ଦୁନିଆର ସେହି ପାଞ୍ଚଜଣ ବୋଲର,ଯାହାଙ୍କ ବଲରେ କୌଣସି ବ୍ୟାଟ୍ସମ୍ୟାନ ଛକା ମାରି ପାରିଲେ ନାହିଁ

0

Get real time updates directly on you device, subscribe now.

କ୍ରିକେଟ ଜଗତରେ କିଛିବି ଅସମ୍ଭବ ନୁହେଁ। ଯଦି ଆପଣ ଭାବୁଛନ୍ତି କ୍ରିକେଟରେ ସବୁ ବୋଲର ଛକା ଖାଇଛନ୍ତି ତାହେଲେ ଆପଣ ଭୁଲ ଅଟନ୍ତି କାରଣ କ୍ରିକେଟ ଜଗତରେ ଏମିତି ପାଞ୍ଚଜଣ ବୋଲର ରହିଛନ୍ତି ଯାହାଙ୍କ ବଲରେ ବ୍ୟାଟ୍ସମ୍ୟାନ ମାନେ ଗୋଟିଏ ବି ଛକା ମାରି ପାରିନାହାଁନ୍ତି। ଆସନ୍ତୁ ଜାଣିବା ସେହି ବୋଲର ମାନଙ୍କ ନାମ।

1. ଡେରେକ ପ୍ରିଙ୍ଗଲ

ଇଂଲଣ୍ଡ ଷ୍ଟାର ବୋଲର ଡେରେକ ପ୍ରିଙ୍ଗଲଙ୍କୁ କିଏବା ନଜାଣେ କେନିଆରେ ଜନ୍ମଗ୍ରହଣ କରିଥିବା ଡେରେକ ନିଜ କ୍ୟାରିଅର ଆରମ୍ଭ ପ୍ରଥମେ ଜଣେ ବ୍ୟାଟ୍ସମ୍ୟାନ ଭାବରେ କରିଥିଲେ କିନ୍ତୁ ସ୍ଲୋ ମିଡ଼ିୟମ ବଲ ପକାଉଥିବାରୁ ସେ ନିଜର ପରିଚୟ ଜଣେ ବୋଲର ଭାବରେ କରିଥିଲେ। ସେ ଇଂଲଣ୍ଡ ତରଫରୁ 30ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଡେରେକ 5 ହଜାର 287 ବଲ ଫିଙ୍ଗି 70 ଟି ଉଇକେଟ ନେଇଛନ୍ତି। କିନ୍ତୁ କୌଣସି ବ୍ୟାଟ୍ସମ୍ୟାନ ତାଙ୍କୁ ଗୋଟିଏ ଛକା ବି ମାରି ପାରିନାହାଁନ୍ତି।

2. ମୁଦସର ନଜର (ପାକିସ୍ତାନ):-

1976 ରୁ 1989 ଯାଏଁ ପାକିସ୍ତାନ ପାଇଁ ମୁଦସର ନଜର 76 ଟେଷ୍ଟ ଓ 112ଦିନିକିଆ ମ୍ୟାଚ ଖେଳିଛନ୍ତି। ଟେଷ୍ଟ କଥା କହିବାକୁ ଗଲେ ସେ 5867 ବଲ ପକାଇଛନ୍ତି କିନ୍ତୁ କୌଣସି ବ୍ୟାଟ୍ସମ୍ୟାନ ତାଙ୍କୁ ଛକା ମାରି ନାହାଁନ୍ତି।

3. ମହମ୍ମଦ ହୁସେନ (ପାକିସ୍ତାନ):-

ପାକିସ୍ତାନର ପୂର୍ବତନ ବୋଲର ମହମ୍ମଦ ହୁସେନଙ୍କୁ 1952-53 ରେ ଭାରତ ଗସ୍ତ ସମୟରେ ପରିଚୟ ମିଳିଥିଲା। ସେ ତାଙ୍କ କ୍ୟାରିଅରରେ 5910 ବଲ ପକାଇ 68 ଉଇକେଟ ନେଇଛନ୍ତି ଓ କୌଣସି ବ୍ୟାଟ୍ସମ୍ୟାନ ତାଙ୍କୁ ଛକା ମାରି ପାରିନାହାଁନ୍ତି।

4. କିଥ ମିଲର (ଅଷ୍ଟ୍ରେଲିଆ);-

ଅଷ୍ଟ୍ରେଲିଆ ପାଇଁ 55 ଟେଷ୍ଟ ଖେଳିଥିବା କିଥ ମିଲର 170 ଉଇକେଟ ନେଇଛନ୍ତି। ସେ 10 ହଜାର 461 ବଲ ପକାଇଛନ୍ତି ଓ କୌଣସି ବ୍ୟାଟ୍ସମ୍ୟାନ ତାଙ୍କୁ ଛକା ମାରିନାହାଁନ୍ତି।

5. ନିଲ ହକ (ଅଷ୍ଟ୍ରେଲିଆ):-

ପୂର୍ବ ଅଷ୍ଟ୍ରେଲିଆ ଖେଳାଳି ନିଲ ହକ 1963 ମସିହାରେ ଡେବ୍ୟୁ କରିଥିଲେ ଓ 27ଟି ଟେଷ୍ଟ ମ୍ୟାଚ ଖେଳିଥିଲେ। ସେ 145 ପ୍ରଥମଶ୍ରେଣୀ ମ୍ୟାଚରେ 6 ହଜାର 987 ବଲ ପକାଇଛନ୍ତି ଓ ତାଙ୍କୁ କେହିବି ବ୍ୟାଟ୍ସମ୍ୟାନ ଛକା ମାରି ପାରିନାହାଁନ୍ତି।

Leave A Reply

Your email address will not be published.