ବର୍ତ୍ତମାନ ସମୟରେ କରୋନା ମହାମାରୀ ଲୋକମାନଙ୍କର ମନରେ ଭୟ ସୃଷ୍ଟି କରିଛି। ଏହି ସମୟରେ ସ୍ୱାସ୍ଥ୍ୟ ବିଭାଗର ଅବହେଳା ଲୋକମାନଙ୍କୁ ଆହୁରି ଅସ୍ତବ୍ୟସ୍ତ କରିଦେଉଛି। ମଧ୍ୟପ୍ରଦେଶରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠି ଜଣେ ବୃଦ୍ଧ ମହିଳାଙ୍କର କୌଣସି ଟେଷ୍ଟ କରାନଯାଇ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସେ କରୋନାରେ ସଂକ୍ରମିତ ହୋଇଛନ୍ତି ବୋଲି କୁହାଯାଇଛି। ଫଳରେ ତାଙ୍କର ଘର ସାମ୍ନାରେ ପୋଷ୍ଟର ଲଗାଯିବା ସହିତ ପଡ଼ୋଶୀମାନେ ମଧ୍ୟ ତାଙ୍କ ସହିତ ସମ୍ପୂର୍ଣ ରୂପରେ କଥାବାର୍ତ୍ତା କରିବା ମଧ୍ୟ ବନ୍ଦ କରିଦେଇଛନ୍ତି।
ଏହି ୬୦ ବର୍ଷୀୟା ମହିଳା ରାମପ୍ୟାରୀ ପଟେଲଙ୍କ କହିବା ଅନୁସାରେ, ତାଙ୍କର କୌଣସି ପ୍ରକାର ଟେଷ୍ଟ କରାଯାଇନାହିଁ। କେହି ତାଙ୍କର ନମୁନା ମଧ୍ୟ ପରୀକ୍ଷା ପାଇଁ ନେଇନାହାନ୍ତି। ତଥାପି ସେ କରୋନାରେ ସଂକ୍ରମିତ ବୋଲି କହି ପ୍ରଶାସନ ତରଫରୁ ତାଙ୍କର ଘର ସାମ୍ନାରେ ପୋଷ୍ଟର ଲଗାଯାଇଛି। ସେ ସକାଳୁ ଶୋଇକି ଉଠିବା ପରେ ଏହି କଥା ବିଷୟରେ ଜାଣିବା ପାଇଁ ପାଇଥିଲେ। ଏହି କାରଣରୁ ପଡ଼ୋଶୀମାନେ ମଧ୍ୟ ତାଙ୍କ ସହିତ କଥାବାର୍ତ୍ତା କରିବା ବନ୍ଦ କରିଦେଇଥିଲେ। ଯାହାକି ରାମପ୍ୟାରୀଙ୍କୁ ବହୁତ ଦୁଃଖରେ ଲାଗିଥିଲା।
ରାମପ୍ୟାରୀ କହିଛନ୍ତିକି, ସେ ଗତ ୫ ମାସ ମଧ୍ୟରେ ଆଦୌ ହସ୍ପିଟାଲକୁ ଯାଇନାହାନ୍ତି କି ସେ କୌଣସି ପ୍ରକାର ରୋଗରେ ପୀଡିତ ମଧ୍ୟ ନାହାନ୍ତି। ମିଛରେ କେହି ତାଙ୍କ ନାମରେ ଏମିତି କରୁଅଛି। ଯାହାର ଫଳସ୍ୱରୂପ ବର୍ତ୍ତମାନ ସେ ସମ୍ପୂର୍ଣ ଏକୁଟିଆ ହୋଇଯାଇଛନ୍ତି। ସୋସିଆଲ ମିଡିଆରେ ଏହି ଘଟଣା ବହୁତ ମାତ୍ରାରେ ଭାଇରାଲ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ଏହି ମାମଲାକୁ ଗୁରୁତ୍ବର ସହିତ ନେଇ ଯାଞ୍ଚ ଆରମ୍ଭ କରି ଦେଇଥିବାର ଜଣାପଡିଛି।