ନାସା ଦେଲା ବଡ଼ ଚେତାବନୀ: ତିନିଦିନ ପରେ ପୃଥିବୀକୁ ଆସୁଛି ବଡ ବିପଦ ! ଜାଣନ୍ତୁ ଏହାର କାରଣ

0

Get real time updates directly on you device, subscribe now.

ବହୁତ ଲମ୍ବା ସମୟ ଆଗରୁ ମଧ୍ୟ ଆଷ୍ଟ୍ରଏଡ଼ ଗୁଡ଼ିକୁ ପୃଥିବୀ ପ୍ରତି ବିପଦ ଜୁହାଯାଉଛି। ବୈଜ୍ଞାନିକ ମାନଙ୍କ କହିବା ହେଲା ଯଦି କୌଣସି ଆଷ୍ଟ୍ରଏଡ଼ ପୃଥିବୀ ସହିତ ଧକା ଖାଉଛି ତାହେଲେ ବହୁତ ବଡ଼ ତବାହୀ ନିଶ୍ଚିତ ସୃଷ୍ଟି ହୋଇଯିବ। ପୃଥିବୀ ଚାରିପଟେ ବୁଲୁଥିବା କ୍ଷୁଦ୍ର ଗ୍ରହ ତଥା ଆଷ୍ଟ୍ରଏଡ଼ ଥରେ ପୃଥିବୀ ସହିତ ମାଡ଼ ହୋଇଥିଲା ଯାହାଦ୍ୱାରା ପୃଥିବୀରୁ ଡ଼ାଇନୋସର ଜାତୀୟ ପ୍ରାଣୀ ଲୋପ ପାଇଥିଲେ। ସେବେଠାରୁ ଏପର୍ଯ୍ୟନ୍ତ କୋୖଣସି ଆଷ୍ଟ୍ରଏଡ଼ ପୃଥିବୀ ସହିତ ମାଡ଼ ହୋଇନାହିଁ। ମଝିରେ ବହୁତ ଥର ଶୁଣିବାକୁ ମିଳିଥିଲା କି, ଆଷ୍ଟ୍ରଏଡ଼ ପୃଥିବୀ ସହିତ ମାଡ଼ ହେବାକୁ ଯାଉଛି କିନ୍ତୁ ଏହା ହୋଇପାରିନାହିଁ।

ଏବେ ଜାନୁଆରୀ 18 ତାରିଖରେ ପୃଥିବୀ ପାଖ ଦେଇ ଏକ ଆଷ୍ଟ୍ରଏଡ଼ ଗତି କରିବ। ଯାହାକୁ ଏବେପର୍ଯ୍ୟନ୍ତ ସବୁଠାରୁ ବଡ଼ ଆଷ୍ଟ୍ରଏଡ଼ ବୋଲି କୁହାଯାଉଛି ଯାହାର ନାମ 7482 (1994 PC1) ଅଟେ। ଏହି ଆଷ୍ଟ୍ରଏଡ଼ର ଲମ୍ବ 1 କିଲୋମିଟର ଓ ଏହା ପୃଥିବୀ ଠାରୁ 19.8 ଲକ୍ଷ କିଲୋମିଟର ଦୂରରେ ଅତିକ୍ରମ କରିବ। ଏଥିପାଇଁ ପୃଥିବୀକୁ ବହୁତ କମ ବିପଦ ରହିଛି। ଯଦି ଏହାର ରାସ୍ତାରେ ପରିବର୍ତ୍ତନ ଘଟେ ତାହେଲେ ଏହା ପୃଥିବୀ ପାଇଁ ବିପଦ ହୋଇଯିବ ଓ ଏହାପର୍ଯ୍ୟନ୍ତ ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସି ଏହାକୁ ବିପଦ ମାନି ଆସୁଛି।

ଯଦି ପାଗ ଉତ୍ତମ ଓ ଆକାଶ ସ୍ଵଛ ରହିବ ତାହେଲେ ଏହାକୁ ଜାନୁଆରୀ 18 ତାରିଖରେ ଆପଣ 3 ଘଟିକା 21 ମିନିଟ ସମୟରେ ପୃଥିବୀର ବାୟୁମଣ୍ଡଳ ଦେଇ ଗତି କରୁଥିବାର ଆପଣ ମାନେ ଦେଖିପାରିବେ। ଏହାକୁ ଆପଣ 6 ଇଞ୍ଚର ଟେଲିସ୍କୋପ ଜରିଆରେ ଦେଖିପାରିବେ। ପ୍ରଥମଥର ପାଇଁ 1994 ମସିହାରେ ଏହି ଆଷ୍ଟ୍ରଏଡ଼କୁ ଖୋଜା ଯାଇଥିଲା।

89 ବର୍ଷ ପୂର୍ବରୁ ଜାନୁଆରୀ 17 ତାରିଖ 1933 ମସିହାରେ ଏହି ଆଷ୍ଟ୍ରଏଡ଼ ପୃଥିବୀ ପାଖରୁ 11 ଲକ୍ଷ କିଲୋମିଟର ଦୂରରେ ଅତିକ୍ରମ କରିଥିଲା। ଏହା ଜାନୁଆରୀ 18 ତାରିଖ 2105 ମସିହାରେ ଠିକ ଏହି ଦୂରତାରେ ପୃଥିବୀ ପାଖ ଦେଇ ଅତିକ୍ରମ କରିବ। ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସି ଆଷ୍ଟ୍ରଏଡ଼ ଯେମିତି ପୃଥିବୀ ସହିତ ମାଡ଼ ହୋଇନପାରିବ ଏହାର ଟେକ୍ନୋଲୋଜି ଖୋଜିବାରେ ଲାଗି ପଡ଼ିଛନ୍ତି। ଏହାପାଇଁ ଆମେରିକୀୟ ଅନ୍ତରୀକ୍ଷ ଏଜେନ୍ସି ଡାର୍ଟ ମିଶନ ଆରମ୍ଭ କରିଦେଇଛନ୍ତି।

ଏହାପୂର୍ବରୁ ମଧ୍ୟ ନାସା ବହୁତ ସାରା ଆଷ୍ଟ୍ରଏଡ଼କୁ ପୃଥିବୀ ପାଖ ଦେଇ ଅତିକ୍ରମ କରିବାର କହିଛନ୍ତି ଓ ଏହାକୁ ବିପଦ ଶ୍ରେଣୀରେ ମଧ୍ୟ ରଖିସାରିଛନ୍ତି।

Leave A Reply

Your email address will not be published.