ଦଶମ ପରୀକ୍ଷାରେ ୫୫ ଥର ଫେଲ୍ ହେବା ପରେ ଏବେ ୭୭ ବର୍ଷ ବୟସରେ ଦେବାକୁ ଯାଉଛନ୍ତି ଦ୍ୱାଦଶ ଶ୍ରେଣୀ ପରୀକ୍ଷା |

0

Get real time updates directly on you device, subscribe now.

ହୃଦୟରୁ ଆଗ୍ରହ ଥିଲେ କିଛି ଵି ସମ୍ଭବ ଏହାର ଏକ ଜ୍ୱଳନ୍ତ ଉଦାହରଣ ରାଜସ୍ଥାନର ଏକ ବ୍ୟକ୍ତି|ଏହା ସାବ୍ୟସ୍ତ କରିଥାଏ ଯେ କୈାଣସି ସ୍ୱପ୍ନକୁ ପୂରା କରିବାକୁ କେବବି ବିଳମ୍ବ ହୋଇନଥାଏ|ଜାଲୋରର ୭୭ ଵର୍ଷୀୟ ଅବସରପ୍ରାପ୍ତ କର୍ମଚାରୀ ହୁକୁମ ଦାସ ବୈଷ୍ଣବ ଯିଏକି ୫୫ ଥର ଦଶମ ପରୀକ୍ଷା ଦେଇଥିଲେ ଏଵେ ଦ୍ୱାଦଶ ଶ୍ରେଣୀ ପାଇଁ ନାମାଙ୍କନ କରିଛନ୍ତି|ସେ ଦଶମ ଶ୍ରେଣୀ କୁ ୫୬ ତମ ଚେଷ୍ଟାରେ ପାସ କରିଛନ୍ତି|୭୦ ଦଶକରେ ପଢିଥିବା ଏହି ବ୍ୟକ୍ତି ବାସ୍ତବରେ ପ୍ରେରଣାର ସ୍ରୋତ|

ଜାଲୋରର ସରଦାରଗଡ ଗାଁରେ ୧୯୪୫ରେ ଜନ୍ମିତ ହୁକୁମ ଦାସ ତିଖି ଗାଁରୁ ପ୍ରଥମେ ଅଷ୍ଟମ ଶ୍ରେଣୀରେ ପାସ କରିଥିଲେ|୧୯୬୨ରେ ପ୍ରଥମଥର ମୋକଲସରରେ ଦଶମ ପରୀକ୍ଷା ବାଡମେରର ଏକ କେନ୍ଦ୍ରରେ ଦେଇଥିଲେ|ଯେଉଁଠି ତାଙ୍କୁ ପ୍ରଥମ ପରୀକ୍ଷାରେ ସପ୍ଲିମେଣ୍ଟ୍ରି ମିଳିଲା, ଦ୍ୱିତୀୟ ଥର ଫେଲ ହୋଇଗଲେ|ତାଙ୍କ ବନ୍ଧୁମାନେ ଚ୍ୟାଲେଞ୍ଜ ଦେଲେ ସେ କେଵେବି ଦଶମ ପାସ ହୋଇପାରିବ ନାହିଁ|ଏହାକୁ ସ୍ୱୀକାର କରି ସେ କହିଲେ ଦିନେ ନା ଦିନେ ମୁଁ ଦଶମ ପାସ କରିବି|

ହୁକୁମ ଦାସଙ୍କ କହିବାନୁଯାୟୀ ସେ ଭୂଜଳ ବିଭାଗରେ ଚତୁର୍ଥ ଶ୍ରେଣୀର କର୍ମଚାରୀ ହୋଇଥିଲେ|ଏହାପରେ ସେ ନିୟମିତ ପଢ଼ାପଢ଼ି ଛାଡି ଦେଇଥିଲେ ଓ ଜଣେ ସ୍ୱଛାସେଵୀ ଭାବେ ପରୀକ୍ଷାରେ ସାମିଲ ହେଵାକୁ ଲାଗିଲେ|୨୦୦୫ରେ ସେ ଟ୍ରେଜେରୀ ବିଭାଗରୁ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ଅବସର ଗ୍ରହଣ କରିଥିଲେ|୨୦୧୦ ପର୍ଯ୍ୟନ୍ତ ସେ ମାଧ୍ୟମିକ ଶିକ୍ଷା ଦ୍ୱାରା ଆୟୋଜିତ ଦଶମ ଶ୍ରେଣୀ ପରୀକ୍ଷାରେ ୪୮ ଥର ଉପସ୍ଥିତ ହୋଇଥିଲେ|ଏହାପରେ ସେ ରାଜ୍ୟ ଓପନ ବୋର୍ଡରୁ ଚେଷ୍ଟା କରିଥିଲେ ଓ ପରିଶେଷରେ ୨୦୧୯ରେ ସେ ଜଶମ ଶ୍ରେଣୀ ପରୀକ୍ଷା ଦ୍ୱିତୀୟ ଶ୍ରେଣୀରେ ପାସ କରିଥିଲେ|ଏହାପରେ ସେ ୨୦୨୧-୨୨ ଶିକ୍ଷା ବର୍ଷରେ ଦ୍ୱାଦଶ ଶ୍ରେଣୀରେ ନାମାଙ୍କନ କରିଛନ୍ତି ଓ ପରୀକ୍ଷାରେ ସାମିଲ ହେବେ|

ଗତ ମଙ୍ଗଳବାର ଦିନ ହୁକୁମ ଦାସ ବୈଷ୍ଣବ ଗର୍ଭନମେଣ୍ଟ ହାଇଅର ସେକେଣ୍ଡାରୀ ସ୍କୁଲରେ ଦ୍ୱାଦଶର କଳା ବର୍ଗରେ ଆବେଦନ କରିଛନ୍ତି ଯାହା ଜାଲୋର ସହରରେ ରାଜ୍ୟ ଓପନର ମୁଖ୍ୟ କେନ୍ଦ୍ର ଅଟେ|ହୃଦୟସ୍ପର୍ଶୀ କଥା ଏହା ଯେ ତାଙ୍କ ନାତି ମଧ୍ୟ ଏହି ସ୍କୁଲ ଶିକ୍ଷା ସମାପ୍ତ କରିସାରିଛନ୍ତି|

Leave A Reply

Your email address will not be published.