ATM ରୁ କ୍ୟାସ ବାହାର କରିବା ସମୟରେ ଗ୍ରୀନ ଲାଇଟ ଉପରେ ଧ୍ୟାନ ରଖନ୍ତୁ, ନଚେତ ଖାଲି ହୋଇଯିବ ଆକାଉଣ୍ଟ !

0

Get real time updates directly on you device, subscribe now.

ଯେକୌଣସି ବିପଦରୁ ବଞ୍ଚାଇପାରେ ସାବଧାନତା :-

କହିବାକୁ ଗଲେ ଟିକେ ସାବଧାନତା ଆପଣଙ୍କୁ ଯେକୌଣସି ପ୍ରକାରର ବିପଦରୁ ବଞ୍ଚାଇପାରେ | ଆପଣ ଏଟିଏମରୁ ପଇସା ବାହାର କରିବା ପୂର୍ବରୁ ଯାଞ୍ଚ କରିବା ଉଚିତ ଯେ ଆପଣ ଯେଉଁ ଏଟିଏମରୁ ପଇସା ବାହାର କରୁଛନ୍ତି, ତାହା କେତେ ସୁରକ୍ଷିତ ଅଟେ | ଏଟିଏମରେ ସବୁଠାରୁ ଅଧିକ ବିପଦ କାର୍ଡ କ୍ଲୋନିଙ୍ଗ ଦ୍ୱାରା ହୋଇଥାଏ | ଏଠାରେ ଆମେ ଆପଣଙ୍କୁ କହୁଛୁ ଯେ କିପରି ଭାବେ ଆପଣଙ୍କ ଡିଟେଲ ଚୋରି ହୋଇପାରେ …

ଏହିପରି ଭାବେ ଚୋରି ହୋଇପାରେ ଆପଣଙ୍କ ଡିଟେଲ :-

ହ୍ୟାକର ଯେକୌଣସି ଗ୍ରାହକଙ୍କ ଡାଟା ଏଟିଏମ ମେସିନରେ କାର୍ଡ ଲଗାଯାଉଥିବା ସ୍ଲଟରୁ ଚୋରି କରି ନେଇଥାଏ | ସେମାନେ ଏଟିଏମ ମେସିନର କାର୍ଡ ସ୍ଲଟରେ ଏପରି ଡିଭାଇସ ଲଗାଇ ଦିଅନ୍ତି, ଯାହା ଆପଣଙ୍କ କାର୍ଡର ସବୁ ସୂଚନା ସ୍କାନ କରିନିଏ | ଏହାପରେ ସେମାନେ ବ୍ଲୁଟ୍ୟୁଥ କିମ୍ବା କୌଣସି ଅନ୍ୟ ୱେୟାରଲେସ ଡିଭାଇସରୁ ଡାଟା ଚୋରି କରି ନେଇଯାନ୍ତି |

ଏହି କଥାଗୁଡ଼ିକ ଉପରେ ଧ୍ୟାନ ରଖିବା ଉଚିତ :-

ଆପଣଙ୍କ ଦେବିଟ କାର୍ଡର ସମ୍ପୂର୍ଣ୍ଣ ଆକ୍ସେସ ନେବାପାଇଁ ହ୍ୟାକର ପାଖରେ ଆପଣଙ୍କ ପିନ ନମ୍ବର ରହିବା ଜରୁରୀ ଅଟେ | ହ୍ୟାକର ପିନ ନମ୍ବରକୁ କୌଣସି କ୍ୟାମେରାରୁ ଟ୍ରାକ କରିପାରନ୍ତି | ଏଥିରୁ ବଞ୍ଚିବାପାଇଁ ଆପଣ ଯେବେ ବି ଏଟିଏମରେ ନିଜ ପିନ ନମ୍ବର ଏଣ୍ଟର କରୁଛନ୍ତି, ସେତେବେଳେ ତାକୁ ଅନ୍ୟ ହାତ ଦ୍ୱାରା ଲୁଚାଇ ଦିଅନ୍ତୁ | ଯେପରିକି ତାର ଇମେଜ ସିସିଟିଭି କ୍ୟାମେରାରେ ଯାଇନପାରିବ |

