ଦୁନିଆର ଏକ ବଡ଼ ବିଭାଗ ଆଜି ମେଦବହୁଳତାର ସମ୍ମୁଖୀନ ହେଉଛି, ଏହାର ମୁଖ୍ୟ କାରଣ ହେଉଛି ଜୀବନଶ ଶୈଳୀ, ଖାଦ୍ୟପେୟ, ଯୋଗ-ବ୍ୟାୟାମ ଇତ୍ୟାଦିରେ ପରିବର୍ତ୍ତନ, ମେଦବହୁଳତା ହେତୁ, କେବଳ ଜଣେ ବ୍ୟକ୍ତି ନିଜର ଆକର୍ଷଣ ହରାନ୍ତି ନାହିଁ,ବରଂ ଏହି କାରଣ ରୁ ଅନେକ ପ୍ରକାରର ରୋଗରେ ପୀଡିତ ମଧ୍ୟ ହୁଅନ୍ତି, ମେଦବହୁଳତାରୁ ମୁକ୍ତି ପାଇବା ପାଇଁ ଲୋକମାନେ ଅନେକ ପ୍ରକାରର ଔଷଧ ଖାଇବା ସହିତ ଶେଷ ଅସ୍ତ୍ର ଭାବରେ ଅସ୍ତ୍ରୋପଚାର ମଧ୍ୟ କରନ୍ତି,ଏହା ସତ୍ୟେ ମଧ୍ୟ ଅଧିକ କିଛି ଲାଭ ହୋଇନଥାଏ |
ମେଦବହୁଳତାର ଗମ୍ଭୀର ସମସ୍ୟାରୁ ମୁକ୍ତି ପାଇବାରେ ସାହାଯ୍ୟକାରୀ :-
ଆଜି ଆମେ ଆପଣଙ୍କୁ ଭାରତୀୟ ଖାଦ୍ୟରେ ବ୍ୟବହୃତ ଏକ ସ୍ୱତନ୍ତ୍ର ମସଲା ବିଷୟରେ କହିବୁ, ଯାହାର ବ୍ୟବହାର ମେଦବହୁଳତାର ଗମ୍ଭୀର ସମସ୍ୟାରୁ ମୁକ୍ତି ପାଇବାରେ ସହାୟକ ହୋଇପାରେ, ଏହାକୁ ଆମେ “ସୋରିଷ” ବୋଲି କହିଥାଉ, ମଣିଷର ଖାଦ୍ୟ ଦ୍ୱାରା ସୃଷ୍ଟି ହୋଇଥିବା ମେଦବହୁଳତା ଉପରେ ହୋଇଥିବା ଏକ ଅନୁସନ୍ଧାନରେ ଏହା ଜଣାପଡିଛି ଯେ ଓଜନ ହ୍ରାସ କରିବାରେ ଗହମ ଆଉ ସୋରିଷ ଅତ୍ୟନ୍ତ ଉପକାରୀ,ଏହି ଅନୁସନ୍ଧାନ 30 ରୁ 70 ବର୍ଷ ବୟସ୍କ ମହିଳା ଆଉ ପୁରୁଷମାନଙ୍କଠାରେ କରାଯାଇଥିଲା,ଏହି ସମୟରେ ଲୋକଙ୍କ ଖାଦ୍ୟପେୟରେ ପରିବର୍ତ୍ତନ କରାଯାଇଥିଲା, ଏହି ଅଧୀନରେ ଚାଲେମର ୟୁନିଭରସିଟି ଅଫ୍ ଟେକ୍ନୋଲୋଜିର ଅନୁସନ୍ଧାନକାରୀମାନେ ଦାବି କରିଛନ୍ତି ଯେ ସୋରିଷରୁ ପ୍ରସ୍ତୁତ ଖାଦ୍ୟ ଓଜନ ହ୍ରାସ ପାଇଁ ସହାୟକ ହୋଇଥାଏ, ଏହାର ବ୍ୟବହାର ଭୋକ ଆଉ ମେଟାବୋଲିଜିମ୍ ଉପରେ ଏକ ସକରାତ୍ମକ ପ୍ରଭାବ ପକାଇଥାଏ |
ଯେଉଁମାନଙ୍କ ମଧ୍ୟରେ ଏହି ଅନୁସନ୍ଧାନ କରାଯାଇଥିଲା, ସେମାନଙ୍କୁ ଦୁଇଟି ଦଳରେ ବିଭକ୍ତ କରାଯାଇଥିଲା,ଏହି ସମୟରେ,ଗୋଟିଏ ଗୋଷ୍ଠୀର ଖାଦ୍ୟରେ ଗହମ ଆଉ ଅନ୍ୟ ଗୋଷ୍ଟିକୁ ଗହମ ସହିତ ସୋରିଷରୁ ପ୍ରସ୍ତୁତ ଉତ୍ପାଦରେ ଅନ୍ତର୍ଭୁକ୍ତ କରାଯାଇଥିଲା,ଆଉ ଏହାର