ଗ୍ୟାସ ସିଲିଣ୍ଡର ଶେଷ ହୋଇ ଗଲା କି ? ଜମାରୁ ବି ଚିନ୍ତା କରନ୍ତୁନି…ଏହି ୪ଟି ଉପାୟରେ ଘରେ ବସି ବୁକିଙ୍ଗ କରନ୍ତୁ |

0

Get real time updates directly on you device, subscribe now.

ବର୍ତ୍ତମାନ ସମୟରେ ସହରଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ, ସବୁ ସ୍ଥାନରେ ଗ୍ୟାସ ସିଲିଣ୍ଡରର ଉପଯୋଗିତା ବହୁ ମାତ୍ରାରେ ବୃଦ୍ଧି ପାଇଛି। ଗାଁରେ ମଧ୍ୟ ମହିଳାମାନେ କାଠ ଚୁଲି ବଦଳରେ ଗ୍ୟାସ ସିଲିଣ୍ଡରର ବ୍ୟବହାର କରିବା ପାଇଁ ଅଧିକମାତ୍ରାରେ ପସନ୍ଦ କରୁଛନ୍ତି। ଏହା ସେମାନଙ୍କର କାର୍ଯ୍ୟକୁ ଆହୁରି ଅଧିକ ମାତ୍ରାରେ ସହଜ କରିଦେଉଛି। ଏଥିସହ ଏହା ପରିବେଶକୁ ସୁରକ୍ଷା କରିବାରେ ମଧ୍ୟ ଅନେକ ସାହାଯ୍ୟ କରୁଅଛି। ବ୍ୟବହାର ନିମନ୍ତେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କର ଆବଶ୍ୟକତା ଅନୁସାରେ, ପ୍ରତ୍ଯେକ ମାସରେ ଗୋଟିଏ ଲେଖାଏଁ ଗ୍ୟାସ ସିଲିଣ୍ଡର ବୁକ କରିବାକୁ ପଡେ।

କିଛି ବର୍ଷ ପୂର୍ବେ ଗ୍ୟାସ ବୁକ କରିବା ବହୁତ କଷ୍ଟଦାୟକ କାର୍ଯ୍ୟ ଥିଲା। ଏଥିପାଇଁ ଲୋକମାନଙ୍କୁ ଗ୍ୟାସ ଏଜେନ୍ସି ପାଖକୁ ଯିବା ପାଇଁ ପଡୁଥିଲା। କିନ୍ତୁ ବର୍ତ୍ତମାନ ବଦଳୁଥିବା ସମୟ ମଧ୍ୟରେ ଗ୍ୟାସ ବୁକିଂରେ ଅନେକ ପ୍ରକାର ପରିବର୍ତ୍ତନ ଆସିଛି। ଆପଣ ଘରେ ବସି ଅତି ସହଜ ଭାବରେ ଏକ ନୂଆ ଗ୍ୟାସ ସିଲିଣ୍ଡରକୁ ବୁକ କରିପାରିବେ। ଆଜି ଆମେ ଆପଣଙ୍କୁ ଏମିତି ଚାରୋଟି ଉପାୟ ବିଷୟରେ କହିବା ପାଇଁ ଯାଉଛୁ, ଯାହାଦ୍ଵାରା ଆପଣ ଘରେ ବସି ଗ୍ୟାସ ସିଲିଣ୍ଡରକୁ ବୁକ କରିପାରିବେ।

