କୋମାକି ଇଲେକଟ୍ରିକ ବାଇକ କମ୍ପାନୀ ନିଜର ୱେବସାଇଟରେ ପ୍ରଥମ ଥର ଭାବରେ ଏକ ଦମଦାର ଇଲେକଟ୍ରିକ ବାଇକକୁ ସୋ କରିଛି। ଯାହାକୁ ବହୁତ ଦିନ ଧରି ଅପେକ୍ଷା କରାଯାଇଥିଲା। ଭାରତର ଏହା ପ୍ରଥମ ଇଲେକଟ୍ରିକ ମୋଟର ସାଇକେଲ। କମ୍ପାନୀ ଆଗାମୀ ୧୬ ତାରିଖରେ ଏହି ବାଇକର ଦାମ ଓ ବାଇକ ବିଷୟରେ ସମ୍ପୂର୍ଣ ସୂଚନା ଦେବ। ଗ୍ରାହକମାନଙ୍କର ପସନ୍ଦକୁ ଧ୍ୟାନରେ ରଖି କୋମାକି ରେଞ୍ଜର ଇଲେକଟ୍ରିକ ବାଇକ ଟିପିକାଲ କୃଜର ଡିଜାଇନରେ ପ୍ରସ୍ତୁତ କରାଯାଇଛି। ଏହା ଦେଖିବାକୁ ବହୁତ ଆକର୍ଷଣୀ ହୋଇଥିବା ସମୟରେ ଏହା ପ୍ରାୟତଃ ବଜାଜର ଆଭ୍ୟେଞ୍ଜର ଭଳି ଦେଖାଯାଉଛି।
ଏଥିରେ କ୍ରୋମ ଗାର୍ନିଶ ଦିଆଯାଇଛି। ଏହାସହ ବାଇକକୁ ରେଟ୍ରୋ ଷ୍ଟାଇଲର ଲୁକ ମଧ୍ୟ ଦିଆଯାଇଛି। ଏଥିରେ ହାଣ୍ଡଲ୍ୟାମ୍ପ ସହ ରେଟ୍ରୋ ଥିମର ସାଇଡ ଇଣ୍ଡିକେଟର୍ସ ମଧ୍ୟ ବ୍ୟବହାର କରାଯାଇଛି। ଏହାର ବ୍ୟାକ ସାଇଡରେ ବସିବା ପାଇଁ ଆରାମ ଦାୟକ ବ୍ୟାକରେଷ୍ଟ ମଧ୍ୟ ଲଗାଯାଇଛି। ବାଇକର ଦୁଇ ସାଇଡରେ ଶକ୍ତ ପେନିୟର୍ସ ମଧ୍ୟ ଲଗାଯାଇଛି। ଯାହାଦ୍ୱାରା ଲମ୍ବା ଯାତ୍ରା ସମୟରେ କୌଣସି ପ୍ରକାର ସମସ୍ୟା ମଧ୍ୟ ହେବ ନାହିଁ। ମୋଟ ରୂପେ ଏହା ଗ୍ରାହକମାନଙ୍କୁ ସୁହାଇଲା ଭଲି ପ୍ରସ୍ତୁତ କରାଯାଇଛି।
ଏଥିରେ ୪ କିଲୋୱାଟର ଏକ ବ୍ୟାଟେରୀ ଦିଆଯାଇଛି। ଯାହା ୫ହଜାର ୱାଟର ମୋଟର ସହ ଆସିଥାଏ। କମ୍ପାନୀର କହିବା ଅନୁସାରେ ଏହାକୁ ଥରେ ଚାର୍ଜ କରିଲେ ଏହା ସିଧାସଳଖ ୨୫୦ କିଲୋମିଟର ପର୍ଯ୍ଯନ୍ତ ଯିବ। ଏହା ଭାରତର ସବୁଠାରୁ ଅଧିକ ରେଞ୍ଜ ଦେଉଥିବା ଇଲେକଟ୍ରିକ ମୋଟର ବାଇକ ହେବ। ଏହା ଯେକୌଣସି ରାସ୍ତାରେ ବହୁତ ସହଜରେ ଯାଇପାରିବ। ବର୍ତ୍ତମାନ କେବଳ ଏହାର ଦାମକୁ ନେଇ ସମସ୍ତେ ଅପେକ୍ଷା କରିଛନ୍ତି।