ନିଜ ବୟଫ୍ରେଣ୍ଡକୁ ଫସାଇବା ପାଇଁ 30ଟି ଫେକ ଇଂଷ୍ଟାଗ୍ରାମ ଆକାଉଣ୍ଟ ବନାଇଲା ଗାର୍ଲଫ୍ରେଣ୍ଡ। ଏହାପରେ ଯାହାହେଲା ଆପଣ ଭାବି ପାରିବେ ନାହିଁ
ଲୋକ ଯେତେବେଳେ ପ୍ରେମରେ ଅସଫଳ ହୋଇଯାଆନ୍ତି ଏହାପରେ ନିଜର ପ୍ରେମିକ କିମ୍ବା ପ୍ରେମିକା ଫସାଇବା ପାଇଁ ବିଭିନ୍ନ ଷଡ଼ଯନ୍ତ୍ର ରଚିଥାଆନ୍ତି। ଏମିତି ହିଁ ଜଣେ ଯୁବତୀ ନିଜର ଏକ୍ସ ବୟଫ୍ରେଣ୍ଡକୁ ଫସାଇବା ପାଇଁ ଏମିତି ଚାଲ ଚଳାଇଲେ ଯେ, ଶେଷରେ ଯୁବକ ଜଣଙ୍କୁ ଜେଲ ଯିବାକୁ ପଡ଼ିଲା। ଏହି ଯୁବତୀ ପ୍ରେମର ପ୍ରତିଶୋଧ ନେବାପାଇଁ ସୋସିଆଲ ମିଡ଼ିଆର ସାହାରା ନେଇଥିଲେ। ସେ ନିଜର ଏକ୍ସ ବୟଫ୍ରେଣ୍ଡଙ୍କୁ ଫସାଇବା ପାଇଁ ତାଙ୍କ ନାମରେ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ 30ଟି ଫେକ ଆକାଉଣ୍ଟ ଖୋଲିଥିଲେ ଓ ଏହି ଆକାଉଣ୍ଟ ଦ୍ୱାରା ନିଜକୁ ଧମକ ଦେବା ଭଳି ମେସେଜ କରୁଥିଲେ। ଏହାପରେ ଏକ୍ସ ବୟଫ୍ରେଣ୍ଡଙ୍କ ଉପରେ ଆରୋପ ଲଗାଗଲା କି, ସେ ତାକୁ ମାରିଦେବାକୁ ଚାହୁଁଛନ୍ତି। ଏହାପରେ ତାଙ୍କର ଏକ୍ସ ବୟଫ୍ରେଣ୍ଡଙ୍କ ବଞ୍ଚିବା ମୁସ୍କିଲ ହୋଇଗଲା। ଏହାପରେ ଜଲିର ମାନସିକରେ ବହୁତ ଖରାପ ପ୍ରଭାବ ପଡ଼ିଥିଲା ଓ ସେ ଡିପ୍ରେସନ ଭିତରକୁ ଚାଲିଯାଇଥିଲା। ତାଙ୍କର ଚାକିରୀ ଚାଲିଗଲା ଓ ସେ ଜେଲ ଚାଲିଗଲେ। ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ମାମଲା କଣ।
ବ୍ରିଟେନର ଲିଭରପୁଲରେ ରହୁଥିବା 20 ବର୍ଷୀୟା କରଟୋନୀ ଆୟାରଲ୍ୟାଣ୍ଡର ଏନ୍ସୱାର୍ଥରେ ରହୁଥିବା 22 ବର୍ଷୀୟ ଲୁଇସ ଜଲି ଜଣେ ଆଉଜଣଙ୍କ ସହିତ ପ୍ରେମ କରୁଥିଲେ। କିନ୍ତୁ ଏହି ଦୁଇଜଣଙ୍କ ମଧ୍ୟରେ ବିଗତ ବର୍ଷ ଝଗଡ଼ା ହୋଇଯାଇଥିଲା। ଝଗଡ଼ା ଏତେ ମାତ୍ରାରେ ବଢିଗଲା କି ସେମାନେ ଅଲଗା ହୋଇଗଲେ। ଏହାପରେ ଆରଟୋନି ଏମିତି ଚାଲ ଚଳାଇଲେ, ଯାହାପରେ ଜଲି ବର୍ବାଦ ହୋଇଗଲେ।
