ବାର୍ଥଡେର ପରା ଦିନ ସ୍ତ୍ରୀକୁ ହୋଟେଲକୁ ଡାକିଲା ସ୍ୱାମୀ ,ଆଉ କଲା ଏମିତି କାଣ୍ଡ, ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଗାଜିଆବାଦରେ ସମ୍ପର୍କରେ ଭରସା ଭାଙ୍ଗିଥିବା ଘଟଣା ଘଟିଛି | ଏଠାରେ ଗୋଟିଏ ହୋଟେଲରେ ସ୍ୱାମୀ ସ୍ତ୍ରୀକୁ ଡାକିଲା | ତାପରେ ତାକୁ ଛୁରୀ ଦ୍ୱାରା ଭୁସି ହତ୍ୟା କରିଦେଲା | ଏହି ସମ୍ବେଦନଶୀଳତା ଘଟଣା ପରେ ଅଭିଯୁକ୍ତ ସ୍ୱାମୀ ଘଟଣାସ୍ଥଳରୁ ଫେରାର ହୋଇଗଲା | ସେହିପରି ବାଥରୁମରୁ ସ୍ତ୍ରୀର ଶବ ମିଳିଛି | କୁହାଯାଉଛି ଯେ ହତ୍ୟାର ଦିନେ ପୂର୍ବରୁ ମହିଳାଙ୍କ ଜନ୍ମଦିନ ଥିଲା |

ପୋଲିସ କହିଛି ଯେ ହାପୁରର ବହାଦୁରଗଡ଼ ଥାନା ଅଞ୍ଚଳରେ ରହୁଥିବା ପେଟ୍ରୋଲ ପମ୍ପ କର୍ମଚାରୀ ଅର୍ଜୁନ ଖୋଦାରେ ମିଡ଼ିଆ ହାଉସ ପାଖରେ ଦର୍ଶନ ହୋଟେଲକୁ ଆସିଥିଲା | ଏଠାରେ ସେ ଦୁଇ ଦିନ ପୂର୍ବରୁ ରୁମ ନମ୍ବର ୧୦୭ ବୁକ କରିଥିଲା | ତାପରେ ଅଭିଯୁକ୍ତ ପରବର୍ତ୍ତୀ ଦିନ ସକାଳେ ସ୍ତ୍ରୀ ପ୍ରିୟଙ୍କାଙ୍କୁ ହୋଟେଲର ରୁମକୁ ଡ଼କାଇଲା | ଦୁହିଁଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଯାଇଥିଲା | ବିବାଦ ହେବାପରେ ସ୍ୱାମୀ ରାଗ ଜରଜର ହୋଇ ଛୁରୀରେ ଭୁସି ସ୍ତ୍ରୀକୁ ହତ୍ୟା କରିଦେଲା |

ପୋଲିସ କହିଛି ଯେ ଜାନୁଆରୀ ୯ ତାରିଖରେ ପ୍ରିୟଙ୍କାଙ୍କ ଜନ୍ମଦିନ ଥିଲା | ହୋଟେଲ ଷ୍ଟାଫଙ୍କ ଅନୁଯାୟୀ, ଯେତେବେଳେ ପ୍ରିୟଙ୍କା ହୋଟେଲରେ ପହଞ୍ଚିଲେ ସେତେବେଳେ ସେ ବହୁତ ଖୁସି ଥିଲେ | ଅର୍ଜୁନ ନିଜ ସ୍ତ୍ରୀ ପ୍ରିୟଙ୍କାଙ୍କୁ ନେଇ ହୋଟେଲ ରୁମକୁ ଗଲା, କିନ୍ତୁ ପ୍ରିୟଙ୍କାଙ୍କୁ ସ୍ୱାମୀର ଷଡଯନ୍ତ୍ର ଜଣାନଥିଲା |

ଏକ ବର୍ଷ ଧରି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଚାଲିଥିଲା ବିବାଦ :-

ପୋଲିସ ଅନୁଯାୟୀ, ବହାଦୁରଗଡ଼ର ବାସିନ୍ଦା ଅର୍ଜୁନ ଏବଂ ବୁରାଡ଼ିର ପ୍ରିୟଙ୍କା ଅଢେଇ ବର୍ଷ ପୂର୍ବରୁ କୋର୍ଟ ମ୍ୟାରେଜ କରିଥିଲେ | ଦୁହେଁ ପୂର୍ବରୁ ହାପୁରରେ ରହୁଥିଲେ, ତାପରେ ଗାଜିଆବାଦରେ ରହିବାକୁ ଲାଗିଲେ | ଦମ୍ପତିଙ୍କର ଗୋଟିଏ ଝିଅ ମଧ୍ୟ ଅଛି | କିନ୍ତୁ ଗତ ଛଅ ମାସ ହେଲାଣି ପ୍ରିୟଙ୍କା ବୁରାଡ଼ିରେ ଏକୁଟିଆ ରହୁଥିଲେ | ପୋଲିସ ମହିଳାଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି | ହତ୍ୟା କରିଥିବା ଅଭିଯୁକ୍ତ ସ୍ୱାମୀକୁ ଖୋଜିବାପାଇଁ ଟିମ ତିଆରି କରାଯାଇଛି | ପୋଲିସ ଅଧିକାରୀଙ୍କ ଅନୁଯାୟୀ ଅଭିଯୁକ୍ତଙ୍କର ନିଜ ସ୍ତ୍ରୀ ସହିତ ଏକ ବର୍ଷ ଧରି ବିବାଦ ଚାଲିଥିଲା |

Leave A Reply

Your email address will not be published.