ଜାନୁଆରୀ ୨୩ ତାରିଖରେ ଆସିବ ଦେଶରେ କରୋନାର ପିକ,ଆସିବ ୭ ଲକ୍ଷରୁ ଅଧିକ କେସ,ପଢନ୍ତୁ ପୁରା ଖବର

0

Get real time updates directly on you device, subscribe now.

ଦେଶରେ ବର୍ତ୍ତମାନ ଏହି କଥାକୁ ନେଇ ଚର୍ଚ୍ଚା ହେଉଛି ଯେ କଣ କରୋନା ସଂକ୍ରମଣ ବେଗ କମି ଗଲାଣି ? ଏହି ପ୍ରଶ୍ନ ମଧ୍ୟ ଆସୁଛି ଯେ ଯେଉଁ ଏକ୍ସପର୍ଟମାନେ କରୋନାର ପିକ ଜାନୁଆରୀ ଶେଷରେ ଆସିବ ବୋଲି କହୁଥିଲେ, କଣ୍ ସେମାନଙ୍କ ଆକଳନ ଭୁଲ ପ୍ରମାଣିତ ହୋଇଗଲା । ବର୍ତ୍ତମାନ କୁହାଯାଉଛି ଯେ ଭାରତରେ କରୋନାର ପିକ ଜାନୁଆରୀ ୨୩ ତାରିଖରେ ଆସିପାରେ । ଏହି ସମୟରେ ୭ ଲକ୍ଷରୁ ଅଧିକ ମାମଲା ଦେଖାଯାଇପାରେ ।

ଗତ ୨୪ ଘଣ୍ଟା ମଧ୍ୟରେ ସାରାଦେଶରେ କରୋନାର ୨ ଲକ୍ଷ ୫୮ ହଜାର ନୂତନ ସଂକ୍ରମିତ ରୋଗୀ ମିଳିଛନ୍ତି । ଏହି ସମୟରେ ୩୮୫ ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଛି । କିଛି ରାଜ୍ୟକୁ ଛାଡି ବାକି ସ୍ଥାନରେ କରୋନାର ଗ୍ରାଫ ଉପରକୁ ଯାଉଛି ।

ପ୍ରତିଦିନ ବଢୁଛି କରୋନାର ମାମଲା :-

ସେହିପରି ଦିଲ୍ଲୀ ମୁମ୍ବାଇ ପରି ବଡ଼ ବଡ଼ ସହରରେ ସଂକ୍ରମଣର ବେଗ କମ ହୋଇଛି | ଗତ ପ୍ରାୟ ୩ ସପ୍ତାହ ମଧ୍ୟରେ କରୋନା ସଂକ୍ରମଣର ବେଗ ଦ୍ରୁତ ଗତିରେ ବଢିଥିଲା | କିନ୍ତୁ ତାଜା ଆକଳନ ଏକ୍ସପର୍ଟମାନଙ୍କୁ ଆଶ୍ଚର୍ଯ୍ୟ କରିଛି | କରୋନାର ନୂତନ ମାମଲାର ଯେଉଁ ପାର୍ଟନ ବର୍ତ୍ତମାନ ସୁଦ୍ଧା ଆସୁଥିଲା, ସେଥିରେ ପ୍ରତ୍ୟେକ ଦିନ କେସ ବଢ଼ୁଥିଲା | ଗତ ୪ ଦିନ ମଧ୍ୟରେ ନୂତନ ସଂକ୍ରମିତଙ୍କ ସଂଖ୍ୟା ଅଢେଇ ଲକ୍ଷ ଉପରେ ରହିଛି | କିନ୍ତୁ ଗତ ତିନି ଦିନ ତୁଳନାରେ ଆଜି କରୋନାର ନୂତନ କେସ ୫ ପ୍ରତିଶତ କମ ହୋଇଛି | ତେବେ ଦେଶରେ ପଜିଟିଭିଟି ରେଟ ପୂର୍ବଠାରୁ ବଢି ୧୯.୬୫ ପ୍ରତିଶତ ହୋଇଯାଇଛି |

ଆଇଆଇଟି କାନପୁରରେ ପିକକୁ ନେଇ କରିଛି ଏହି ଦାବି :-

ଆଇଆଇଟି କାନପୁରର ପ୍ରଫେସର ମନୀନ୍ଦ୍ର ଅଗ୍ରୱାଲ କହିଛନ୍ତି ଯେ ଭାରତରେ କୋଭିଡ-19 ପ୍ରାୟ ଫେବୃଆରୀ ଶେଷ ସୁଦ୍ଧା ଶେଷ ହୋଇଯିବ | ବର୍ତ୍ତମାନ ସୁଦ୍ଧା କୌଣସି ରାଜ୍ୟରେ ପିକ ଭଳି ମାମଲା ଦେଖିବାକୁ ମିଳିନାହିଁ | ତେବେ ଉତ୍ତରପ୍ରଦେଶ, ବିହାର ଭଳି ରାଜ୍ୟରେ ଆସନ୍ତା ୧ ସପ୍ତାହ ମଧ୍ୟରେ ନିଜର ପିକକୁ ପାର କରିବେ | ଆଇଆଇଟି କାନପୁରର ‘ସୂତ୍ର’ ମଡେଲ ଅନୁଯାୟୀ, ଜାନୁଆରୀ ଶେଷ ସପ୍ତାହରେ ଦେଶରେ କରୋନା ସଂକ୍ରମଣର ପିକ ହେବ |

ସେହିପରି ଏହାଉପରେ ଏକ୍ସପର୍ଟ ମଣିନ୍ଦ୍ର ଅଗ୍ରୱାଲ କହିଛନ୍ତି ଯେ ଦେଶର ମେଟ୍ରୋ ବିଷୟରେ ସୂତ୍ର ମଡେଲର ଆକଳନ ଏପର୍ଯ୍ୟନ୍ତ ସଠିକ ହୋଇନାହିଁ | ଏହା ପଛରେ ଥିବା ତର୍କ ଦିଆଯାଇଛି ଯେ କୋଭିଡ ଟେଷ୍ଟକୁ ନେଇ ଯେଉଁ ନୂତନ ଗାଇଡ଼ଲାଇନ ପ୍ରସ୍ତୁତ କରାଯାଇଛି, ସେହି କାରଣରୁ ଟେଷ୍ଟ କମିବାରେ ଲାଗିଛି | ଉଦାହରଣ ସ୍ୱରୂପ, ଦିଲ୍ଲୀରେ କରୋନା ସଂକ୍ରମଣର ପିକ ଜାନୁଆରୀ ୧୫-୧୬ କୁ କୁହାଯାଉଥିଲା | ସୂତ୍ର ମଡେଲର ଆକଳନ ଅନୁଯାୟୀ, ୪୫ ହଜାର ରୋଗୀ ପିକ ସମୟରେ ଆସିବାକୁ ଯାଉଥିଲେ | କିନ୍ତୁ ପିକ ସମୟରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ପ୍ରାୟ ୨୮ ହଜାରର ଆଖପାଖରେ ହିଁ ରହିଲା |

Leave A Reply

Your email address will not be published.