ଏହି ପାଞ୍ଚଜଣ ଝିଅ ଗର୍ବରେ ଉଚ୍ଚା କରିଦେଲେ ନିଜ କୃଷକ ବାପାର ମୁଣ୍ଡ,କିଏ ହେଲା IAS, IPS ଅଫିସର ତ କିଏ ହେଲେ ସୁପର ମଡେଲ,ଦୁଇ ଜ୍ୱାଇଁ ବି IAS

0

Get real time updates directly on you device, subscribe now.

ରାଧେଶ୍ୟାମ ଯାଦବ ହେଉଛନ୍ତି ସେହି ବ୍ୟକ୍ତି ଯିଏକି କେବେ 5 ଜଣ ଝିଅଙ୍କୁ ଜନ୍ମ ଦେବାରେ ଦୁଃଖ ଅନୁଭବ କରିନାହାଁନ୍ତି। ବରଂ ତାଙ୍କୁ କାବିଲ ବନାଇବା ପାଇଁ କେବେ ଟ୍ରକ ଚଳାଇଲେ ତ କେବେ ଡିଜେଲ ବିକିବା ଆରମ୍ଭ କରିଦେଲେ। ଏହାସହ ସେ କ୍ଷେତରେ ଚାଷ କରିବା ମଧ୍ୟ ଆରମ୍ଭ କରିଥିଲେ। ଅଧିକ ଝିଅ ହେବାରୁ ସେ ଲୋକଙ୍କ ତାନା ମଧ୍ୟ ଶୁଣିଥିଲେ। କିନ୍ତୁ ଆଜି ସେ ଗୌରବାନ୍ୱିତ ଅନୁଭବ କରୁଛନ୍ତି। କାରଣ ସବୁ ଝିଅ ବହୁତ ପାଠପଢ଼ି ଆଜି ସଫଳତା ଦିଗରେ ମାଡ଼ି ଚାଲିଛନ୍ତି। ଏହି ଘଟଣା ରାଜସ୍ଥାନର ଜୟପୁର ଜିଲ୍ଲା କୋଟପୁଟଲି ଉପଖଣ୍ଡ ଗ୍ରାମ ଶୁକ୍ଳାବାସର ଅଟେ।

ରାଧେଶ୍ୟାମ ଓ ତାଙ୍କ ପତ୍ନୀ କହିଛନ୍ତି, ଆଜି ତାଙ୍କର ପାଞ୍ଚଜଣ ଝିଅ କିଏ ଆଇଏଏସ ଅଫିସର, କିଏ ଆଇପିଏସ ଅଫିସର, କିଏ ସଫ୍ଟୱେର ଇଞ୍ଜିନିୟର ତ କିଏ ସବ ଇନ୍ସପେକ୍ଟର ହୋଇସାରିଛନ୍ତି। ସେହିପରି ତାଙ୍କର ଦୁଇଜଣ ଜ୍ୱାଇଁ ମଧ୍ୟ ଆଇଏଏସ ଅଧିକାରୀ ରହିଛନ୍ତି।

ସଞ୍ଜୁ ଯାଦବ- ସଫ୍ଟୱେର ଇଞ୍ଜିନିୟର:-

ରାଧେଶ୍ୟାମଙ୍କ ବଡ଼ ଝିଅ ସଞ୍ଜୁ ବର୍ତ୍ତମାନ ନୋଇଡ଼ାରେ ସଫ୍ଟୱେର ଇଞ୍ଜିନିୟର ଭାବରେ କାର୍ଯ୍ୟ କରୁଛନ୍ତି ଓ ତାଙ୍କର ସ୍ୱାମୀ ମଧ୍ୟ ଜଣେ ସଫ୍ଟୱେର ଇଞ୍ଜିନିୟର ଅଟନ୍ତି।

ଅନିତା ଯାଦବ- ଆଇଏଏସ ୟୁପି କ୍ୟାଡ଼ର:-

ରାଧେଶ୍ୟାମଙ୍କ ଦ୍ଵିତୀୟ ଝିଅ ଅନିତା ନିଜ ବଡ଼ ଭଉଣୀଙ୍କ ଠାରୁ ମଧ୍ୟ ଆଗରେ ରହିଛନ୍ତି ବର୍ତ୍ତମାନ ସେ ଆଇଏଏସ ୟୁପିରେ କାର୍ଯ୍ୟରତ ଅଛନ୍ତି। ତାଙ୍କ ସ୍ୱାମୀ ମଧ୍ୟ ଜଣେ ଆଇଏଏସ ଅଫିସର ଅଟନ୍ତି।

ଆଂଚଳ ଯାଦବ- ସବଇନ୍ସପେକ୍ଟର ଦିଲ୍ଲୀ ପୋଲିସ:-

ବଡ଼ ଭଉଣୀଙ୍କୁ ଦେଖି ତୃତୀୟ ନମ୍ବର୍ ଝିଅ ଆଂଚଳ ଯାଦବ ମଧ୍ୟ ପୋଲିସ ହୋଇଗଲେ। ସେ 2020 ମସିହା ଜୟପୁର ପାଖ ଚୌମୁ ନିବାସୀ ଆଇଏଏସ ପ୍ରତୀକରାଜଙ୍କୁ ବିବାହ କରିଛନ୍ତି।

