ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଦିନିକିଆ ସିରିଜ ପୂର୍ବରୁ ଭାରତୀୟ ଦିନିକିଆ ଦଳର ଉପ-ଅଧିନାୟକ ଯଶପ୍ରୀତ ବୁମରାହ ସାମ୍ବାଦିକ ସମ୍ମିଳନୀରେ ଅନେକ ମହତ୍ଵପୂର୍ଣ୍ଣ କଥାସବୁ କହିଛନ୍ତି। ବୁମରାହ କହିଛନ୍ତିକି, ତାଙ୍କୁ ଯଦି ସୁଯୋଗ ମିଳିଲେ ସେ ଟେଷ୍ଟରେ ଭାରତ ପାଇଁ ନେତୃତ୍ଵ ନେବାକୁ ପ୍ରସ୍ତୁତ ଅଛନ୍ତି। ବିରାଟଙ୍କର ଉପରେ ବୁମରାହ କହିଛନ୍ତିକି, ବର୍ତ୍ତମାନ ମଧ୍ୟ ବିରାଟ କୋହଲୀ ନେତୃତ୍ଵ ନେବା ମାମଲାରେ ଲୋକେଶ ରାହୁଲଙ୍କୁ ସାହାଯ୍ୟ କରିବେ। ବଡ ନିଷ୍ପତ୍ତି ନେବା ପରେ ତାଙ୍କର ଯୋଗଦାନ ରହିବ। ସିରାଜଙ୍କର ଫିଟନେସ ଉପରେ ବୁମରାହ କହିଛନ୍ତି, ସେ ସମ୍ପୂର୍ଣ ଫିଟ ଅଛନ୍ତି ଏବଂ ଦିନିକିଆ ସିରିଜ ଖେଳିବା ପାଇଁ ସେ ସମ୍ପୂର୍ଣ ପ୍ରସ୍ତୁତ ଅଛନ୍ତି।
ବୁମରାହ ପୂର୍ବତନ ଅଧିନାୟକ ବିରାଟ କୋହଲି ଟେଷ୍ଟ ଅଧିନାୟକ ପଦ ଛାଡିବା ନିଷ୍ପତ୍ତି ଉପରେ ସେ କହିଛନ୍ତିକି, ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ଅଟେ। ଆମେ ଏହାର ସମ୍ମାନ କରୁଛୁ। ମୁଁ ତାଙ୍କର ନେତୃତ୍ଵରେ ପ୍ରଥମ ଟେଷ୍ଟ ଖେଳିଛି। ସେ ଅଧିନାୟକତ୍ଵ ମାମଲାରେ ବହୁତ ସାହାଯ୍ୟ କରିବେ। ରଣନୀତି ସମୟରେ ନିଜର ପରାମର୍ଶ ଦେବେ। ଦଳର ମିଟିଂ ସମୟରେ ଏହି ବିଷୟରେ ଆମକୁ ଜଣାଇ ଦିଆଯାଇଥିଲା। ଏହା ପରେ ବିରାଟ ସାର୍ବଜନୀନ ଭାବରେ ଟେଷ୍ଟ ଅଧିନାୟକ ଛାଡୁଥିବାର ଘୋଷଣା କରିଥିଲେ। ଟେଷ୍ଟ ଅଧିନାୟକତ୍ଵ ପ୍ରଶ୍ନ ଉପରେ ଏହି ଦ୍ରୁତ ବୋଲର କହିଛନ୍ତିକି, ତାଙ୍କୁ ଯଦି ସୁଯୋଗ ମିଳେ ତେବେ ସେ ନିଶ୍ଚିତ ରୂପରେ ଦଳର ନେତୃତ୍ଵ ନେବା ପାଇଁ ପ୍ରସ୍ତୁତ ଅଛନ୍ତି। ମାତ୍ର ସେ ଏହା ପଛରେ ଧାଇଁବେ ନାହିଁ।
ଦିନିକିଆ ଦଳର ଉପ ଅଧିନାୟକ ବୁମରାହ କହିଛନ୍ତିକି, ମୁଁ ଯେତେ ସାହାଯ୍ୟ କରି ପାରିବା କଥା କରିବି। କ୍ଷେତ୍ର ରକ୍ଷଣ ସମୟରେ ମୁଁ ରାହୁଲଙ୍କୁ ସମ୍ପୂର୍ଣ ସାହାଯ୍ୟ କରିବି। ମୁଁ ଅତିରିକ୍ତ ଦାୟିତ୍ଵର ଆଦୌ ଚାପ ନେବି ନାହିଁ। ସଭିଙ୍କର ଦାୟିତ୍ଵ ନେବା ପସନ୍ଦ ଆସିଥାଏ। ମୁଁ ଯେଉଁଭଳି ଦଳରେ ଯୋଗଦାନ ଦେଇପାରିବି ଦେବି ବୋଲି ବୁମରାହ ନିଜର ମନ୍ତବ୍ୟରେ କହିଛନ୍ତି।
ଅଧିନାୟକ ବଦଳିଲେ ମଧ୍ୟ ବିଶେଷ କିଛି ଫରକ ପଡେ ନାହିଁ:-
ଭାରତୀୟ ଦଳର ଅଧିନାୟକ ପରିବର୍ତ୍ତନ ହେବା ଉପରେ ଦଳରେ କଣ ଫରକ ପଡିଥାଏ। ଏହି ପ୍ରଶ୍ନର ଉତ୍ତରରେ ବୁମରାହ କହିଛନ୍ତିକି, ମୋତେ ଏଥିରେ ବିଶେଷ କିଛି ଖାସ ଫରକ ପଡେ ନାହିଁ। ଏହା ଜରୁରୀକି, ଦଳର ସମସ୍ତ ଖେଳାଳି ଏହି ପରିବର୍ତ୍ତନକୁ କିପରି ଭାବରେ ନେଉଛନ୍ତି। ପ୍ରତ୍ଯେକ ଖେଳାଳି ଏଥିରେ ନିଜେ କେତେ ଯୋଗଦାନ ଦେଇ ପାରିବେ, ସେହି ବିଷୟରେ ଚିନ୍ତା କରିଥାନ୍ତି ବୋଲି ବୁମରାହ ନିଜର ମନ୍ତବ୍ୟରେ କହିଛନ୍ତି।