ମିଡ଼ିଆ ରିପୋର୍ଟ ଅନୁସାରେ, କରଟୋନି ଏକ ଚାଲାକ ଚାଲ ଚଳାଇ ଜଲିଙ୍କ ନାମରେ 30ଟି ଫେକ ଆକାଉଣ୍ଟ ଖୋଲି ତାଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲେ। ଏହାପରେ ସେ ଜଲିଙ୍କ ବିରୁଦ୍ଧରେ ପିଛା କରିବା ଓ ଅଶ୍ଳୀଳ କମେଣ୍ଟ କରିବା ତଥା ଉତ୍ପୀଡ଼ନ କରିବାର ଆରୋପ ଲଗାଇ ପୋଲିସକୁ ଏହି ବୟାନ ଦେଇଥିଲେ। ଏହାପରେ ଜଲିଙ୍କ ଚାକିରୀ ଚାଲିଗଲା ଓ ତାଙ୍କର ବହୁତ ବଦନାମ ମଧ୍ୟ ହେଲା।
ପୋଲିସ ସାମ୍ନାରେ ଜଲି ନିଜ ଉପରେ ଲାଗିଥିବା ସାରା ଆରୋପକୁ ମନା କରିଦେଲେ ଓ କେସ କରିଦେଲେ। ସେତେବେଳେ କୋର୍ଟ ଏହାର ଶୁଣାଣି କରିଥିଲା ତ ସେତେବେଳେ କୋର୍ଟ ଏହି ଇଂଷ୍ଟାଗ୍ରାମ ଆକାଉଣ୍ଟ ଉପରେ ସନ୍ଦେଶର ଯାଞ୍ଚ ଆଦେଶ ଦେଇଥିଲେ, ଯାହାକୁ କଥିତ ରୂପରେ ଜଲି ପଠାଇଥିଲେ। ଏହି ସନ୍ଦେଶର ଯାଞ୍ଚ କରାଗଲା ଓ ସତ୍ୟତା ସାମ୍ନାକୁ ଆସିଲା। ସାମ୍ନାକୁ ଆସିଲା କି, ଏହିସବୁ ଆକାଉଣ୍ଟ କରଟୋନିଙ୍କ ଆକାଉଣ୍ଟରୁ ବନାଯାଇଥିଲା। ଏହି ସମସ୍ତ ଆକାଉଣ୍ଟର ଆଇପି ଆଡ୍ରେସ ଗୋଟିଏ ଥିଲା। ପରେ ଜଣାପଡିଥିଲା କରଟୋନି ନିଜେ ନିଜକୁ ଧମକ ଭରା ମେସେଜ ଦେଇଥିଲେ।
ଯେତେବେଳେ ପଚରାଉଚରା କରାଗଲା ସେତେବେଳେ କରଟୋନି ସବୁ ସତକଥା କହିଥିଲେ। ଏହି ଷଡ଼ଯନ୍ତ୍ରରେ କରଟୋନିଙ୍କ ନୂଆ ବୟଫ୍ରେଣ୍ଡ ମଧ୍ୟ ତାଙ୍କ ସାଥ ଦେଇଥିଲେ। କରଟୋନି ନିଜ ମାଆଙ୍କୁ ମଧ୍ୟ ଜଲିଙ୍କ ବିପକ୍ଷରେ ଭଡ଼କାଇ ଥିଲେ। ବର୍ତ୍ତମାନ କରଟୋନିଙ୍କୁ 10 ମାସର ଜେଲଦଣ୍ଡ ଦିଆଯାଇଛି। ଏହାପରେ କୋର୍ଟ ଜଲିଙ୍କୁ ସହାନୁଭୂତି ଦେଖାଇଥିଲେ ଓ ଦଣ୍ଡ ମୁକ୍ତ କରିଦେଲେ।