ଯଦି SBI ରେ ଅଛି ସ୍ୟାଲେରୀ ଆକାଉଣ୍ଟ, ତେବେ ଦରକାର ପଡିଲେ ଆପଣ ଆଣିପାରିବେ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ,ଜାଣନ୍ତୁ ସମ୍ପୂର୍ଣ ସୂଚନା

0

Get real time updates directly on you device, subscribe now.

SBI loan scheme for Salaried account holders : ଯଦି ଆପଣଙ୍କ ପାଖରେ କେବଳ ସ୍ୟାଲେରୀ ଆକାଉଣ୍ଟ ଅଛି, ତେବେ ଏମର୍ଜେନ୍ସି ସମୟରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଆପଣଙ୍କୁ ୨୦ ଲକ୍ଷ ତାଙ୍କ ପର୍ଯ୍ୟନ୍ତ ସାହାଯ୍ୟ କରିପାରିବ | ଏହା ଜରୁରୀ ନୁହେଁ ଯେ ଆପଣଙ୍କ ସ୍ୟାଲେରୀ ଆକାଉଣ୍ଟ କେବଳ SBI ରେ ଥିବା ଆବଶ୍ୟକ, ଯେକୌଣସି ବ୍ୟାଙ୍କରେ କେବଳ ଆପଣଙ୍କ ସ୍ୟାଲେରୀ ଆକାଉଣ୍ଟ ମେଣ୍ଟେନ ହେବା ଉଚିତ | ବାସ୍ତବରେ SBI ସ୍ୟାଲେରୀଡ ଆକାଉଣ୍ଟ ହୋଲଡର୍ସଙ୍କ ପାଇଁ ଗୋଟିଏ କଷ୍ଟମାଈଜଡ଼ ପର୍ଶନାଲ ଲୋନ ପ୍ରଡକ୍ଟ ଅଫର କରିଥାଏ | ଏଥିରେ ବିବାହ, ଛୁଟି, ଏମର୍ଜେନ୍ସି, ପ୍ଲାଣ୍ଡ ଖର୍ଚ୍ଚ ପାଇଁ ଏଲିଜିଭିଲିଟି ଅନୁଯାୟୀ, ତୁରନ୍ତ ପର୍ଶନଲ ଲୋନ ଆପୃଭ ହୋଇଯାଏ | ପ୍ରଡକ୍ଟର ବିଶେଷତା ଏହା ଯେ ଏହାର ଆପୃଭାଲ ଆପଣଙ୍କୁ କନଟେକ୍ଟଲେସ ଲେଣ୍ଡିଙ୍ଗ ପ୍ଲାଟଫର୍ମ ମାଧ୍ୟମରେ ମିଳିଯିବ | ଆସନ୍ତୁ ଆପଣଙ୍କୁ କହିବା ଏହି ସ୍କିମ ବିଷୟରେ ସବୁକିଛି |

କିପରି ମିଳିଥାଏ ଏହି ଲୋନର ଫାଇଦା :-

SBI ର ଏହି କଷ୍ଟମାଈଜଡ଼ ପର୍ଶନଲ ଲୋନ ପାଇଁ କଷ୍ଟମରଙ୍କ ଯେକୌଣସି ବ୍ୟାଙ୍କରେ ସ୍ୟାଲେରୀ ଆକାଉଣ୍ଟ ଥିବା ଆବଶ୍ୟକ | ତାଙ୍କର ମିନିମମ ନେଟ ମଂଥଲି ସ୍ୟାଲେରୀ ୧୫,୦୦୦ ଟଙ୍କାରୁ ଅଧିକ ହେବା ଆବଶ୍ୟକ | ବ୍ୟାଙ୍କ କହିଛି ଯେ ଲୋନ ପାଇଁ ଆବେଦନ କରୁଥିବା ବ୍ୟକ୍ତି କେନ୍ଦ୍ର, ରାଜ୍ୟ କିମ୍ବା ଅର୍ଧ ସରକାରୀ, ସେଣ୍ଟ୍ରାଲ କିମ୍ବା ଷ୍ଟେଟ ପିଏସୟୁ, କପୋର୍ରେଟ କିମ୍ବା ଜାତୀୟ ସ୍ତରୀୟ ଶିକ୍ଷାନୁଷ୍ଠାନର କର୍ମଚାରୀ ହେବା ଉଚିତ | ଲୋନ ଆବେଦନକାରୀଙ୍କ ବୟସ ୨୧ ରୁ ୫୮ ବର୍ଷ ମଧ୍ୟରେ ହେବା ଉଚିତ ଏବଂ ସେ ଅତି କମରେ ୧ ବର୍ଷ ପାଇଁ ଜବ କରିଥିବ | ଏଥିରେ EMI/NMI ରେସୟୋ ୫୦ ପ୍ରତିଶତରୁ କମ ହେବ |

