୧୦ ବର୍ଷର ଝିଅକୁ ଦୁଷ୍କର୍ମ କରି କୂଅରେ ଫିଙ୍ଗିଦେଲେ,କିନ୍ତୁ ଝିଅଟି ନିଜ ବୁଦ୍ଧି ବଳରେ ରସିରେ ଝୁଲିରହିଲା,ଆଉ ତା ପରେ …ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ସାରାଦେଶରେ ଛୋଟ ପିଲାମାନଙ୍କ ସହିତ ହେଉଥିବା ଯୌନ ଶୋଷଣ ମାମଲା ଥମିବାର ନାଁ ନେଉନାହିଁ | ବର୍ତ୍ତମାନ ଏହି ପରିପ୍ରେକ୍ଷୀରେ ଗୋଟିଏ ତାଜା ମାମଲା ମଧ୍ୟପ୍ରଦେଶର ସିହୋର ଜିଲ୍ଲାର ଇଛାବର ଥାନାର ଦୁଧଲାଇରେ ଦେଖିବାକୁ ମିଳିଛି |

ଏଠାରେ ଜଣେ ୩୦ ବର୍ଷୀୟ ବ୍ୟକ୍ତି ୧୦ ବର୍ଷର ଝିଅ ସହିତ ବଳାତ୍କାର କରିବାକୁ ଚେଷ୍ଟା କରିଛି | ଯେତେବେଳେ ସେ ଏଥିରେ ଅସଫଳ ହେଲା, ସେତେବେଳେ ସେ ଝିଅକୁ କୂଅରେ ହିଁ ଫିଙ୍ଗି ଦେଲା | ତେବେ ଝିଅଟି ହାର ମାନିଲାନାହିଁ ଏବଂ କୂଅରେ ମୋଟର ବାହାର କରାଯାଉଥିବା ରସି ସାହାରାରେ ଝୁଲି ରହିଲା |

ରାକ୍ଷସ ଝିଅ ସହିତ ଦୁଷ୍କର୍ମ କରିବାକୁ ଚେଷ୍ଟା କରି କୂଅରେ ଫିଙ୍ଗିଦେଲା :-

ଏହି ଘଟଣାଟି ଶୁକ୍ରବାର ଦିନ ସନ୍ଧ୍ୟା ସମୟର ବୋଲି କୁହାଯାଉଛି | ଝିଅଟି ଶୌଚ କରିବାକୁ ଯାଇଥିଲା | ଯେତେବେଳେ ସେ ଫେରୁଥିଲା, ସେତେବେଳେ ଦୁଧଲାଇ ବାସିନ୍ଦା ରମେଶ ମଙ୍ଗିଆ ତାକୁ ନିଜ ପାଖକୁ ଡାକିଲା ଏବଂ ଜବରଦସ୍ତି ଖେତ ଆଡକୁ ନେଇଗଲା | ଏଠାରେ ବ୍ୟକ୍ତିଜଣକ ଝିଅଟିର ଇଯତ ଲୁଟିବାକୁ ଚେଷ୍ଟା କଲା | ତେବେ ସେ କଥିତ ଭାବରେ ଏଥିରେ ଅସଫଳ ହେଲା | ତାର ଏତେ କଦର୍ଯ୍ୟ କାମ କେହି ନ ଜାଣନ୍ତୁ ଭାବି ସେ ଝିଅଟିକୁ କୂଅକୁ ଫିଙ୍ଗିଦେଲା |

ରସି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଅଟକି ରହିଲା ଝିଅଟି :-

ଝିଅଟି କୂଅରେ ପଡିବା ମାତ୍ରେ ସେ ବଞ୍ଚିବାପାଇଁ ପାଣିର ମୋଟରକୁ ବନ୍ଧାଯାଉଥିବା ରସି ଧରିନେଲା | କୂଅରେ ମଧ୍ୟ ପାଣି କମ ଥିଲା | ଏପରି ପରିସ୍ଥିତିରେ ଝିଅଟି ସେହି ରସିକୁ ଧରି ପାଣିରେ ଅଧା ଘଣ୍ଟା ଝୁଲିରହିଲା | ସେ ଏହି ସମୟରେ ସାହାଯ୍ୟ ପାଇଁ ଲଗାତାର ଭାବରେ ଚିତ୍କାର କରୁଥିଲା |

ମା କୂଅରେ ଦେଖିବା ପରେ ବାହାର କଲା :-

ସେପଟେ ଯେତେବେଳେ ଝିଅ ବହୁତ ସମୟ ପର୍ଯ୍ୟନ୍ତ ଘରକୁ ଫେରିଲା ନାହିଁ, ସେତେବେଳେ ମା ତାକୁ ଖୋଜି ଖୋଜି ଖେତ ଆଡକୁ ଗଲା | ଏଠାରେ ତାଙ୍କୁ ଗୋଟିଏ କୂଅ ପାଖରେ ଝିଅର କାନ୍ଦିବାର ଶବ୍ଦ ଶୁଣାଗଲା | ଯେତେବେଳେ ସେ କୂଅକୁ ଦେଖିଲା, ସେତେବେଳେ ତାଙ୍କ ହୋସ ଉଡ଼ିଗଲା | ଝିଅଟି କୂଅ ଭିତରେ ରସି ସାହାଯ୍ୟରେ ଝୁଲି ରହିଥିଲା | ତାପରେ ମା ପାଟି କରି ଗ୍ରାମବାସୀଙ୍କୁ ଡକାଇଲେ ଏବଂ ସମସ୍ତେ ମିଶି ଝିଅଟିକୁ ସନ୍ଧ୍ୟା ୭ଟା ୧୦ ମିନିଟ ସୁଦ୍ଧା ବାହାରକୁ ବାହାର କରିଦେଲେ |

କୂଅରୁ ବାହାର କରିବାପରେ ଝିଅକୁ ଇଛାବର ହସ୍ପିଟାଲକୁ ନିଆଗଲା | ଏଠାରେ କୂଅରେ ପଡିବା କାରଣରୁ ତାର ମୁଣ୍ଡରେ ଆଘାତ ଲାଗିଥିଲା | ଶୀଘ୍ର ପୋଲିସକୁ ଏହାର ସୂଚନା ଦିଆଗଲା | ଝିଅଟିର ବୟାନକୁ ଆଧାର କରି ପୋଲିସ ଅଭିଯୁକ୍ତ ରମେଶଙ୍କ ବିରୋଧରେ ଧାରା ୩୭୬, ୩୦୨ ପୋକ୍ସ ଆକ୍ଟ ଅଧୀନରେ ମାମଲା ରୁଜୁ କଲା | ଝିଅଟିର ମେଡିକାଲ ଟେଷ୍ଟ ମଧ୍ୟ କରାଗଲା, ଯେଉଁଥିରେ ବଳାତ୍କାର ହୋଇଥିବା କଥା ନିଶ୍ଚିତ ହେଲାନାହିଁ | ତେବେ ପୋଲିସ ଏହି ମାମଲାକୁ ଗମ୍ଭୀରତାର ସହିତ ନେଇ ଯାଞ୍ଚ ଆରମ୍ଭ କରିଦେଇଛି |

Leave A Reply

Your email address will not be published.