୧୦ ଜଣ ସ୍ତ୍ରୀଙ୍କ ସହିତ ରୁହନ୍ତି ଏହି ଯୁବକ,କହିଲେ – କିପରି ବଦଳିଲା ଜୀବନ ?

0

Get real time updates directly on you device, subscribe now.

ଏକାବେଳେ ୯ଜଣ ମହିଳାଙ୍କ ସହିତ ବିବାହ କରି ବ୍ରାଜିଲର ମଡେଲ ଆର୍ଥର ଓ ଉରସୋ ହେଡ଼ଲାଇନକୁ ଆସିଗଲେ | ଆର୍ଥର ପୂର୍ବରୁ ବିବାହିତ ଥିଲେ, କିନ୍ତୁ ‘Free Love’କୁ ପାଳନ କରିବା ଏବଂ ‘ଗୋଟିଏ ବିବାହ’ ବିରୋଧରେ ସେ ଆଉ ୯ଜଣ ମହିଳାଙ୍କ ସହିତ ବିବାହ କଲେ | ଏହିପରି ମୋଟ ମିଶାଇ ଆର୍ଥରଙ୍କର ୧୦ଜଣ ସ୍ତ୍ରୀ ଅଛନ୍ତି |

ତେବେ ବିବାହିତ ଆର୍ଥର ନିଜର ମୋଟାପଣ କାରଣରୁ ବହୁତ ଚିନ୍ତାରେ ରହୁଥିଲେ | ଏପରି ପରିସ୍ଥିତିରେ ସେ ଏଥିରୁ ମୁକ୍ତି ପାଇବାକୁ ସ୍ଥିର କଲେ ଏବଂ ଧୀରେ ଧୀରେ ଏକ ନୁହେଁ କି ଦୁଇ ନୁହେଁ ବରଂ ୨୮ କିଲୋ ଓଜନ କମ କଲେ | ଆର୍ଥରଙ୍କ ଓଜନ ୧୦୦ ରୁ ଅଧିକ ହୋଇଯାଇଥିଲା | ଓଜନ କମ କରିବାପରେ ଆର୍ଥର ମଡେଲିଙ୍ଗ ଆରମ୍ଭ କରିଦେଲେ | Arthur O Urso କହିଛନ୍ତି ଯେ ଯଦି ସେ ଓଜନ କମ କରିପାରି ନଥାନ୍ତେ, ତେବେ ସେ ୯ଜଣ ମହିଳାଙ୍କ ସହିତ ବିବାହ କରିପାରି ନଥାନ୍ତେ |

ଡେଲି ଷ୍ଟାର ଅନୁଯାୟୀ, ଏହା ମଧ୍ୟରେ ଯେତେବେଳେ ସେ ୯ଜଣ ମହିଳାଙ୍କ ସହିତ ଏକାବେଳେ ବିବାହ କଲେ, ସେତେବେଳେ ସେ ଚର୍ଚ୍ଚାକୁ ଆସିଗଲେ | ଆର୍ଥର ଓ ଉରସୋଙ୍କ ସବୁଠାରୁ ପ୍ରଥମ ସ୍ତ୍ରୀଙ୍କ ନାମ ହେଉଛି ଲୁଆନା କାଜାକି | ଆର୍ଥରଙ୍କ ଜୀବନ କିପରି ବଦଳିଲା, ସେ ନିଜେ କହିଛନ୍ତି |

ଆର୍ଥର ସୋମବାର ଠାରୁ ଶନିବାର ପର୍ଯ୍ୟନ୍ତ ଜିମରେ ଝାଳ ବୁହାନ୍ତି ଏବଂ ରବିବାର ଦିନ ଆରାମ କରନ୍ତି | ନିଜର ଖାଇବା ପିଇବା ବିଷୟରେ ଅର୍ଥାତ କହିଛନ୍ତି – ” ମୁଁ ଏହି ସମୟରେ ଏପରି ଖାଇବା ଖାଇନାହିଁ, ଯେଉଁଥିରେ ଲୁଣ, ଚିନି କିମ୍ବା ଫ୍ୟାଟ ଥିବ |ସନ୍ତୁଳିତ ଆହାର ନେବାପାଇଁ କଠିନ ନିୟମ ପ୍ରସ୍ତୁତ କରିଥିଲି |”

ଆର୍ଥର କହିଛନ୍ତି ଯେ ମୁଁ ଆରାମରେ ଖାଇବା ଆରମ୍ଭ କରିଦେଲି | ଘରୁ ଅଧିକ ବାହାରୁ ନଥିଲି | ଏସବୁ ମଧ୍ୟରେ ମୁଁ ଡିପ୍ରେସନକୁ ଚାଲିଗଲି, କିନ୍ତୁ ନୂତନ ଜୀବନଶୈଳୀ ଆପଣାଇ ଓଜନ କମ କରିବାରେ ସଫଳ ହେଲି | ଆର୍ଥର ଦାବି କରିଛନ୍ତି ଯେ ପ୍ରଭାବଶାଳୀ ଓଜନ(ପ୍ରାୟ ୨୮ କିଲୋ) ହ୍ରାସ କରିବାପରେ ତାଙ୍କ ଜୀବନ ବହୁତ ସହଜ ହୋଇଯାଇଛି | ବର୍ତ୍ତମାନ ତାଙ୍କର ଆକର୍ଷଣୀୟ ଲୁକ ଉପରେ ମହିଳାମାନେ ଫିଦା ହେଉଛନ୍ତି |

ଏହା ପୂର୍ବରୁ ଆର୍ଥର ଏବଂ ତାଙ୍କ ସ୍ତ୍ରୀ ଲୁଆନା ସାରା ଦୁନିଆର ଲୋକଙ୍କୁ ଏହା କହି ଆଶ୍ଚର୍ଯ୍ୟ କରିଥିଲେ ଯେ ସେ ସବସ୍କ୍ରିପସନ ଆଧାରିତ ଗୋଟିଏ ୱେବସାଇଟରେ ପ୍ରତି ମାସରେ ୫୦ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରୁଛନ୍ତି | ନିଜ ଓପନ ରିଲେସନସିପକୁ ନେଇ ଆର୍ଥର ଏବଂ ଲୁଆନା ବହୁତ ଚର୍ଚ୍ଚାରେ ରହିଛନ୍ତି |

Leave A Reply

Your email address will not be published.