ଟମାଟର ଓ ଆଳୁ କେଜି ୨୦୦,ବିନ୍ସ ୩୨୦ ଟଙ୍କା,ଦେବାଳିଆ ହେଲା ଦେଶ, ଏମର୍ଜିନ୍ସି ଘୋଷଣା କଲେ ରାଷ୍ଟ୍ରପତି

0

Get real time updates directly on you device, subscribe now.

ଭାରତର ପଡୋଶୀ ଦେଶ ଶ୍ରୀଲଙ୍କା ବର୍ତ୍ତମାନ ସମ୍ପୂର୍ଣ ଭାବରେ ଦେବାଳିଆ ହୋଇଯାଇଛି। ଅତି ଆବଶ୍ୟକ ସାମଗ୍ରୀ ଦର ବର୍ତ୍ତମାନ ଆକାଶ ଛୁଆଁ। ମହଙ୍ଗା ମାଡ ବର୍ତ୍ତମାନ ଲୋକଙ୍କର ମେରୁଦଣ୍ଡ ଭାଙ୍ଗିସାରିଲାଣି। ଏକ ରିପୋର୍ଟ ଅନୁସାରେ, ଖାଦ୍ୟ ପଦାର୍ଥ ଦାମ ଏକ ମାସ ମଧ୍ୟରେ ହିଁ ପ୍ରାୟ ୧୫ ପ୍ରତିଶତରୁ ଅଧିକ ମହଙ୍ଗା ହୋଇସାରିଛି।

ବାଥ୍‌ କ୍ୟୁରି ଇଣ୍ଡିକେଟର୍‌ (BCI) ଦେଶରେ ବିଭିନ୍ନ ଖାଦ୍ୟ ପଦାର୍ଥର ମହଙ୍ଗା ମାଡକୁ ନେଇ ଏକ ରିପୋର୍ଟ ଜାରି କରିଥାଏ। ବିସିଆଇ କହିବା ଅନୁସାରେ, ୨୦୨୧ ନଭେମ୍ବର ରୁ ୨୦୨୧ ଡିସେମ୍ବର ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯେପରିକି ଖାଦ୍ୟ ପଦାର୍ଥର ଦାମ ଅହେତୁକ ବୃଦ୍ଧି ଘଟିଛି। ଏହାର ପ୍ରମୁଖ କାରଣ ପନିପରିବାର ଦର ବୃଦ୍ଧି। ଶ୍ରୀଲଙ୍କା​‌ରେ ଯେଉଁଠି ପୂର୍ବରୁ ୧୦୦ ଗ୍ରାମ କଞ୍ଚା ଲଙ୍କାର ଦାମ ୧୮ ଟଙ୍କା ଥିଲା ବର୍ତ୍ତମାନ ତାହା ୭୧ ଟଙ୍କା ହୋଇଯାଇଛି। ଅର୍ଥାତ କଞ୍ଚା ଲଙ୍କାର କେଜି ୭୧୦ ଟଙ୍କାରେ ମିଳୁଛି। ମାତ୍ର ଗୋଟିଏ ମାସ ମଧ୍ୟରେ ଲଙ୍କାର ଦାମ ୨୮୭ ପ୍ରତିଶତ ବୃଦ୍ଧି ଘଟିଛି। ସେହିଭଳି ବାଇଗଣ ମୂଲ୍ୟରେ ୫୧ ପ୍ରତିଶତ ବୃଦ୍ଧି ଘଟିଛି। ପିଆଜ ଦରରେ ମଧ୍ୟ ୪୦ ପ୍ରତିଶତ ବୃଦ୍ଧି ଘଟିଥିବା ସମୟରେ ଟମାଟର ୧୦ ପ୍ରତିଶତ ବୃଦ୍ଧି ହୋଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଆଳୁର ଦାମ କିଲୋ ପିଛା ୨ଶହ ଟଙ୍କା ରହିଛି।