ଆପଣ SMS ମାଧ୍ୟମରେ ସିଲିଣ୍ଡର ବୁକ୍ କରନ୍ତୁ:-

ଆପଣ ଘରେ ବସି ଅତି ସହଜରେ SMS ମାଧ୍ୟମରେ ଗ୍ୟାସ ବୁକ କରିପାରିବେ। ସେଥିପାଇଁ ଆପଣଙ୍କୁ ଗ୍ୟାସ ଏଜେନ୍ସିର ନାମ, ବିତରକଙ୍କର ନାମ, ଫୋନ ନମ୍ବର, STD କୋଡ ଏବଂ ଆପଣଙ୍କ ସହରର IVRS ନମ୍ବରକୁ ଟାଇପ କରିବା ପାଇଁ ପଡିବ। ଏହାପରେ ମେସେଜ ପଠାଇବାକୁ ପଡିବ। ଏହାପରେ ଆପଣଙ୍କୁ ଗ୍ୟାସ ବୁକିଂର ନିଶ୍ଚିତକରଣର ଏକ ବାର୍ତ୍ତା ମିଳିବ।

କଲ ମାଧ୍ୟମରେ ବୁକ କରନ୍ତୁ:-

ଆପଣ ମଧ୍ୟ ଟୋଲ ଫ୍ରି ନମ୍ବରରେ କଲ କରି ନିଜ ପାଇଁ ଗ୍ୟାସ ଏଜେନ୍ସିଠାରୁ ଗ୍ୟାସ ବୁକିଙ୍ଗ କରିପାରିବେ। ଆପଣ ଘରେ ବସି କେବଳ କଲ ମାଧ୍ୟମରେ ଗ୍ୟାସ ସିଲିଣ୍ଡରକୁ ବୁକ କରିପାରିବେ। ଏହାପରେ ୨୪ ଘଣ୍ଟା ମଧ୍ୟରେ ଗ୍ୟାସ ଡେଲିଭରି ଆପଣଙ୍କର ଘରେ ହୋଇଯିବ।

ଅନଲାଇନ ମାଧ୍ୟମରେ ଗ୍ୟାସ ସିଲିଣ୍ଡରର ବୁକିଂ:-

ଅନଲାଇନ ମାଧ୍ୟମରେ ଆପଣ ଗ୍ୟାସ ସିଲିଣ୍ଡରକୁ ବୁକ କରିବା ପାଇଁ ଆପଣଙ୍କୁ Mylpg.in ୱେବସାଇଟକୁ ଯିବାପାଇଁ ପଡିବ। ଏହାପରେ ଆପଣଙ୍କର ୧୭ ଅଙ୍କ ବିଶିଷ୍ଟ LPG ଗ୍ୟାସ ସଂଯୋଗର ସୂଚନା ଦେବା ପାଇଁ ପଡିବ। ଏହାପରେ ସମସ୍ତ ଆବଶ୍ୟକ ସୂଚନା ଦିଅନ୍ତୁ। ବର୍ତ୍ତମାନ ଆପଣଙ୍କର ଗ୍ୟାସ ବୁକିଂ ସଫଳ ହୋଇଯିବ। ତାପରେ ଆପଣଙ୍କ ମୋବାଇଲରେ ଏକ ମେସେଜ ମଧ୍ୟ ମିଳିଯିବ।

ହ୍ଵାଟ୍ସଆପ ମାଧ୍ୟମରେ ଗ୍ୟାସ ବୁକ କରନ୍ତୁ:-

ଆପଣ ଚାହିଁଲେ ହ୍ଵାଟ୍ସଆପ ମାଧ୍ୟମରେ ମଧ୍ୟ ଗ୍ୟାସ ବୁକ କରିପାରିବେ। ସେଥିପାଇଁ ଆପଣଙ୍କୁ ମୋବାଇଲରେ ୭୫୮୮୮୮୮୮୨୪ ନମ୍ବରକୁ ସେଭ କରିବା ପାଇଁ ପଡିବ। ଏହାପରେ ଆପଣ REFILL ଲେଖି ଏହି ନମ୍ବରକୁ ଡ଼ବଲଇଉକେ ମେସେଜ ପଠାଇବେ। ଏହାପରେ ଆପଣଙ୍କର ଗ୍ଯାସ ସିଲିଣ୍ଡର ବୁକିଂ ହୋଇଯିବ।

Leave A Reply

Your email address will not be published.