ଆଇପିଏଲ 2022 ମେଗା ଅକ୍ସନ: ନୁଆଁ ଟିମ ଅହମ୍ମଦାବାଦ ସହିତ ଏହି ତିନି ଖେଳାଳିଙ୍କ ଡ଼ିଲ ପକ୍କା ! କୋଟି କୋଟି ଟଙ୍କା କମାଇବେ ଏହି ଖେଳାଳୀ ! ଜାଣନ୍ତୁ ଏହି ତିନି ଖେଳାଳୀ କିଏ କିଏ ?

0

Get real time updates directly on you device, subscribe now.

ଆଇପିଏଲ 2022 ସିଜିନର ପ୍ରାରମ୍ଭ ମାର୍ଚ୍ଚ ଓ ଏପ୍ରିଲ ମାସରେ ବେବାକୁ ଯାଉଛି। ଏହାପୂର୍ବରୁ ବେଙ୍ଗାଲୁରୁରେ ଫେବୃଆରୀ 12 ଓ 13 ତାରିଖରେ ଏକ ମେଗା ଅକ୍ସନ ହେବାକୁ ଯାଉଛି। ଏହି ଅକ୍ସନରେ ଦୁଇଟି ନୂଆ ଟିମ ଅହମ୍ମଦାବାଦ ଓ ଲକ୍ନୌ ରହିବାକୁ ଯାଉଛନ୍ତି। ଏହି ଫ୍ରାଞ୍ଚାଇଜ ନିଜର 3-3 ଖେଳାଳି ନିଜ ପାଖରେ ରଖିବାକୁ ଯାଉଛନ୍ତି।

ଅହମ୍ମଦାବାଦ ଏହି ତିନି ଖେଳାଳିଙ୍କୁ ରିଟେନ କରିଛି:-

ଇଏସପିଏନ ରିପୋର୍ଟ ମୁତାବିକ, ଅହମ୍ମଦାବାଦ ଏହାପୂର୍ବରୁ ନିଜର ତିନି ଖେଳାଳି ବାଛି ନେଇଛି। ସେମାନେ ହେଉଛନ୍ତି ଷ୍ଟାର ଅଲ ରାଉଣ୍ଡର ହାର୍ଦିକ ପାଣ୍ଡ୍ୟା, ଓପନର ଶୁଭମାନ ଗିଲ ଓ ଅଫାଗାନୀ ସ୍ପିନର ରସିଦ ଖାନ। ହାର୍ଦିକଙ୍କୁ ଏହି ଫ୍ରାଞ୍ଚାଇଜର ଅଧିନାୟକ ପଦ ମିଳିପାରେ। ଜଣାଇଦେଉଛୁ କି, ହାର୍ଦିକ ପୂର୍ବରୁ (MI), ରସିଦ ଖାନ (SRH), ଶୁଭମାନ ଗିଲ (KKR) ପାଇଁ ପ୍ରତିନିଧିତ୍ୱ କରିଥିଲେ। ରିପୋର୍ଟ ଅନୁସାରେ, ଫ୍ରାଞ୍ଚାଇଜ ହାର୍ଦିକ ଓ ରସିଦଙ୍କୁ 15-15 କୋଟି ଓ ଶୁଭମାନଙ୍କୁ 7 କୋଟି ଦେଉଛି। କିନ୍ତୁ ନିୟମାନୁସାରେ, 15 କୋଟି, 12 କୋଟି ଓ 7କୋଟି ନିୟମ ରହିଛି।

ଅହମ୍ମଦାବାଦ ଫ୍ରାଞ୍ଚାଇଜକୁ ସିଭିସି ଗ୍ରୁପ କିଣିଛି:-

ଏହି ସିଜିନରେ ଭାଗ ନେଇଥିବା ଦୁଇଟି ନୂଆ ଟିମ ପାଖରୁ ବିସିସିଆଇକୁ 12,725 କୋଟି ଟଙ୍କା ଲାଭ ହୋଇଛି। ଲକ୍ନୌ ଟିମକୁ ସଞ୍ଜୀବ ଗୋୟନକା ଗ୍ରୁପ 7090 କୋଟି ଟଙ୍କା ଦେଇ କିଣିଥିଲେ। ଯେବେକି ବିଦେଶୀ କମ୍ପାନୀ ସିଭିସି ଗ୍ରୁପ ଅହମ୍ମଦାବାଦକୁ 5625 କୋଟି ଟଙ୍କା ଦେଇ କିଣିଛନ୍ତି।

ଅହମ୍ମଦାବାଦ ଫ୍ରାଞ୍ଚାଇଜର କୋଚିଂ ଷ୍ଟାଫ ମଧ୍ୟ ପ୍ରସ୍ତୁତ:-

ଏହି ଫ୍ରାଞ୍ଚାଇଜ ନିଜ ଦଳରେ ବୋଲିଂ କୋଚ୍ ଭାବରେ ଆଶିଷ ନେହେରା, ବ୍ୟାଟିଂରେ ଗ୍ୟାରି କର୍ଷ୍ଟନ ଓ ଇଂଲଣ୍ଡର ପୂର୍ବ ବ୍ୟାଟ୍ସମ୍ୟାନ ବିକ୍ରମ ସୋଲାଙ୍କି ମଧ୍ୟ ରହିବେ। ବିକ୍ରମ ବର୍ତ୍ତମାନ ଇଂଲଣ୍ଡ କାଉଣ୍ଟି କ୍ରିକେଟ ର ହେଡ଼ କୋଚ୍ ଓ ଡ଼ାଇରେକ୍ଟର ମଧ୍ୟ ରହିସାରିଛନ୍ତି।

ନୂଆ ଟିମ ପାଇଁ ରିଟେନ୍ସନ ନିୟମ:-

ନୂଆ ଟିମ ନିୟମ ମୁତାବିକ, ଫ୍ରାଞ୍ଚାଇଜକୁ ନିଜ ଦଳରେ ତିନୋଟି ପ୍ଲେୟାର ରଖିବାକୁ ହେବ। ସେମାନଙ୍କ ମଧ୍ୟରୁ ଦୁଇଟି ଭାରତୀୟ ଓ ଗୋଟିଏ ବିଦେଶୀ ରହିବା ଉଚିତ। ନୂଆ ଟିମ ଗୋଟିଏରୁ ଅଧିକ ଅନକ୍ୟାପଡ଼ ଖେଳାଳିଙ୍କୁ ରଖି ପାରିବନାହିଁ। ଏହିଥର ମେଗା ଅକ୍ସନରେ ରାଇଟ ଟୁ ମ୍ୟାଚ କାର୍ଡ଼ ନିୟମ ରହିବନାହିଁ।

Leave A Reply

Your email address will not be published.