ଭାବନା ଯାଦବ- ଆସିସଟାଣ୍ଟ ପ୍ରଫେସର, ପ୍ରତାପଗଢ଼:-

ରାଧେଶ୍ୟାମଙ୍କ ଚତୁର୍ଥ ଝିଅ ଭାବନା ମଧ୍ୟ ନିଜର ପ୍ରତିଭା ଦେଖାଇ ଜୟପୁରର ମହାରାଣୀ କଲେଜରୁ ଗ୍ରାଜୁଏସନ କଲେ ସେ ପ୍ରତାପଗଢ଼ କଲେଜରେ ବର୍ତ୍ତମାନ ପ୍ରଫେସର ରହିଛନ୍ତି।

ନିଶା ଯାଦବ-ମଡେଲିଂ:-

ପଞ୍ଚମ ଝିଅ ନିଶା ଯାଦବ ମଡ଼େଲିଂ କ୍ଷେତ୍ରରେ ନିଜର ପରିଚୟ ବନାଇଲେ। ନିଶା ଯାଦବ ଏଲଏଲବି ମଧ୍ୟ କରିଛନ୍ତି। ମଡ଼େଲିଂ ସହିତ ସେ ଦିଲ୍ଲୀ କୋର୍ଟରେ ମଧ୍ୟ ତାଲୁକ ରଖିସାରିଛନ୍ତି। ସେ ଇଣ୍ଡିଆର ନେକ୍ସ ଟପ ମଡେଲ 2018 ରେ ଫାଷ୍ଟ ରନର୍ସ ଅପ ରହିସାରିଛନ୍ତି। ନିଶା କହିଥିଲେ, ଆମେ ପିଲାବେଳରୁ ସଂଯୁକ୍ତ ପରିବାରରେ ରହିଆସିଛୁ ଓ ଲୋକେ ଆମ ପରିବାର ଉପର ପରିହାସ କରି କୁହନ୍ତି ଏତେ ସାରା ଝିଅ କଣ ଅଫିସର ହୋଇପାରିବେ। ଆଜି ସେମାନଙ୍କର ପରିହାସ ସବୁ ସତ୍ୟତାରେ ପରିଣତ ହୋଇଯାଇଛି।

ରାଧେଶ୍ୟାମ କୁହନ୍ତି ତାଙ୍କର ପାଞ୍ଚଜଣ ଝିଅଙ୍କ ସହିତ ଏକ ପୁଅ ଅର୍ଣ୍ଣବ ମଧ୍ୟ ରହିଛନ୍ତି ଓ ସେ କେବେବି ପୁଅ ଓ ଝିଅ ମାନଙ୍କ ଭିତରେ ଫରକ ଦେଖାଇ ନାହାଁନ୍ତି। ରାଧେଶ୍ୟାମ ଯାଦବ ଓ କମଳା ଯାଦବଙ୍କ ପାଞ୍ଚଟି ଝିଅ ସତ୍ତ୍ୱେ ସେମାନେ କେବେବି ସେମାନଙ୍କ ପାଠପଢ଼ାରେ ଅବହେଳା କରିନାହାଁନ୍ତି ପାଞ୍ଚଜଣ ଝିଅ ଦଶମ ପର୍ଯ୍ୟନ୍ତ ନିଜର ପାଠପଢା ସରକାରୀ ସ୍କୁଲରେ କରିଛନ୍ତି ଓ ଏହାପରେ ମହାରାଣୀ କଲେଜ, କାନୋଡ଼ିଆ କଲେଜ, ଟଙ୍କ ବନସ୍ଥଳୀ ବିଦ୍ୟାପୀଠ ଭଳି ଶିକ୍ଷଣୀୟ ସଂସ୍ଥାନରେ ନିଜର ସ୍ନାତକ କରିଥିଲେ।

ତାଙ୍କର ଝିଅ ଅନିତା ଯାଦବ ଆରଏଏସ ହେବାପରେ ଜୟପୁରର ଝଲାନା ଠାରେ ଆୟକର ବିଭାଗରେ ପୋଷ୍ଟେଡ଼ ରହିଛନ୍ତି। ଏହିଠାରେ ଆରଏଏସ ଘନଶ୍ୟାମଙ୍କ ସହିତ ତାଙ୍କର ବନ୍ଧୁତା ହୋଇଥିଲା। ଏହାପରେ ଉଭୟ 2015ରେ ଲଭ ମ୍ୟାରେଜ କରି ପାଠପଢା ଜାରଜ ରଖିଲେ ଓ ଉଭୟ ଆଇଏଏସ ହୋଇଥିଲେ।

Leave A Reply

Your email address will not be published.