ଭୁଲି ଯାଆନ୍ତୁ ସୁଇଜରଲ୍ୟାଣ୍ଡ ! ଭାରତରେ ଏହି ଜାଗାକୁ ଦେଖି ନାହାନ୍ତି ଯଦି କ’ଣ ଦେଖିଛନ୍ତି , ଭାରତୀୟ ରେଳ ସେୟାର କଲା ଭିଡିଓ

0

Get real time updates directly on you device, subscribe now.

ଗତ କିଛି ଦିନ ଧରି ଭାରତର ପାହାଡି ପର୍ଯ୍ୟଟନ ସ୍ଥଳରେ ଜମେଇକି ବରଫ ବୃଷ୍ଟି ହେଉଛି|ସୋସିଆଲ ମିଡିଆରେ ବରଫାବୃତ ପାହାଡର ମନମୁଗ୍ଧକର ଦୃଶ୍ୟ ଭାଇରାଲ ହେଉଛି|ଭାରତୀୟ ରେଳ ଷ୍ଟେସନକୁ ଆକର୍ଷଣ କରିବା ପାଇଁ ଲୋଭନୀୟ ଫଟୋ ପୋଷ୍ଟ କରିଛନ୍ତି|ରେଳ ମନ୍ତ୍ରଣାଳୟ ଅଧିକାରୀ ଟୁଇଟର ହ୍ୟାଣ୍ଡେଲରେ ଜାମ୍ମୁକାଶ୍ମୀରର ବାରାମୂଳାରେ ବରଫାବୃତ ସୁଦୁରା ରେଳ ଷ୍ଟେସନରେ ଗୋଟିଏ ଟ୍ରେନର ପ୍ରବେଶ କରିବା ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ଦେଖାଯାଏ ଥଣ୍ଡା ତାପମାତ୍ରାରେ ତାଙ୍କ ସେଵା ପ୍ରଭାବିତ ହୋଇନାହିଁ|

ମନ୍ତ୍ରାଳୟ କାଲକା- ସିମଳାର ଗୋଟିଏ ଭିଡିଓ ସେୟାର କରିଛନ୍ତି ଓ ଲେଖିଛନ୍ତି ବିଶ୍ବପ୍ରସିଦ୍ଧ କାଲକା- ସିମଲା ରୁଟର ମନୋମୁଗ୍ଧକର ଦୃଶ୍ୟ: ୟୁନେସ୍କୋ ଦ୍ବାରା ଘୋଷିତ ହେରିଟେଜ୍ “କାଲକା- ସିମଲା” ରୁଟରେ ତାରାଦେବୀ ଷ୍ଟେସନର ପାଖ ସୁଡଙ୍ଗ ସଂଖ୍ୟା ୯୧ ଦେଇ ଯାଉଥିବା ସ୍ପେଶାଲ ପ୍ୟାସେଞ୍ଜର ଟଏ ଟ୍ରେନ ସୈଲୋନିଆର ଆକର୍ଷଣ କେନ୍ଦ୍ରବିନ୍ଦୁ|ଭିଡିଓ ମାଇକ୍ରୋ ବ୍ଲଗିଙ୍ଗ ପ୍ଲାଟଫର୍ମରେ ବୁଲୁଛି ,ଯାହାକୁ ଦେଖି ଲୋକେ ଚକିତ ହୋଇଛନ୍ତି|କିଛି ଲୋକ ଏହାକୁ ବିଶ୍ୱାସ ନକରି କହୁଛନ୍ତି ଏହା ଭାରତର ନୁହେଁ ୟୁରୋପର|

ଜଣେ ୟୁଜର କହିଛନ୍ତି ଏହା ସ୍ୱର୍ଗ ଭଳି ଅନୁଭୂତ ହେଉଛି|ମୁଁ ଦୁଇଥର ସିମଲା ଯାଇଛି|ଦୁଇଥରଯାକ ଟୟ ଟ୍ରେନ ବ୍ୟବହାର କରିଛି! ଆଉଜଣେ ଲେଖିଛନ୍ତି ଏହା ୟୁରୋପ ଠାରୁ ବହୁଗୁଣରେ ଉର୍ଦ୍ଧ୍ବ|ଆଉଜଣେ ଲେଖିଛନ୍ତି ରେଳ ବିଭାଗ ଏହି ଫଟୋ ସହ ମନମୁଗ୍ଧକର ଦୃଶ୍ୟ ସେୟାର କରିଥିବାରୁ ଧନ୍ୟବାଦ,ଏହା ଦୁର୍ଲ୍ଲଭ|ଏହା ପୂର୍ବରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟୁଇଟରରେ ଶ୍ରୀନଗର ରେଳଷ୍ଟେସନର ଫଟୋ ସେୟାର କରି ପୃଥିବୀର ସ୍ୱର୍ଗ କହିଛନ୍ତି|ରେଳମନ୍ତ୍ରୀ କ୍ୟାପ୍ସନରେ ଲେଖିଛନ୍ତି,”ଯଦି ପୃଥିବୀରେ ସ୍ୱର୍ଗ ଥାଏ,ତେଵେ ଏହାହିଁ ସ୍ୱର୍ଗ”

Leave A Reply

Your email address will not be published.