ବର୍ତ୍ତମାନ ଶ୍ରୀଲଙ୍କାରେ ଟମାଟ କେଜି ୨ଶହ ଟଙ୍କା ଥିବାବେଳେ ବାଇଗଣ କେଜି ରହିଛି ୧୬୦ ଟଙ୍କା। ସେହିଭଳି ଭେଣ୍ଡି କିଲୋ ୨ଶହ ଟଙ୍କା, କଲରା କେଜି ୧୬୦ ଟଙ୍କା, ବିନ୍ସ କେଜି ୩୨୦ ଟଙ୍କା, ବନ୍ଧା କୋବି ୨୪୦ ଟଙ୍କା, ଗାଜର ୨ଶହ ଟଙ୍କା, କଞ୍ଚା କଦଳୀ ଦାମ ୧୨୦ ଟଙ୍କା ରହିଛି । ୨୦୧୯ ମସିହା ତୁଳନାରେ ବର୍ତ୍ତମାନ ଶ୍ରୀଲଙ୍କାରେ ପନିପରିବା ଦାମ ଦ୍ବିଗୁଣିତ ହୋଇଯାଇଛି। ୨୦୨୦ ମସିହା ତୁଳନାରେ ଦରଦାମ ୩୭ ପ୍ରତିଶତ ବଢିଛି। ୨୦୨୦ ମସିହା ଡିସେମ୍ବର ମାସରେ ଯେଉଁଠି ଖାଦ୍ୟ ସାମଗ୍ରୀ ପାଇଁ ସାପ୍ତାହିକ ହାରାହାରି ୧୧୬୫ ଟଙ୍କା ଖର୍ଚ୍ଚ ହେଉଥିଲା ବର୍ତ୍ତମାନ ​‌ସେଥିପାଇଁ ୧୫୯୩ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି।

ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ତଥା ଦରର ଦାମରେ ଅହେତୁକ ବୃଦ୍ଧି ହେଉଥିବା କାରଣରୁ ଖାଉଟି ହନ୍ତସନ୍ତ ହେଉଛନ୍ତି। ଏମିତି ପରିସ୍ଥିତି ହୋଇଛିକି ଗରିବ ଶ୍ରେଣୀୟ ଲୋକମାନେ ଦିନକୁ ୩ ଓଳି ବଦଳରେ ଦୁଇ ଓଳି ଖାଇବାକୁ ପଡୁଛି। ଅନ୍ୟପଟେ ଦରଦାମ ବୃଦ୍ଧି ହେଉଥିବା କାରଣରୁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶରେ ଆର୍ଥିକ ଜରୁରୀ ପରିସ୍ଥିତି ଲାଗୁ କରିଛନ୍ତି। ଏହି କ୍ରମରେ ଲୋକମାନଙ୍କ ନିକଟରେ କିଭଳି ଖାଦ୍ୟ ସାମଗ୍ରୀ ପହଞ୍ଚିବ ଏବଂ ଦର ଦାମ ବୃଦ୍ଧି ହେବା କାରଣରୁ କୌଣସି ସ୍ଥାନରେ ଯେପରି ଅଭାବନୀୟ ଘଟଣା ନଘଟେ ସେଥି ପାଇଁ ଦୃଷ୍ଟି ଦେବାପାଇଁ ସେନାକୁ ନିର୍ଦ୍ଦେଶ ଦିଆଯାଇଛି।

ବିଶ୍ବ ବ୍ୟାଙ୍କର ରେକର୍ଡ ଅନୁସାରେ, କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଶ୍ରୀଲଙ୍କାରେ ପ୍ରାୟ ୫ ଲକ୍ଷ ଲୋକ ଗରିବ ସୀମା ରେଖା ତଳକୁ ଚାଲିଯାଇଛନ୍ତି। ଏଥିପାଇଁ ଶ୍ରୀଲଙ୍କାକୁ ଦେବାଳିଆ ଘୋଷଣା କରାଯାଇଛି। ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ମଧ୍ୟ ଖାଲି ଥିବା କାରଣରୁ ଋଣ ମଧ୍ୟ ଧୀରେ ଧୀରେ ବୃଦ୍ଧିପାଇବାରେ ଲାଗିଛି।

Leave A Reply

Your email address will not be published.