ଜ୍ଞାନିକମାନଙ୍କ ଆଶ୍ଚର୍ଯ୍ୟଜନକ ଦାବି,ମଣିଷମାନଙ୍କର ବୟସ ହେବ 180 ବର୍ଷ !

0

Get real time updates directly on you device, subscribe now.

ପୂର୍ବରୁ ଅଧିକାଂଶ ଲୋକ 100 ବର୍ଷରୁ ଅଧିକ ବୟସ ପର୍ଯ୍ୟନ୍ତ ଜୀବିତ ରହୁଥିଲେ, କିନ୍ତୁ ବର୍ତ୍ତମାନ ମଣିଷମାନଙ୍କ ହାରାହାରି ବୟସ 60ରୁ 65 ବର୍ଷ ପର୍ଯ୍ୟନ୍ତ ରହିଯାଇଛି । ଏହା ମଧ୍ୟରେ ବୈଜ୍ଞାନିକମାନେ ମଣିଷମାନଙ୍କ ବୟସ ବଢ଼ାଇବା ପାଇଁ ଲଗାତାର ଭାବେ ନୂଆଁ ନୂଆଁ ପ୍ରୟୋଗ କରୁଛନ୍ତି । ଏସବୁ ମଧ୍ୟରେ ଜଣେ ବୈଜ୍ଞାନିକ ଦାବି କରିଛନ୍ତି ଯେ ତାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବୈଜ୍ଞାନିକ ଦାବି କରିଛନ୍ତି ଯେ ବର୍ତ୍ତମାନ ମଣିଷ 180 ବର୍ଷ ପର୍ଯ୍ୟନ୍ତ ଜୀବିତ ରହିପାରିବ, କିନ୍ତୁ ଏହା ବର୍ତ୍ତମାନ ହେବନାହିଁ ।

ବୈଜ୍ଞାନିକଙ୍କ ଦାବି ଅନୁଯାୟୀ, 2100 ବର୍ଷରୁ ମଣିଷର ବୟସ 180 ବର୍ଷ ହୋଇପାରେ । ବୈଜ୍ଞାନିକ ଏହା ମଧ୍ୟ କହିଛନ୍ତି ଯେ ଦଶକର ଶେଷ ସୁଦ୍ଧା ମଣିଷ 130 ବର୍ଷ ପର୍ଯ୍ୟନ୍ତ ଜୀବିତ ରହିପାରିବ । କିନ୍ତୁ ବର୍ତ୍ତମାନ ସମୟରେ ମଣିଷ କେବଳ 70ରୁ 80 ବର୍ଷ ପର୍ଯ୍ୟନ୍ତ ହିଁ ଜୀବିତ ରହୁଛି । ତେଣୁ ମଣିଷର କିଛି ଇଚ୍ଛା ମଧ୍ୟ ମରିଯାଏ । ଯଦି ମଣିଷ 180 ବର୍ଷ ପର୍ଯ୍ୟନ୍ତ ଜୀବିତ ରୁହେ, ତେବେ ସେ ନିଜ ଇଚ୍ଛାକୁ ପୂରଣ କରିପାରିବ ।

ଏହି ଆଶ୍ଚର୍ଯ୍ୟଜନକ ଦାବି କାନାଡ଼ାରେ HEC Montreal ର ପ୍ରଫେସର ଲିୟୋ ବେଲଜିଲ କରିଛନ୍ତି । ସେ କହିଛନ୍ତି ଯେ ସବୁଠାରୁ ବୃଦ୍ଧ ବ୍ୟକ୍ତିଙ୍କ ଜୀବିତ ରହିବାର ରେକର୍ଡ 2100 ସୁଦ୍ଧା ଭାଙ୍ଗିଯାଇପାରେ । ବର୍ତ୍ତମାନ ସବୁଠାରୁ ଅଧିକ ବୟସ ପର୍ଯ୍ୟନ୍ତ ବଞ୍ଚିଥିବା ରେକର୍ଡ ଜଣେ ଫ୍ରାନ୍ସର ମହିଳାଙ୍କ ନାମ ରହିଛି, ଯାହାଙ୍କ ନାମ ଜିନ କ୍ୟାଲମେଣ୍ଟ ଅଟେ । ତାଙ୍କ ମୃତ୍ୟୁ 122 ବର୍ଷ ବୟସରେ 1997ରେ ହୋଇଥିଲା ।

ଲିୟୋ ବେଲଜିଲ କହିଛନ୍ତି ଯେ କିଛି ଡାଟା ରୁ ଏହା ସାମ୍ନାକୁ ଆସିଛି ଯେ ମଣିଷ ଜୀବନର କୌଣସି ଉପର ସୀମା ନଥାଏ । ସେ ଏହା ମଧ୍ୟ କହିଛନ୍ତି ଯେ ମଣିଷର ବୟସ ବଢ଼ିଥାଏ, ମେଡିକାଲ୍ ସୁବିଧା ମଧ୍ୟ ଅଧିକ ଆବଶ୍ୟକ ହେବ । ଏହା ସହିତ ଖର୍ଚ୍ଚ ମଧ୍ୟ ବଢିବ ।

ମିଡ଼ିଆ ରିପୋର୍ଟରେ କୁହାଯାଇଛି ଯେ ଯଦି ମଣିଷ ଅଧିକ ବୟସ ପର୍ଯ୍ୟନ୍ତ ବଞ୍ଚିରୁହେ, ତେବେ ଅନେକ ସ୍ବାସ୍ଥ୍ୟ ସମସ୍ୟା ହେବ । ମଣିଷର ଶରୀରରେ ଅନେକ ଅଙ୍ଗ ମଧ୍ୟ କାମ କରିବା ବନ୍ଦ୍ କରିଦେବେ । ଏପରି ପରିସ୍ଥିତିରେ ମଣିଷର ମେଡିକାଲ୍ ରେ ଖର୍ଚ୍ଚ ବଢିଯିବ ।

Leave A Reply

Your email address will not be published.