ମାଆ କହିଲେ “ମୋତେ ପ୍ରେମ ହୋଇଗଲା”,ଖୁସିରେ ଛୁଆମାନେ କରାଇଲେ ବାହାଘର ! ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

ମହାରାଷ୍ଟ୍ରର ଦୁଇ ଛୁଆ ନିଜ ମାର ବିବାହ କରାଇଲେ ତାହା ପୁଣି ଧୂମଧାମରେ|ଘଟଣା ଡିସେମ୍ବର ୨୦୨୧ର ଅଟେ, ଯେତେବେଳେ ଜଣେ ଝିଅ ମା’ର ମେହେନ୍ଦି ଫଟୋ ସେୟାର କରିଥିଲେ|ସେ କହିଛନ୍ତି କିପରି ୧୫ ବର୍ଷ ପରେ ତାଙ୍କ ସିଙ୍ଗଲ ମଦର ପୁଣିଥରେ ବିବାହ କରୁଛନ୍ତି|ଲୋକଙ୍କୁ ଏହି ଛୁଆଙ୍କ ରିଅଲ ଷ୍ଟୋରି ବହୁ ପସନ୍ଦ ଆସିଛି|

“ହ୍ୟୁମାନସ୍ ଅଫ୍ ବମ୍ବେ”,ଏହି ରିୟଲ ଷ୍ଟୋରିକୁ ନିଜ ଇନଷ୍ଟାଗ୍ରାମ ଓ ଫେସବୁକରେ ସେୟାର କରିଛନ୍ତି|ଏହି ମହିଳାଙ୍କ ନାମ ସୋନୀ ସୋମାନୀ|ତାଙ୍କ ଝିଅ ଶ୍ରୀୟା କହିଲା ଯେ ,”ଯେତେବେଳେ ସୋନୀ ୧୭ ବର୍ଷର ହୋଇଥିଲେ, ସେତେବେଳେ ତାଙ୍କର ବିବାହ ହୋଇଥିଲା|ସେତେବେଳେ ତାଙ୍କର ସ୍କୁଲ ମଧ୍ୟ ପୂରା ହୋଇନଥିଲା|୧୮ ବର୍ଷ ବୟସରେ ଶ୍ରେୟା ମାନେ ମୁଁ ଜନ୍ମ ନେଲି| କିଛି ବର୍ଷ ପରେ ପୁଅ ସମୀର ଜନ୍ମ ହୋଇଥିଲେ”

ଶ୍ରେୟା କହିଛନ୍ତି ଯେ ତାଙ୍କ ବାପା ସୋନୀ ସହ ଖରାପ ବ୍ୟବହାର କରୁଥିଲେ|ସେ ତାଙ୍କୁ ମାରପିଟ କରିଥିଲେ|ଯେତେବେଳେ ସେ ପ୍ରେଗନାଂଟ ଥିଲେ ସେତେବେଳେ ମଧ୍ୟ ତାଙ୍କୁ ମାରୁଥିଲା|ସୋନୀ ଏ ଇ ତଥ୍ୟକୁ ଶାଶୁଘରେ ଜଣାଇଥିଲେ କିନ୍ତୁ ସେମାନେ ପତି ସହ ଆଡଜଷ୍ଟ କରିବାକୁ କହିଲେ|

ଶ୍ରେୟା କହିଛନ୍ତି ଯେ ପୁଣି ସେ ଓ ତାଙ୍କ ଭାଇ ଛୋଟବେଳୁ ତାଙ୍କର ମା’ଙ୍କୁ ବାପା ଗାଳିଦେବା ଦେଖିଛନ୍ତି|ଦୁଇଛୁଆ ମା’କୁ ଛାଡି ସ୍କୁଲ ମଧ୍ୟ ଯାଉନଥିଲେ କାରଣ ତାଙ୍କ ବାପା ମା’ଙ୍କୁ କାଳେ ମାରିଦେଵେ|ଯେତେବେଳେ ସେ ମା’ଙ୍କୁ ବାପାଙ୍କ ମାଡରୁ ରକ୍ଷା କରୁଥିଲେ ତାଙ୍କୁ ମଧ୍ୟ ମାରା ଯାଉଥିଲା|

କିନ୍ତୁ ସେତେବେଳେ ତାଙ୍କର ଜୀବନ ବଦଳିଗଲା ଯେତେବେଳେ ଶ୍ରୀୟା ଓ ସମୀରର ସ୍କୁଲ ବାଲେ ସୋନୀକୁ ସ୍କୁଲକୁ ଡକାଇଲେ ଓ ପଚାରିଲେ ଛୁଆମାନେ ଦୁଇମାସ ହେଲାଣି ସ୍କୁଲ କାହିଁକି ଆସୁ ନାହାନ୍ତି? ସେତେବେଳେ ସୋନୀ ଦେଖିଲେ ଏଵେ କଥା ତାଙ୍କ ଛୁଆ ଭବିଷ୍ୟତ ଉପରେ ନିର୍ଭର କରେ|ତେଣୁ ସେ ପତି ଠାରୁ ତଲାକ ନେଇଥିଲେ|

ଏହାପରେ ସେ କଲ ସେଣରଟରରେ କାମ କରି ଭରଣପୋଷଣ କରିଥିଲେ|ଏତିକି ନୁହେଁ ସେ ଚାକିରୀ ସହ ପଢ଼ାପଢ଼ି ମଧ୍ୟ କଲେ|ଯେତେବେଳେ ତାଙ୍କ ଝିଅ ୧୨ ଶ୍ରେଣୀରେ ଥିଲେ ସେତେବେଳେ ସେ ଗ୍ରାଜ୍ୟୁଏସନ ପୂରା କରିଥିଲେ|ଐହା ପରେ ସେ ଏମବିଏ କରିଥିଲେ|ପରେ ପ୍ରଡକ୍ଟ ମ୍ୟାନେଜର ଜବ ମିଳିଲା ଓ ଛୁଆଙ୍କ ଜୀବନ ବଦଳିଗଲା|

ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କ ଜୀବନରେ ଆସିଲେ|ଏହାପରେ ସେ ଡେଟ କଲେ ଓ ଛୁଆଙ୍କୁ ଏହା ସମ୍ପର୍କରେ ସୂଚନା ଦେଇଥିଲେ|ଛୁଆ ଦୁହେଁ ଖୁସି ହେଵା ସହ ଡିସେମ୍ବର ୨୦୨୧ରେ ସୋନୀ ବିବାହ କରିଥିଲେ|ଶ୍ରୀୟା କହିଛନ୍ତି ଯେତେବେଳେ ତାଙ୍କ ମା ବିବାହରେ ଫେରେ କରୁଥିଲେ ସେତେବେଳେ ତାଙ୍କୁ କାନ୍ଦ ଲାଗୁଥିଲା|ସେତେବେଳେ ତାଙ୍କର ମା ମଜାକ୍ ଭାବେ କହିଲେ ଏୟାଙ୍କୁ ଏଠାରୁ ନିଅ ନହେଲେ ମୁଁ ମଧ୍ୟ କାନ୍ଦିବି ଓ ମୋ ମେକ୍ ଅପ ଖରାପ ହେବ|ଏଵେ ସୋନୀଙ୍କ ପୂରାପୂରି ପରିବାର ରହିବା ସହ ଖୁସି ରହିଛନ୍ତି|

Leave A Reply

Your email address will not be published.