ଫଳାଫଳ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଭରିଲା,ଗହମରୁ ପ୍ରସ୍ତୁତ ଖାଦ୍ୟ ଖାଉଥିବା ଲୋକମାନଙ୍କଠାରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା, କିନ୍ତୁ ଗହମ ସହ ସୋରିଷରେ ପ୍ରସ୍ତୁତ ଖାଦ୍ୟ ଖାଉଥିବା ଲୋକମାନେ ଯେଉଁମାନେ କେବଳ ଗହମ ସହିତ ପ୍ରସ୍ତୁତ ଖାଦ୍ୟ ଖାଉଥିଲେ ସେମାନଙ୍କ ତୁଳନାରେ ପ୍ରାୟ ଏକ କିଲୋଗ୍ରାମ ଓଜନ ହ୍ରାସ ହୋଇଥିବାର ଦେଖିବାକୁ ମିଳିଥିଲା |
ସୋରିଷ ବ୍ୟବହାରରେ ଓଜନ ହ୍ରାସହେବା ସହିତ ଶରୀରର ମେଟାବୋଲିଜିମ୍ ର ମଧ୍ୟ ଉନ୍ନତି ଆଣିବାରେ ସାହାଯ୍ୟ କରେ :-
ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଯେ ଯେଉଁମାନେ ଗହମ ସହିତ ସୋରିଷ ଯୁକ୍ତ ଖାଦ୍ୟ ଖାଇଲେ ତାଙ୍କ ଶରୀରର ଚର୍ବି ସ୍ତର ଉପରେ ଏହାର ସକରାତ୍ମକ ପ୍ରଭାବ ପଡିଥିଲା,ଏଥି ସହିତ, ସୋରିଷର ବ୍ୟବହାର ଓଜନ ହ୍ରାସ ସହିତ ଶରୀରର ମେଟାବୋଲିଜିମରେ ଉନ୍ନତି ଆଣିବାରେ ମଧ୍ୟ ସାହାଯ୍ୟ ମିଳିଥିଲା,ବର୍ତ୍ତମାନ ଅନୁସନ୍ଧାନକାରୀମାନେ ଅନୁସନ୍ଧାନ କରୁଛନ୍ତି ଯେ ସୋରିଷ ବ୍ୟବହାର କରିବା-ଦ୍ୱାରା ଶରୀରରେ ଯେଉଁବି ଓଜନ ହ୍ରାସ ହୁଏ ତା ପାଇଁ ଅନ୍ତନଳୀରେ କୌଣସି ନିର୍ଦ୍ଦିଷ୍ଟ ପ୍ରକାରର ବ୍ୟାକଟେରିଆ ଏଥିପାଇଁ ଦାୟୀ ନୁହନ୍ତି ତ |
ସୋରିଷର ନିୟମିତ ବ୍ୟବହାର କରିଲେ ଶରୀରରେ ଫାଇବରର ପରିମାଣ ଭଲ :-
ଅତୀତରେ ସୋରିଷ ଖାଇବାର ଉପକାରିତା ବିଷୟରେ ଅନେକ ଗବେଷଣା କରାଯାଇଛି,ସେମାନଙ୍କଠାରୁ ମିଳିଥିବା ଫଳାଫଳ ମଧ୍ୟ ବହୁତ ସକାରାତ୍ମକ ଅଟେ,ସେମାନଙ୍କ ଅନୁଯାୟୀ, ସୋରିଷକୁ ନିୟମିତ ଖାଇବା ଦ୍ୱାରା ଶରୀରରେ ଫାଇବରର ପରିମାଣ ଭଲ ହୋଇଥାଏ,ଲୋକଙ୍କ ମଧ୍ୟରେ ଉତ୍ତମ ଶକ୍ତି ବିସ୍ତାର ହୁଏ, ଲୋକମାନେ ସେପରି ଅନୁଭବ କରନ୍ତି, ତେଣୁ ଆପଣମାନେ ମଧ୍ୟ ଆଜିଠାରୁ ନିଜ ଖାଦ୍ୟରେ ସୋରିଷ ବ୍ୟବହାର କରିବା ଆରମ୍ଭ କରିଦିଅନ୍ତୁ,ଏହା ଶରୀରକୁ କ୍ଷତି ପହଞ୍ଚାଇବ ନାହିଁ, କିନ୍ତୁ ଏହା ନିଶ୍ଚିତ ଭାବରେ ଆପଣମାନଙ୍କ ପାଇଁ ଲାଭଦାୟକ ହେବ |