ବିବେକାନନ୍ଦଙ୍କ ବିଷୟରେ କିଛି ଅଜଣା କଥା : ସ୍ୱାମୀ ବିବେକାନନ୍ଦ ଇଡେନ ଗାର୍ଡେନ ମୈଦାନରେ ନେଇଥିଲେ ୭ଟି ଉଇକେଟ। ସ୍ୱାମୀ ବିବେକାନନ୍ଦ ସେ ସମୟର ଜଣେ ଶାନଦାର ବୋଲର ଥିଲେ !
ସ୍ୱାମୀ ବିବେକାନନ୍ଦଙ୍କ ନାମ ଆମ ସାମ୍ନାକୁ ଆସିଲେ ସେତେବେଳେ ଆମ ମନରେ ମହାନ, ତେଜସ୍ଵୀ ଓ ଆଧ୍ୟାତ୍ମିକତା ବ୍ୟକ୍ତିତ୍ୱର ଛବି ଆସିଥାଏ। କିନ୍ତୁ ବହୁତ କମ ଲୋକ ଏହା ଜାଣନ୍ତି କି, ବିବେକାନନ୍ଦ କ୍ରିକେଟ ର ମଧ୍ୟ ଶୋଉକୀନ ଥିଲେ ଓ ନିଜର ପ୍ରାରମ୍ଭିକ ଜୀବନରେ ସେ ଏହି ଖେଳରେ ନିଜର ପ୍ରତିଭା ମଧ୍ୟ ଦେଖାଇଥିଲେ। ସେ ଏତେ ଭଲ ବୋଲର ଥିଲେ ଯାହାର ଅନ୍ଦାଜା ଆମେ ଏହିକଥାରୁ ଲଗାଇ ପାରିବା ସେ ଏକ କଠିନ ମ୍ୟାଚ ସମୟରେ ବିପକ୍ଷ ଟିମର ଅଧାରୁ ଅଧିକ ଉଇକେଟ ନେଇ ସମସ୍ତଙ୍କୁ ପାଭିଲିୟନ ପଠାଇ ଦେଇଥିଲେ। ସ୍ୱାମୀ ବିବେକାନନ୍ଦଙ୍କ କ୍ରିକେଟ ସହିତ କିଛି କଥା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ।
କୋଲକାତାରେ ଦେଖାଇଥିଲେ ନିଜ କ୍ରିକେଟ ପ୍ରତିଭା:-
1880 ଦଶକରେ ସେ କ୍ରିକେଟ ଖେଳୁଥିଲେ ଓ ନରେନ୍ଦ୍ରନାଥ ନାମରେ ପରିଚିତ ଥିଲେ। ସେହି ସମୟରେ ସେ କୋଲକାତାର ଐତିହାସିକ ଷ୍ଟାଡିୟମ ଇଡେନ ଗାର୍ଡେନରେ ଖେଳି 7ଟି ଉଇକେଟ ନେଇଥିଲେ। ଏହି ମୁକାବିଲା 1884 ମସିହାରେ ଟାଉନ କ୍ଲବ ଓ କୋଲକାତା କ୍ରିକେଟ କ୍ଲବ ମଧ୍ୟରେ ଖେଳାଯାଇଥିଲା। ସ୍ୱାମୀ ବିବେକାନନ୍ଦ ଟାଉନ କ୍ଲବ ତରଫରୁ ଖେଳୁଥିଲେ।
ସେ ଟାଉନ କ୍ଲବ ତରଫରୁ ଶାନଦାର ବୋଲିଂ କରି କୋଲକାତା କ୍ରିକେଟ କ୍ଲବର 7 ଜଣ ବ୍ୟାଟ୍ସମ୍ୟାନଙ୍କୁ ପାଭିଲିୟନ ପଠାଇ ଦେଇଥିଲେ। ଜଣାଇଦେଉଛୁ କି, ସେସମୟରେ ଇଂରେଜ ମାନଙ୍କ ଗଡ଼ କୁହାଯାଉଥିବା କୋଲକାତାରେ ଏହି ଖେଳ ବହୁତ ପ୍ରଚଳିତ ଥିଲା।
ବହି ରେ ଉଲ୍ଲେଖ ହୋଇଛି ଏହି ବିଷୟ:-
କୋଲକାତାର ଇଡେନ ଗାର୍ଡେନରେ ହୋଇଥିବା ଏହି ମ୍ୟାଚ ବିଷୟରେ କିଛି ବହିରେ ବିବେକାନନ୍ଦ ଉଲ୍ଲେଖ କରିଛନ୍ତି। ଭାରତରେ ଇଡେନ ଗାର୍ଡେନକୁ କ୍ରିକେଟର ଗଡ଼ କୁହାଯାଉଥିଲା। ଇଂରେଜ ମାନଙ୍କ ଶାସନ ସମୟରେ ବ୍ରିଟେନ ବାହାରେ ଏହି ଷ୍ଟାଡିୟମକୁ ବଡ଼ କ୍ରିକେଟ ସ୍ଥାନ ରୂପରେ ମାନା ଯାଉଥିଲା। ବ୍ରିଟିଶ ରାଜ ସମୟରେ ଏଠାରେ କୋଲକାତା କ୍ରିକେଟ କ୍ଲବର ଆରମ୍ଭ ହୋଇଥିଲା ଓ ଜବାବରେ ବେଙ୍ଗଲୀ ସମୁଦାୟ ଟାଉନ କ୍ଲବର ଆରମ୍ଭ କରିଥିଲେ।
ସତ୍ୟଜିତ ରାୟ ବନାଇଥିଲେ ଟାଉନ କ୍ଲବ:-
ସ୍ୱାମୀ ବିବେକାନନ୍ଦ ଯେଉଁ ଟାଉନ କ୍ଲବ ତରଫରୁ ଖେଳୁଥିଲେ ଏହାର ପ୍ରାରମ୍ଭ ଶାରଦାରଞ୍ଜନ ରାୟ ଆରମ୍ଭ କରିଥିଲେ ଯିଏକି ଭାରତର ପ୍ରସିଦ୍ଧ ଫିଲ୍ମ ଡ଼ାଇରେକ୍ଟର ସତ୍ୟଜିତ ରାୟଙ୍କ କକା ଥିଲେ। ବର୍ତ୍ତମାନ ସମୟରେ ଭାରତୀୟ କ୍ରିକେଟ ବୋଲର ମହମ୍ମଦ ଶାମି ମଧ୍ୟ ଟାଉନ କ୍ଲବ ତରଫରୁ ଖେଳିସାରିଛନ୍ତି।
ନରେନ୍ଦ୍ରନାଥ କ୍ରିକେଟରେ ନିଜର କ୍ୟାରିଅର ବନାଇନଥିଲେ, ସେ ନିଜର ଗୁରୁ ରାମକୃଷ୍ଣ ପରମହଂସଙ୍କ ପ୍ରେରଣାରେ ଆଧ୍ୟାତ୍ମିକକା ଆଡ଼କୁ ଅଗ୍ରସର ହୋଇଥିଲେ। ନରେନ୍ଦ୍ରନାଥ ବିବେକାନନ୍ଦ ହୋଇ ସାରା ଭାରତରେ ଏହାର ସଂସ୍କୃତି ଓ ଜ୍ଞାନର ଶିକ୍ଷା ବାଣ୍ଟିଥିଲେ ଓ ଆଜି ସେ ଇତିହାସରେ ଅମର ହୋଇଯାଇଛନ୍ତି।