ବିଶେଷଜ୍ଞଙ୍କ ବଡ ଦାବି : ଅଙ୍ଗ ପ୍ରତ୍ୟଙ୍ଗକୁ ଅକାମୀ କରୁଛି ଓମିକ୍ରନ୍‌ !

0

Get real time updates directly on you device, subscribe now.

କରୋନା ସାରା ବିଶ୍ୱକୁ କଲବଲ କରିସାରିଲାଣି। କରୋନାର ନୂଆ ଭେରିଏଣ୍ଟ ଓମିକ୍ରନ ଚାରିଆଡେ ନିଜର କାୟାକୁ ମେଲାଇ ସାରିଲାଣି। ତେବେ ଏହା ମାଇଲ୍ଡ ଇନ୍‌ଫେକ୍‌ସନ୍‌ ତଥା ସାମାନ୍ୟ ସକ୍ରମଣ ବୋଲି କହି ସାରା ଦୁନିଆରେ ଅଣଦେଖା କରଯାଉଛି। କିନ୍ତୁ ଏହାକୁ ନେଇ ବର୍ତ୍ତମାନ ବିଶେଷଜ୍ଞ ଚମକାଇ ହେଲା ଭଳି ଦାବି କରିଛନ୍ତି।

ବର୍ତ୍ତମାନ ଓମିକ୍ରନ ମଣିଷର ପ୍ରତ୍ୟେକ ଅଙ୍ଗକୁ ଅକାମୀ କରିଦେଉଛି। କିଛି ଅଙ୍ଗ ଉପରେ ଏହା ଗଭୀର ରୂପେ ପ୍ରଭାବିତ କରୁଛି। ଏ ବିଷୟରେ ଜର୍ମାନ ବିଶେଷଜ୍ଞମାନେ ଦାବି କରିଛନ୍ତି। ୟୁରୋପୀୟ ହାର୍ଟ ଜର୍ଣ୍ଣାଲରେ ପ୍ରକାଶିତ ଏକ ନୂତନ ଅଧ୍ୟୟନରୁ ଜଣାପଡିଛିକି ରୋଗୀମାନଙ୍କ ନିକଟରେ ଓମିକ୍ରନ ଭାଇରସର ସାମାନ୍ୟ ଲକ୍ଷଣ ଦେଖାଯାଉଥିଲେ ମଧ୍ୟ ଏହା ଶରୀର ଉପରେ ବିଶେଷ ମାତ୍ରାରେ ପ୍ରଭାବ ପକାଉଛି।

ତଥ୍ୟ ଅନୁସାରେ, ଓମିକ୍ରନର ହାଲୁକା ସଂକ୍ରମଣ ମଧ୍ୟ ଶରୀରର ଅଙ୍ଗ ପ୍ରତ୍ୟେଙ୍ଗକୁ ନଷ୍ଟ କରିପାରେ। ଏଥିପାଇଁ, SARS-CoV-2ରେ ସଂକ୍ରମିତ ହୋଇଥିବା ତଥା ସାମାନ୍ୟ ଲକ୍ଷଣ ଥିବା ୪୫ ରୁ ୭୪ ବର୍ଷ ବୟସର ମୋଟ ୪୪୩ ଜଣଙ୍କର ବ୍ୟାପକ ସ୍କ୍ରିନିଂ କରାଯାଇଥିଲା। ଅଧ୍ୟୟନରେ ସାମିଲ କରାଯାଇଥିବା ସଂକ୍ରମିତ ଲୋକମାନଙ୍କ ନିକଟରେ ସାମାନ୍ୟ କିମ୍ବା କୌଣସି ଲକ୍ଷଣ ଦେଖା ଦେଇନଥିଲା। କିନ୍ତୁ ସେମାନଙ୍କ ଅଙ୍ଗପ୍ରତ୍ୟେଙ୍ଗକୁ ଭାଇରସ ମଧ୍ୟମ ଧରଣର କ୍ଷତି ପହଞ୍ଚିଥିବାର ଦେଖିବାକୁ ମିଳିଥିଲା।

