ସାରା ଦୁନିଆ ନୂଆବର୍ଷ ଭିତରକୁ ପ୍ରବେଶ କରିସାରିଛି। ଏବେ ଲୋକେ ନୂଆବର୍ଷକୁ ଉପଭୋଗ କରିବାପରେ ନିଜର କାମକୁ ଫେରିଛନ୍ତି। କିନ୍ତୁ ଆପଣ ମାନେ ଜାଣି ହଇରାଣ ହୋଇଯିବେ କି, ଏବେବି ଏକ ଦେଶରେ 2013 ମସିହା ଚାଲୁଛି। ଏହା ଏକ ଆଫ୍ରିକାର ଦେଶ ଅଟେ ଯାହାର ନାମ ହେଉଛି ଇଥିଓପିଆ। ଏହି ଦେଶର କ୍ୟାଲେଣ୍ଡର ସାରା ଦୁନିଆର କ୍ୟାଲେଣ୍ଡର ଠାରୁ 7 ବର୍ଷ ତିନିମାସ ପଛରେ ଚାଲିଥାଏ।
ଏହି ଆଫ୍ରିକୀୟ ଦେଶ ଦୁନିଆର ଅନ୍ୟ ଦେଶ ତୁଳନାରେ ବହୁତ ଅଲଗା ଅଟେ। ଯେଉଁଠାରେ ଅନ୍ୟ ଦେଶରେ ସବୁ 12 ମାସ ହୋଇଥାଏ କିନ୍ତୁ ଏହି ଦେଶରେ 13 ମାସ ହୋଇଥାଏ। ଏହି ଦେଶର ଜନସଂଖ୍ୟା 85 ଲକ୍ଷ ଅଟେ ଓ ଏହା ଆଫ୍ରିକା ମହାଦେଶର ଦ୍ୱିତୀୟ ସବୁଠାରୁ ବଡ଼ ଦେଶ ଅଟେ। ଇଥିଓପିଆ ଦେଶର କ୍ୟାଲେଣ୍ଡର ଆମ ଦୁନିଆର କ୍ୟାଲେଣ୍ଡର ଠାରୁ ପ୍ରାୟତଃ ସାଢ଼େ 7 ବର୍ଷ କମ ହୋଇଥାଏ। ଏଠାରେ ନୂଆବର୍ଷ ଜାନୁଆରୀ 1 ତାରିଖ ପରିବର୍ତ୍ତେ ସେପ୍ଟେମ୍ବର 11 ତାରିଖରେ ପାଳନ କରାଯାଇଥାଏ।
1582 ମସିହାରେ ଗ୍ରେଗୋରିଆନ କ୍ୟାଲେଣ୍ଡର ଆରମ୍ଭ ହୋଇଥିଲା। ଏହାପୂର୍ବରୁ ଇଥିଓପିଆରେ ଜୁଲିଆନ କ୍ୟାଲେଣ୍ଡର ବ୍ୟବହାର କରାଯାଉଥିଲା। ଯେଉଁ ଦେଶ କ୍ୟାଥୋଲିକ ଚର୍ଚ୍ଚକୁ ମାନିଥାନ୍ତି ସେମାନେ ନୂଆ କ୍ୟାଲେଣ୍ଡରକୁ ସ୍ୱୀକାର କରିନେଲେ। କିନ୍ତୁ କିଛିଦେଶ ଏହି କ୍ୟାଲେଣ୍ଡରକୁ ସ୍ୱୀକାର କଲେନାହିଁ ଓ ଏମାନଙ୍କ ମଧ୍ୟରୁ ଇଥିଓପିଆ ମଧ୍ୟ ଏକ ଦେଶ ଅଟେ।
ଇଥିଓପିଆର ଲୋକେ ଅରଥୋଡ଼କ୍ସ ଚର୍ଚ୍ଚକୁ ମାନୁଥିଲେ। 7 BCE ରେ ଇସା ମସିଙ୍କ ଜନ୍ମ ହୋଇଥିଲା। ଯାହା ମୁତାବିକ, କ୍ୟାଲେଣ୍ଡର ଗଣନା ଆରମ୍ଭ ହୋଇଥିଲା। ସେହିପରି ଅନ୍ୟ ଦେଶରେ ଇସା ମସିଙ୍କ ଜନ୍ମକୁ ସେମାନେ AD1 ମାନୁଥିବାରୁ ସେଠାରେ ବର୍ତ୍ତମାନ ମସିହା 2013 ଚାଲୁଛି ଓ ଦୁନିଆରେ 2022 ଚାଲୁଛି।
ଇଥିଓପିଆ କ୍ୟାଲେଣ୍ଡରରେ 13 ମାସ ଏକବର୍ଷ ହୋଇଥାଏ। ଯେଉଁଥିରେ 12 ମାସ 30 ଦିନ ହୋଇଥାଏ। ଶେଷ ମାସକୁ ଏଠାରେ ପାଗୟୁମେ କୁହାଯାଇଥାଏ। ଯେଉଁଥିରେ ପାଞ୍ଚ କିମ୍ବା ଛଅ ଦିନ ରହିଥାଏ। ବର୍ଷର ଗଣନା ଆସୁନଥିବା ଦିନକୁ ମିଶାଇ ଏହି ମାସ ବନାଯାଇଥାଏ। ସବୁଠାରୁ ବଡ଼ କଥା ଏହାକି ଯେ, ୟୁନେସ୍କୋ ବିଶ୍ୱ ହରିଟେଜ ସାଇଟରେ ସାମିଲ ଥିବା ସବୁଠାଫୁ ଅଧିକ ସ୍ଥାନ ଇଥିଓପିଆର ଅଟେ। ଏଠାକାର ସୁନ୍ଦରତା ଦେଖିବାକୁ ସାରା ଦୁନିଆରୁ ଲୋକେ ଆସିଥାନ୍ତି।