ନିଜ ପତ୍ନୀଙ୍କ ଉପରେ ସ୍ୱାମୀ ଲଗାଇଲେ ସ୍ପର୍ମ ଚୋରିର ଆରୋପ, ଯାଆଁଳା ପିଲା ଜନ୍ମ ହେବାପରେ ସାମ୍ନାକୁ ଆସିଲା ଏମିତି ଘଟଣା,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ତୁର୍କୀରେ ଜଣେ ମହିଳା ଓ ଜଣେ ପୁରୁଷଙ୍କ ମଧ୍ୟରେ ଅଜବ ପ୍ରକାର ଡ଼ିଲ ସାଇନ ହୋଇଥିଲା। ଡ଼ିଲ ଏହାଥିଲା କି, ସେଭତାପ ସେନସାରୀ ନାମକ ଜଣେ ମହିଳା ଓ ଜଣେ ବ୍ୟକ୍ତି (ଯାହାକୁ HST କୁହାଯାଉଛି) ସେମାନେ ନିର୍ଣ୍ଣୟ ନେଲେ କି, ସେମାନେ ବିବାହ ପୂର୍ବରୁ ଏକ ପିଲାକୁ ଜନ୍ମଦେବେ ଓ ଏହାପରେ ସେ ବିବାହ କରିବେ। 45 ବର୍ଷୀୟ ସେଭତାପ ସେନସାରୀଙ୍କୁ HST ଙ୍କ ସହିତ ପ୍ରେମ ହୋଇଗଲା ଓ ସେମାନେ ରିଲେସନସିପରେ ଆସିଥିଲେ। ଜଣାଇଦେଉଛୁ କି, HST ଜଣେ ଛାଡ଼ପତ୍ର ପାଇଥିବା ବ୍ୟକ୍ତି ଥିଲେ ଓ ତାଙ୍କର କପଡ଼ା ଉଦ୍ୟୋଗର ବଡ଼ ବ୍ୟବସାୟ ଥିଲା।

ବ୍ୟବସାୟୀଙ୍କ ସହିତ ହେଲା ଏହି ଡ଼ିଲ:-

HST ନିଜ ବ୍ୟବସାୟକୁ ବଢାଇବା ପାଇଁ ଏକ ପିଲା ଦରକାର କରୁଥିଲା ତାଙ୍କ ପାଖରେ କୌଣସି ଉତ୍ତରାଧିକାରୀ ନଥିଲେ ଓ ସେ ମହିଳାଙ୍କ ସହିତ ଡ଼ିଲ କରିଥିଲେ କି, ପୁଅ ପାଇଁ ସେ ଫର୍ଟିଲାଇଜେସନ ପ୍ରଣାଳୀ କରିବାକୁ ଚାହିଁବେ। HST କଥା ଦେଇଥିଲେ କି, ପୁଅ ହେବାପରେ ସେ ତାଙ୍କୁ ବିବାହ କରିବେ। ପିଲାଙ୍କୁ ତାଙ୍କ ନାମରେ ରେଜିଷ୍ଟର କରିବ ଓ ଆର୍ଥିକ ସହାୟତା ମଧ୍ୟ ଦେବ। ବାସ କେବଳ DNA ଟେଷ୍ଟରେ ପ୍ରମାଣିତ ହୋଇଯାଉ କି, ପିଲା ତାଙ୍କରି ଅଟେ।

ସ୍ପର୍ମକୁ ନେଇ ବିଦେଶ ଗଲେ:-

2015 ମସିହାରେ ସେଭତାପ HST ଙ୍କ ସ୍ପର୍ମକୁ ନେଇ ସାଇପ୍ରସ ଗଲେ। କାରଣ ତୁର୍କୀର ଏହି ସଂସ୍ଥା ଅବିବାହିତ ଯୋଡ଼ିକୁ ଫର୍ଟିଲାଇଜେସନ ପାଇଁ ସେବା ପ୍ରଦାନ କରିନଥାଏ।

ପ୍ରୋସେସ ପରେ ମହିଳାଙ୍କର ଦୁଇଟି ପିଲା ହେଲେ:-

ଏହାପରେ ଦୁଇଟି ମେଲ ଭ୍ରୁଣକୁ ବଛାଯାଇ ପ୍ରତ୍ୟାରୋପ କରାଗଲା ଓ 9 ମାସ ପରେ ଦୁଇଟି ଯାଆଁଳା ଛୁଆ ଜନ୍ମନେଲେ। ଏହାପରେ ମହିଳା ଯେତେବେଳେ HSTଙ୍କୁ ସର୍ତ୍ତ ପୁରା କରିବାକୁ କହିଥିଲେ ସେତେବେଳେ HST ମହିଳାଙ୍କୁ ଘରୋଇ ଦୁର୍ବ୍ୟବହାର କରିବା ଆରମ୍ଭ କରିଦେଲେ।

ମହିଳା ଅଦାଲତ ପାଖରେ ଗୁହାରି କଲେ:-

HST ତାଙ୍କ ସହିତ କୌଣସି ସମ୍ପର୍କ ନରଖିବାକୁ କହିଦେଲେ। ଏହାପରେ ମହିଳା ଅଦାଲତର ଗୁହାରି ମାଗି ତାଙ୍କୁ ପିତା ସଦୃଶ ଆଖ୍ୟା ଦେଇ 20 ଲକ୍ଷ ଟଙ୍କା ଜରିମାନା ଦେବାକୁ କୋର୍ଟ ପାଖରେ ଅନୁରୋଧ କରିଥିଲେ। ମହିଳା କହିଲେ, ସେ ମୋତେ 17 ବର୍ଷ ପର୍ଯ୍ୟନ୍ତ ମାରପିଟ କରିଆସୁଥିଲେ ଓ ପିଲା ଜନ୍ମ ହେବାପରେ ମୁଁ ଆଉ ଏହାକୁ ସହ୍ୟ କରିପାରିନଥିଲି।

ବ୍ୟକ୍ତି କହିଲେ ମୋ ସ୍ପର୍ମ ଚୋରି ହୋଇଯାଇଛି:-

HST DNA ସାମ୍ପଲ ଦେବାକୁ ମନା କରିଦେଲେ ଓ କୋର୍ଟ କୁ କହିଥିଲେ ମୋ ସ୍ପର୍ମ ଚୋରି ହୋଇଯାଇଛି। ପୋଲିସ ବର୍ତ୍ତମାନ ଏହାଉପରେ ଯାଞ୍ଚ କାର୍ଯ୍ୟ କରୁଛି। କିନ୍ତୁ ତୁର୍କୀର ଗୋଟିଏ କୋର୍ଟ ଏହା କହିଛନ୍ତି କି, ଯଦି ସେନସାରୀ ସ୍ପର୍ମ ପାଇଛନ୍ତି ତାହେଲେ HST ସ୍ବଇଛାରେ ତାଙ୍କୁ ଦେଇଛନ୍ତି।

ବର୍ତ୍ତମାନ ତାଙ୍କର ପିତୃତ୍ୱ ମାମଲା ଉପରେ କୌଣସି ନିର୍ଣ୍ଣୟ ନିଆଯାଇନାହିଁ। ଏହାପରେ ଅଦାଲତ ସ୍ୱୀକାର କରିଥିଲା କି, ସେ ହେଉଛନ୍ତି ପିଲାର ପିତା।

Leave A Reply

Your email address will not be published.