ବିରାଟ କୋହଲୀ ଭାରତୀୟ ଟେଷ୍ଟ ଦଳର ଅଧିନାୟକତ୍ଵ ଛାଡିବା ପରେ ସବୁଆଡେ ଆଲୋଚନା ଜାରି ଚାଲିଛି। ଏହା ସହିତ କିଛି କିମ୍ଵଦନ୍ତୀ ଖେଳାଳି ମଧ୍ୟ କୋହଲିଙ୍କୁ ସମର୍ଥନ କରିଛନ୍ତି। ୧୯୮୩ ମସିହାର ବିଶ୍ଵକପ ବିଜେତା ଦଳର ସଦସ୍ୟ ମଦନ ଲାଲ ବିରାଟ କୋହଲିଙ୍କର ନିଷ୍ପତ୍ତିରେ ଅସନ୍ତୋଷ ବ୍ୟକ୍ତ କରିଥିବା ସମୟରେ ବିଶ୍ଵକପ ବିଜେତା ଦଳର ଅଧିନାୟକ କପିଲ ଦେବ ବିରାଟକୁ ଏଥିପାଇଁ ସମର୍ଥନ କରିଛନ୍ତି। ତେବେ କପିଲ କହିଛନ୍ତିକି, କୋହଲିଙ୍କୁ ନିଜର ଅହଙ୍କାର ଛାଡିବା ପାଇଁ ପଡିବ, ଜୁନିୟରଙ୍କ ଅଧିନାୟକତ୍ଵରେ ତାଙ୍କୁ ଖେଳିବା ପାଇଁ ପଡିବ।
କପିଲ ଦେବ ମିଡ ଡେ ସହିତ ଆଲୋଚନା କରିବା ବେଳେ କହିଛନ୍ତିକି, ମୁଁ କୋହଲିଙ୍କର ନିଷ୍ପତ୍ତିକୁ ସ୍ଵାଗତ କରୁଛି। ଟି-୨୦ ଦଳର ଅଧିନାୟକ ଛାଡିବା ପରଠୁ ସେ ଅନେକ କଠିନ ସମୟ ଦେଇ ଗତି କରୁଛନ୍ତି। ନିକଟରେ ସେ ବହୁତ ଚିନ୍ତିତ ଏବଂ ଚାପଗ୍ରସ୍ତ ଥିବାର ଦେଖାଯାଉଛନ୍ତି। ତେଣୁ ଚାପ ମୁକ୍ତ ହୋଇ ଖେଳିବା ପାଇଁ ଅଧିନାୟକ ପଦ ଛାଡିବା ହିଁ ଏକ ମାତ୍ର ବିକଳ୍ପ ତାଙ୍କ ସାମ୍ନାରେ ଥିଲା।
କପିଲ ଦେବ କହିଛନ୍ତିକି, କୋହଲି ଜଣେ ପରିପକ୍ଵ ବ୍ୟକ୍ତି ଅଟନ୍ତି। ମୋତେ ବିଶ୍ଵାସ ଅଛିଯେ, ଏହି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତିକୁ ନେବା ପୂର୍ବରୁ ସେ ବହୁତ ଥର ବିଚାର ନିଶ୍ଚିତ କରିଥିବେ। ଏହା ମଧ୍ୟ ହୋଇପାରେକି ସେ ଅଧିନାୟକତ୍ଵକୁ ଉପଭୋଗ କରି ପାରୁନଥିଲେ। ଆମେ ତାଙ୍କୁ ଏଥିପାଇଁ ସମର୍ଥନ କରିବା ଉଚିତ ଏବଂ ଶୁଭକାମନା ମଧ୍ୟ ଜଣାଇବା ଉଚିତ।
କପିଲ ଦେବ ଏହା ମଧ୍ୟ କହିଛନ୍ତିକି, ଜୁନିୟର ଖେଳାଳିଙ୍କ ଅଧୀନରେ ଖେଳିବାରେ କୋହଲିଙ୍କ ପାଇଁ କୌଣସି ପ୍ରକାର ସମସ୍ୟା ହେବନାହିଁ। ସୁନିଲ ଗାଭାସ୍କର ମଧ୍ୟ ମୋ ଅଧିନାୟକତ୍ଵରେ ଖେଳିଥିଲେ। ଶ୍ରୀକାନ୍ତ ମହମ୍ମଦ ଆଝାରୁଦ୍ଦୀନଙ୍କ ଅଧୀନରେ ମଧ୍ୟ ଖେଳିଥିଲେ। ମୋ ମନରେ କୌଣସି ପ୍ରକାର ଅହଙ୍କାର ନଥିଲା। ବିରାଟ ମଧ୍ୟ ନିଜର ଇଗୋକୁ ଛାଡି କୌଣସି ଯୁବ ଖେଳାଳିଙ୍କର ଅଧୀନରେ ଖେଳିପାରିବେ। ଏହା ତାଙ୍କର କ୍ୟାରିୟର ଏବଂ ଦଳ ପାଇଁ ବହୁତ ସହାୟକ ହେବ। ବିରାଟ ନୂତନ ଅଧିନାୟକ ଏବଂ ନୂତନ ଖେଳାଳିମାନଙ୍କୁ ମାର୍ଗଦର୍ଶନ ମଧ୍ୟ କରାଇପାରିବେ। ଆମେ ବିରାଟ କୋହଲୀଙ୍କ ପରି ଖେଳାଳିଙ୍କୁ ଆଦୌ ହରାଇ ପାରିବୁ ନାହିଁ ବୋଲି ପୂର୍ବତନ ବିଶ୍ଵକପ ବିଜେତା ତଥା ଦଳର ଅଧିନାୟକ କପିଲ ଦେବ ନିଜର ମନ୍ତବ୍ୟରେ କହିଛନ୍ତି।