ଦୁନିଆ ସାମ୍ନାକୁ ଆସିଲା ଚୀନର ଅସଲ ଚେହେରା, କରୋନା ରୋଗୀଙ୍କୁ ଏମିତି ରହିବାକୁ କରୁଛି ବାଧ୍ୟ। ଦେଖନ୍ତୁ ଫୋଟୋ

0

Get real time updates directly on you device, subscribe now.

ଯେବେଠାରୁ କରୋନା ମହାମାରୀ ଆସିଛି ସେବେଠାରୁ ଚୀନରେ ଏହାର ମାମଲା ବହୁତ କମ ଆସୁଛି। ନୂଆ ଭ୍ୟାରିଏଣ୍ଟ ଆସିବାପରେ ଭାରତ ବର୍ତ୍ତମାନ ତୃତୀୟ ଲହର ଭିତରକୁ ପ୍ରବେଶ କରିସାରିଛି। କିନ୍ତୁ ଚୀନର ମାମଲା ଏବେବି ହଇରାଣ କରିବା ଭଳି ରହିଛି। ଆମେରିକା, ଭାରତ ଓ ବ୍ରିଟେନରେ ପ୍ରତିଦିନ ଲକ୍ଷାଧିକ କେସ ସାମ୍ନାକୁ ଆସୁଛି। କିନ୍ତୁ ଚୀନର ଏହି ମାମଲାକୁ ଦେଖିଲେ ସନ୍ଦେହ ଜାତ ହେଉଛି। ଏବେ ସୋସିଆଲ ମିଡ଼ିଆରେ ଏମିତି ଏକ ଭିଡ଼ିଓ ଭାଇରାଲ ହୋଇଛି, ଯେଉଁଥିରେ ସହସ୍ର ଲୋକଙ୍କୁ ମେଟାଲ ବକ୍ସରେ ରହିବାକୁ ବାଧ୍ୟ କରାଯାଉଛି।

ମେଟାଲ ବକ୍ସରେ ରହିବାକୁ ବାଧ୍ୟ କରୁଛନ୍ତି ଚୀନ ସରକାର:-

ଚୀନ ରେ ଏତେ ସାରା ମେଟାଲ ବକ୍ସ ଦେଖି ଜଣାପଡ଼ୁଛି କି, ସେଠାରେ ମାମଲା ଶହେ ଉପରେ ନୁହେଁ ବରଂ ହଜାର ଉପରେ ରହିଛି। କିନ୍ତୁ ସତକଥା ଠାରୁ ଆମେ ଏବେବି ଅଜଣା ରହିଛୁ। ଡେଲି ମେଲ ଖବର ଅନୁସାରେ, ଚୀନ କରୋନା ଭାଇରସର ନୂଆ ଭ୍ୟାରିଏଣ୍ଟକୁ ଅଟକାଇବା ପାଇଁ ଲୋକଙ୍କ ଉପରେ ଶକ୍ତ ନିୟମ ଲଗାଇଛି। ଚୀନ ନିଜର ‘ଜିରୋ କୋଭିଡ଼ ପଲିସି’ ଅନ୍ତର୍ଗତ ଲୋକଙ୍କ ଉପରେ କଠୋର ନିୟମ ଲାଗୁ କରିଛି। ଲକ୍ଷାଧିକ ଲୋକଙ୍କୁ କ୍ବାରେଣ୍ଟାଇନ ମଧ୍ୟରେ ରଖାଯାଇଛି। ବେଜିଂ ଆର ମାସରେ ଶୀତ ଅଲମ୍ପିକସ ଆରମ୍ଭ କରିବାକୁ ଯାଉଛି।

ଅଧରାତିରେ ଘର ଛାଡ଼ି କ୍ୱାରେଣ୍ଟାଇନରେ ରହିବାକୁ ବାଧ୍ୟ:-

ଡେଲି ମେଲ ଖବର ଅନୁସାରେ, ଗର୍ଭବତୀ ମହିଳା, ପିଲା, ବୃଦ୍ଧଲୋକ ଓ ଝିଅ ମାନଙ୍କୁ ବେଡ଼ ଓ ଶୌଚାଳୟ ସହିତ ଅଟାଚ ଏହି ମେଟାଲ ବକ୍ସରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ରହିବାକୁ ବାଧ୍ୟ କରାଯାଉଛି। ହୁଏତ ସେହି ଅଞ୍ଚଳରେ ଗୋଟିଏ ବି ମାମଲା ସାମ୍ନାକୁ ନଆସିଥାଉ ତାଙ୍କୁ ରହିବାକୁ ହେବ। କିଛି ଅଞ୍ଚଳରେ କୁହାଯାଇଥିଲା କି, ସେମାନେ ନିଜର ଘର ଛାଡ଼ି କ୍ୱାରେଣ୍ଟାଇନ ସେଣ୍ଟରରେ ରହିବାକୁ ହେବ।

2 କୋଟି ଲୋକ ନିଜ ଘରେ କଏଦ ହୋଇ ରହିଛନ୍ତି, ଖାଦ୍ୟ କିଣିବାକୁ ମଧ୍ୟ ଲାଗିଛି ବ୍ୟାନ:-

ଚୀନ ରେ ଅନିବାର୍ଯ୍ୟ ଟ୍ରାକ ଆଣ୍ଡ ଟ୍ରେସ ଆପର ଅର୍ଥ ହେଉଛି ପାଖାପାଖି ସମ୍ପର୍କରେ ଆସୁଥିବା ଲୋକଙ୍କ ପତା ଲଗାଯାଇ ତାଙ୍କୁ ଯଥାଶୀଘ୍ର କ୍ୱାରେଣ୍ଟାଇନ କରିଦିଆଯିବ। ରିପୋର୍ଟ ଅନୁସାରେ, ପାଖାପାଖି 20 ମିଲିୟନ ଲୋକ ଚୀନରେ ତାଙ୍କ ଘରେ କଏଦ ହୋଇ ରହିଛନ୍ତି ଓ ଖାଦ୍ୟ ଖାଇବା ପାଇଁ ମଧ୍ୟ ତାଙ୍କ ଘରୁ ମଧ୍ୟ ବାହାରକୁ ଯାଇ ପାରିବେନାହିଁ।

Leave A Reply

Your email address will not be published.