କେତେ ମିଳିପାରିବ ଲୋନ :-

SBI ଏହି ପର୍ଶନଲ ଲୋନ ସ୍କିମରେ ମିନିମମ ୨୪,୦୦୦ ଟଙ୍କା ଏବଂ ମ୍ୟାକ୍ସିମମ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ମିଳିପାରେ | ଏଥିରେ ମ୍ୟାକ୍ସିମମ ଲୋନ କଷ୍ଟମରଙ୍କ ନେଟ ମଂଥଲି ଇନକମର ୨୪ ଗୁଣ କିମ୍ବା ୨୦ ଲକ୍ଷ ଟଙ୍କାରୁ ଅଧିକ ହୋଇପାରିବ ନାହିଁ | ଏସବିଆଇ ଅନୁଯାୟୀ, ସ୍ୟାଲେରୀ ପାଉଥିବା କଷ୍ଟମରଙ୍କ ପାଇଁ ଡିଜାଇନ କରାଯାଇଥିବା ଏହି ପର୍ଶନଲ ଲୋନ ପ୍ରଡକ୍ଟ ପାଇଁ ଯେକୌଣସି ପ୍ରକାରର ସୁରକ୍ଷା କିମ୍ବା ଗ୍ୟାରେଣ୍ଟି ଆବଶ୍ୟକ କରିବ ନାହିଁ |

ଜାଣନ୍ତୁ କେତେ ରହିବ ସୁଧ ଦର :-

SBI ସ୍ୟାଲେରୀ ପାଉଥିବା କଷ୍ଟମରଙ୍କ ପର୍ଶନଲ ଲୋନର ସୁଧ ଦର ବାର୍ଷିକ ୯.୮୫-୧୧.୩୫ ପ୍ରତିଶତରୁ ଆରମ୍ଭ ହେବ | ବ୍ୟାଙ୍କ କହିଛି ଯେ ଏଥିରେ କଷ୍ଟମରଙ୍କୁ କୌଣସି ହିଡେନ ଚାର୍ଜ ଦେବାକୁ ପଡିବ ନାହିଁ | ପ୍ରୋସେସିଂ ଫିସ ମଧ୍ୟ ବହୁତ କମ ହେବ | ଏହି ଲୋନ ଆମାଉଣ୍ଟର ୧.୫ ପ୍ରତିଶତ ହେବ | ଏଥିରେ ସେକେଣ୍ଡ ଲୋନ ନେବାର ମଧ୍ୟ ନିୟମ ରହିଛି |

ଏହି ଡକ୍ୟୁମେଣ୍ଟ ଦରକାର ପଡିବ :-

SBI ସ୍ୟାଲେରୀଡ ପର୍ଶନଲ ଲୋନ ପାଇଁ ଇନକମ ଟ୍ୟାକ୍ସ ରିଟର୍ନର କପି, ଗତ ଛଅ ମାସର ବ୍ୟାଙ୍କ ଷ୍ଟେଟମେଣ୍ଟ, ଲାଟେଷ୍ଟ ସ୍ୟାଲେରୀ ସ୍ଲିପ, ୨ଟି ପାସଫଟୋ ଏବଂ ବ୍ୟାଙ୍କର KYC ଗାଇଡ଼ ଲାଇନ ଅନୁଯାୟୀ ଆଇଡେଣ୍ଟିଟି ପ୍ରୁଫ ଏବଂ ଆଡ୍ରେସ ପ୍ରୁଫ ଦେବାକୁ ପଡିବ |

Leave A Reply

Your email address will not be published.