ଗାଡି ଭଡା ଛାଡ୍‌ : GKର ଉତ୍ତର ଦେଲେ, ଭଡା ନେଉ ନାହାନ୍ତି ଅଟୋ ଡ୍ରାଇଭର

0

Get real time updates directly on you device, subscribe now.

ଦିନକୁ ଦିନ ତେଲର ଦର ବୃଦ୍ଧି ପାଇବାରେ ଲାଗିଛି। ଯେଉଁଥିପାଇଁ ଗାଡିର ଭଡା ମଧ୍ୟ ବଢିବାରେ ଲାଗିଛି। ଯଦି ଆପଣ GKରେ ଦୃଢ଼ ଅଛନ୍ତି କିମ୍ବା ଦେଶ, ବିଦେଶ ଉପରେ ଆପଣଙ୍କର ଭଲ ଜ୍ଞାନ ଅଛି ତେବେ ଆପଣଙ୍କ ଗାଡିର ଭଡା ଦେବାକୁ ହେବନାହିଁ। ପଶ୍ଚିମବଙ୍ଗରେ ଏମିତି କିଛି ଘଟୁଛି। ଏଠାକାର ଜଣେ ଅଟୋ ଚାଳକ ତାଙ୍କର ଗାଡିରେ ଯାତ୍ରା କରୁଥିବା ଲୋକମାନଙ୍କୁ ଦେଶ ବିଦେଶ ସହିତ ଜଡିତ ପ୍ରଶ୍ନ କରୁଛନ୍ତି। ଯେଉଁମାନେ ଏହାର ଉତ୍ତର ସଠିକ ଦେଉଛନ୍ତି ସେ ସେମାନଙ୍କଠାରୁ ଭଡା ଆଦୌ ନେଉନାହାନ୍ତି।

ସଂକଳନ ସରକାର ନାମକ ଜଣେ ସୋସିଆଲ ମିଡିଆ ୟୁଜର୍ସ ଏହି ଅଟୋ ଚାଳକଙ୍କର କାହାଣୀକୁ ସେୟାର କରିଛନ୍ତି। ସଂକଳନ ଉକ୍ତ ଅଟୋ ଚାଳକଙ୍କ ସହିତ ଯାତ୍ରା କରୁଥିଲେ। ଅଟୋ ଚାଳକ ତାଙ୍କୁ ୧୫ଟି ପ୍ରଶ୍ନ କରିଥିଲେ। ଏହାର ଉତ୍ତର ସେ ସଠିକ ଭାବରେ ଦେଇଥିବା କାରଣରୁ ସେ ତାଙ୍କଠାରୁ ଭଡା ନେଇନଥିଲେ ବୋଲି ସଂକଳନ ତାଙ୍କର ପୋଷ୍ଟରେ ଲେଖିଛନ୍ତି।

ସଂକଳନ ଲେଖିଛନ୍ତିକି, ମୁଁ ମୋ ପତ୍ନୀ ଏହି ଅଦ୍‌ଭୁତ ଅଟୋ ଚାଳକଙ୍କ ଗାଡିରେ ଯାତ୍ରା କରିଥିଲୁ। ଡ୍ରାଇଭର ଜଣଙ୍କ ମତେ ‘ଜନ ଗଣ ମନ’ କିଏ ଲେଖିଥିଲେ? ୱେଷ୍ଟ ବେଙ୍ଗଲର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ? ଆଦି ପ୍ରଶ୍ନ ପଚାରିଥିଲେ। ଏପରି ସେ ୧୫ଟି ପ୍ରଶ୍ନ କରିଥିଲେ। ସେଥିରୁ କିଛି ସଠିକ ପ୍ରଶ୍ନର ଉତ୍ତର ଦେଇଥିବା କାରଣରୁ ସେ ତାଙ୍କଠାରୁ ଆଦୌ ଭଡା ନେଇନଥିଲେ।

ସଂକଳନ ଆହୁରି ଲେଖିଛନ୍ତିକି, ଏହି ଅଟୋ ଚାଳକଜଣକ ତାଙ୍କର ଅଟୋରେ ମହାପୁରୁଷଙ୍କର ଫଟୋ ରଖିଛନ୍ତି। ଏବଂ ସେମାନଙ୍କର ଜନ୍ମଦିନକୁ ପାଳନ କରୁଛନ୍ତି। ଅଟୋ ଚାଳକ କୁହନ୍ତିଯେ, ସେ ହିନ୍ଦୁ ହେବା ସତ୍ୱେ ବେଳେବେଳେ ମୁସଲମାନଙ୍କର ଧଳା ଟୋପିକୁ ପିନ୍ଧିଥାନ୍ତି। ସେ ସବୁ ଧର୍ମକୁ ସମାନ ଭାବରେ ଦେଖିଥାନ୍ତି।

Leave A Reply

Your email address will not be published.