟକ୍ତିମାନେ 60 ବର୍ଷରୁ ଅଧିକ ଅଟନ୍ତି ଫ୍ରେଡ଼ି ତାଙ୍କ ପାଇଁ ମଧ୍ୟ Christian dior exhibitionରେ ଲାଇନରେ ଛିଡ଼ା ହୋଇଯାଆନ୍ତି। ଫ୍ରେଡ଼ି କୁହନ୍ତି ଏମିତିରେ ତ ଲାଇନରେ ଛିଡ଼ା ହେବାପାଇଁ ତାଙ୍କୁ ଯେଉଁ ଟଙ୍କା ମିଳେ ତାହା 3 ଘଣ୍ଟାର କାମ ଅଟେ। କିନ୍ତୁ କିଛି ଲୋକ ଟିକେଟ କିଣି ଲାଇନରେ ଛିଡ଼ା ହେବାକୁ ସମୟ ଦେଇପାରନ୍ତି ନାହିଁ ଓ ଫ୍ରେଡ଼ି ତାଙ୍କ ପାଇଁ ଲାଇନରେ ଛିଡ଼ା ହୋଇ ଟଙ୍କା କମାଇଥାନ୍ତି।

ଏତେ ସହଜ ମଧ୍ୟ ନୁହେଁ:-

ଫ୍ରେଡ଼ି କୁହନ୍ତି କେତେଥର ଖରାପ ପାଗରେ ମଧ୍ୟ ଛିଡ଼ା ହେବାକୁ ପଡ଼ିଥାଏ। ସେ କୁହନ୍ତି, ଲଣ୍ଡନରେ ଯେତେବେଳେ ଗରମ ପାଗର ପ୍ରଦର୍ଶନୀ ଚାଲିଥାଏ ସେବେ ସେ ବହୁତ ବ୍ୟସ୍ତ ରୁହନ୍ତି। ଫ୍ରେଡ଼ି ନିଜର ଏହି ସୂଚନା Taskrabbit ୱେବସାଇଟ ଜରିଆରେ ଦେଇଥିଲେ।

Leave A Reply

Your email address will not be published.