ଏହି ଅଧ୍ୟୟନରେ ସାମିଲ ହୋଇଥିବା ବୈଜ୍ଞାନିକଙ୍କର କହିବା ଅନୁସାରେ, ଉକ୍ତ ରୋଗୀଙ୍କର ଫୁସଫୁସ ପରୀକ୍ଷା କରାଯାଇଥିଲା। ସେଥିରୁ କିଛି ଲୋକମାନଙ୍କ ଫୁସଫୁସ ତିନି ପ୍ରତିଶତ ନଷ୍ଟ ହୋଇଯାଇଥିବାର ସାମ୍ନାକୁ ଆସିଥିଲା। ଏଥି ସହିତ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଥିବାର ମଧ୍ୟ ହେଉଥିବା ଦେଖିବାକୁ ମିଳିଥିଲା। ହାର୍ଟ ଫଙ୍କସନରେ ହାରାହାରି ୧ ରୁ ୨ ପ୍ରତିଶତ ହ୍ରାସ ଘଘଟିଥିଲ। ରକ୍ତରେ ପ୍ରୋଟିନର ସ୍ତର ୪୧ ପ୍ରତିଶତ ବୃଦ୍ଧି ପାଇଥିଲା, ଯାହାକି ପରେ ହୃଦୟ ଉପରେ ଚାପ ପକାଇଥାଏ।

ସେହିପରି ଓମିକ୍ରନ୍‌ ଦ୍ୱାରା ରୋଗୀଙ୍କର କିଡନୀ ମଧ୍ୟ ପ୍ରଭାବିତ ହୋଇଥିବାର ସାମ୍ନାକୁ ଆସିଥିଲା। ହାରାହାରି ୨ ପ୍ରତିଶତ କିଡନୀ କାମ କରିବାର ବନ୍ଦ କରିଦେଇଥିବା ଜଣାପଡିଥିଲା। କେବଳ ସେତିକି ନୁହେଁ ରୋଗୀଙ୍କର ଭୋକ ମଧ୍ୟ କମି ଯାଇଥିବାର ଦେଖିବାକୁ ମିଳିଥିଲା। ତେବେ ରୋଗୀଙ୍କର ମସ୍ତିଷ୍କ କାର୍ଯ୍ୟ ଉପରେ ଏହାର କୌଣସି ପ୍ରତିକୂଳ ପ୍ରଭାବ ପଡିନଥିଲା ବୋଲି ବୈଜ୍ଞାନିକମାନେ ଜଣାଇଛନ୍ତି।

କରୋନାର ଡେଲ୍ଟା ଭେରିଏଣ୍ଟ ଲୋଅର ରେସ୍ପିରେଟରୀ ସିଷ୍ଟମକୁ ପ୍ରଭାବିତ କରେ। ଫଳରେ ମଣିଷର ଫୁସଫୁସକୁ କରୋନା ଅଧିକ ମାତ୍ରାରେ ପ୍ରଭାବ ପକାଉଥିଲା। କିନ୍ତୁ ଏହି ନୂଆ ଭେରିଏଣ୍ଟ ଓମିକ୍ରନ ଉପର ରେସ୍ପିରେଟରୀ ସିଷ୍ଟମ୍‌କୁ ବହୁତ ମାତ୍ରାରେ ପ୍ରଭାବିତ କରୁଛି। ଏହାଦ୍ୱାରା ଫୁସ୍‌ଫୁସ୍‌କୁ ବହୁତ କମ କ୍ଷତି ପହଞ୍ଚିପାରେ। ନିଃଶ୍ୱାସ ପ୍ରଶ୍ୱାସ ଏବଂ ସ୍ୱାଦ, ଗନ୍ଧ ଚିହ୍ନଟ କରିବାର କ୍ଷମତା ହରାଇବା ଭଳି କୌଣସି ଲକ୍ଷଣ ଏଥିରେ ଦେଖାଯାଏ ନାହିଁ। କିନ୍ତୁ ଏହା ଭାଇରସର ବ୍ୟାପିବାର ଗତିକୁ ଅଧିକ ବଢ଼ାଇପାରେ ବୋଲି ବୈଜ୍ଞାନିକମାନେ କହିଛନ୍ତି।

Leave A Reply

Your email address will not be published.