କାର୍ଡ ସ୍ଲଟକୁ ଭଲ ଭାବେ ଦେଖନ୍ତୁ :-

ଯେତେବେଳେ ଆପଣ ଏଟିଏମକୁ ଯାଉଛନ୍ତି, ସେତେବେଳେ ଏଟିଏମ ମେସିନର କାର୍ଡ ସ୍ଲଟକୁ ଭଲ ଭାବରେ ଦେଖନ୍ତୁ | ଯଦି ଆପଣଙ୍କୁ ଲାଗୁଛି ଯେ ଏଟିଏମ କାର୍ଡ ସ୍ଲଟରେ କୌଣସି ଜାଲିଆତି କରାଯାଇଛି କିମ୍ବା ସ୍ଲଟ ଢିଲା ଅଛି କିମ୍ବା ଅନ୍ୟ କୌଣସି ପ୍ରକାରର ଗଡବଡ ରହିଛି, ତେବେ ତାକୁ ବ୍ୟବହାର କରନ୍ତୁ ନାହିଁ |

ଗ୍ରୀନ ଲାଇଟ ନ ଜଳିଲେ ନିଅନ୍ତୁ ନାହିଁ ରିସ୍କ :-

କାର୍ଡ ସ୍ଲଟରେ କାର୍ଡ ଲଗାଇବା ସମୟରେ ସେଥିରେ ଜଳୁଥିବା ଲାଇଟ ଉପରେ ଧ୍ୟାନ ଦିଅନ୍ତୁ | ଯଦି ସ୍ଲଟରେ ଗ୍ରୀନ ଲାଇଟ ଜଳୁଛି, ତେବେ ଏଟିଏମ ସୁରକ୍ଷିତ ଅଟେ | କିନ୍ତୁ ସେଥିରେ ନାଲି କିମ୍ବା ଅନ୍ୟ କୌଣସି ଲାଇଟ ଜଳଉନାହିଁ, ତେବେ ଏଟିଏମକୁ ୟୁଜ କରନ୍ତୁ ନାହିଁ | ଏହା କୌଣସି ପ୍ରକାରର ଗଡବଡର ସଂକେତ ହୋଇପାରେ |

ପୋଲିସ ସହିତ ଯୋଗାଯୋଗ କରିପାରିବେ :-

ଯଦି ଆପଣଙ୍କୁ କେବେ ଲାଗିବ ଯେ ଆପଣ ହ୍ୟାକରମାନଙ୍କ ଜାଲରେ ଫସି ଯାଇଛନ୍ତି ଏବଂ ବ୍ୟାଙ୍କ ମଧ୍ୟ ବନ୍ଦ ଅଛି, ତେବେ ଆପଣ ପୋଲିସ ସହିତ ଯୋଗାଯୋଗ କରନ୍ତୁ | ଯେତେ ଶୀଘ୍ର ସମ୍ଭବ ଏହାର ସୂଚନା ପୋଲିସକୁ ଦେଲେ ଆପଣଙ୍କୁ ସେଠାରୁ ଫିଙ୍ଗର ପ୍ରିଣ୍ଟ ମିଳିପାରେ | ଆପଣ ଏହା ମଧ୍ୟ ଦେଖିପାରିବେ ଯେ ଆପଣଙ୍କ ଆଖପାଖ କାହାର ବ୍ଲ୍ୟୁଟ୍ୟୁଥ କନେକ୍ସନ କାମ କରୁଛି, ଏହାଦ୍ୱାରା ସେହି ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚିବାରେ ସହଜ ହେବ |

Leave A Reply

Your email address will not be published.