ଓମିକ୍ରନ ସମୟରେ ସାମ୍ନାକୁ ଆସିଲା କରୋନାର ଆଉ ଏକ ନୂଆ ଭ୍ୟାରିଏଣ୍ଟ ଡେ଼ଲ୍ଟାକ୍ରନ,ଜାଣନ୍ତୁ ଏହା କେତେ ଖତରନାକ ଓ ଏକ୍ସପର୍ଟ ମାନଙ୍କ ମତ !

0

Get real time updates directly on you device, subscribe now.

ଦିନକୁ ଦିନ କରୋନାର ନୂଆ ଭ୍ୟାରିଏଣ୍ଟ ସାମ୍ନାକୁ ଆସୁଛି ଓ ଏହି ଭ୍ୟାରିଏଣ୍ଟ ବହୁତ ଗମ୍ଭୀର ପରିସ୍ଥିତି ମଧ୍ୟ ସୃଷ୍ଟି କରିଛି। ବର୍ତ୍ତମାନ ଓମିକ୍ରନ ଭ୍ୟାରିଏଣ୍ଟ ମଧ୍ୟରେ ସାଇପ୍ରସ ବୈଜ୍ଞାନିକ କରୋନାର ଆଉ ଏକ ଷ୍ଟ୍ରେନ ପାଇଛନ୍ତି। ଏହାକୁ ଓମିକ୍ରନ ଓ ଡେ଼ଲ୍ଟାର ମିକ୍ସ ବୋଲି କୁହାଯାଉଛି। ଏହାକୁ ଡେ଼ଲ୍ଟାକ୍ରନ ନାମ ଦିଆଯାଇଛି।

ଓମିକ୍ରନ ବର୍ତ୍ତମାନ ସୁଦ୍ଧା କରୋନାର ସବୁଠାରୁ ଦ୍ରୁତ ବେଗରେ ବଢ଼ୁଥିବାର ଭ୍ୟାରିଏଣ୍ଟ କୁହାଯାଉଥିବା ବେଳେ, ଡେ଼ଲ୍ଟା ବିଜେ ବର୍ଷରେ କହର ମଚାଇଥିଲା। ବର୍ତ୍ତମାନ ଏମାନଙ୍କ ମିଶ୍ରଣରେ ନୂଆ ଭ୍ୟାରିଏଣ୍ଟ କଣ କରୁଛି ଏହାର ଅନୁମାନ ଲଗାଯାଉଛି।

ସାଇପ୍ରସ ଗବେଷଣାକାରୀ ଏହି ସପ୍ତାହରେ ନିଜର ନିଷ୍କର୍ଷ GISAID କୁ ପଠାଇଛନ୍ତି। ଏହା ଏକ ଅନ୍ତରାଷ୍ଟ୍ରୀୟ ଡେଟାବେସ ଅଟେ। ଯିଏକି ଭାଇରସକୁ ଟ୍ରାକ କରିଥାଏ। ଇଣ୍ଟରନାଶନାଲ ମିଡ଼ିଆ ରିପୋର୍ଟସ ମୁତାବିକ, ସାଇପ୍ରସକୁ ଏବେପର୍ଯ୍ୟନ୍ତ ଡେ଼ଲ୍ଟାକ୍ରନର 25 ମାମଲା ମିଳିସାରିଛି। ବର୍ତ୍ତମାନ କୌଣସି ଦେଶ ଏବେଯାଏଁ ଏହାର ପୁଷ୍ଟି କରିନାହାଁନ୍ତି।

ସାଇପ୍ରସ ବିଶ୍ୱ ବିଦ୍ୟାଳୟରେ ଜୈବ ପ୍ରଦ୍ୟୋଗୀକ ଓ ମଲିକୁଲାର ବୟୋଲୋଜିର ପ୍ରୟୋଗଶାଳାର ପ୍ରମୁଖ ଡ଼କ୍ଟର ଲିଓନାଡିଓସ କୋସ୍ତ୍ରୀକିସଙ୍କ କହିବା ହେଲା, ଏଥିରେ ମ୍ୟୁଟେସନ ଭୂମିକା ଅଧିକ ଦେଖିବାକୁ ମିଳୁଛି ଓ ଏହା ହସ୍ପିଟାଲରେ ଭର୍ତି ହେବାପରେ ସମ୍ବନ୍ଧ ଇଶାରା କରୁଛି।

ଏହି ଭ୍ୟାରିଏଣ୍ଟ ଡେ଼ଲ୍ଟାରୁ କେତେ ଭିନ୍ନ:-

ସେ ଜୋର ଦେଇ କହିଛନ୍ତି, ଏହି ଭ୍ୟାରିଏଣ୍ଟର ମୂଳ ଜେନେଟିକ ବ୍ୟାକଗ୍ରାଉଣ୍ଡ ଡେ଼ଲ୍ଟା ସମାନ ଅଟେ। ଏହାସହ ଏଥିରେ ଓମିକ୍ରନ ର କିଛି ମ୍ୟୁଟେସନ ମିଳିଛି। ସାଇପ୍ରସ ସ୍ୱାସ୍ଥ୍ୟମନ୍ତ୍ରୀ ମିଖଲିସ ହଦିପେଣ୍ଟଲେସ କହିଲେ କି, ନୂଆ ଭ୍ୟାରିଏଣ୍ଟକୁ ନେଇ କୌଣସି ପ୍ରକାରର ଚିନ୍ତା କରିବା ଆବଶ୍ୟକ ନାହିଁ।

ଡେ଼ଲ୍ଟାକ୍ରନକୁ ନେଇ ଏକ୍ସପର୍ଟ ମାନେ କହିଛନ୍ତି, ଏହା କୌଣସି ନୂଆ ଭ୍ୟାରିଏଣ୍ଟ ନୁହେଁ। ଏଥିରେ ଭାଇରସର ଫାଇଲୋଜେନେଟିକ ଟ୍ରି ଟ୍ରେସ କିମ୍ବା ପ୍ଲଟ କରାଯାଇ ପାରିବନାହିଁ। ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ, ମଲିକୁଲାର ଇମ୍ୟୁନୋଲୋଜି ଓ ବାୟୋରଲୋଜି ପ୍ରଫେସର ସୁମିତ କେ ସିଂହ କହିଛନ୍ତି, ଏହା ଏକ ଆରଏନଏ ଭାଇରସ ପ୍ରକୃତିର ଅଟେ। ଯେମିତି କି, SARS-COV-2 ବିଶେଷ ରୂପରେ ଉତ୍ପରିବର୍ତ୍ତିତ କରିବାପାଇଁ ଏକ ଶ୍ଵସନ ପ୍ରକୃତିର ଅଟେ ଓ ଆମକୁ ଉପପରିବର୍ତ୍ତନ ମିଳିପାରିବ। ଏହା କୌଣସି ପ୍ରକାରେ ଖତରନାକ ସାବ୍ୟସ୍ତ ହେବନାହିଁ।

ଭାରତରେ ଦ୍ରୁତ ଗତିରେ ବଢ଼ୁଛି କରୋନା ମାମଲା:-

ଏହି ସମୟରେ ଭାରତ ସହିତ ସାରା ଦୁନିଆ କରୋନାର ଓମିକ୍ରନ ଭ୍ୟାରିଏଣ୍ଟରେ ପୀଡ଼ିତ ହେଉଛନ୍ତି। ଭାରତରେ ରବିବାର ଦିନ କରୋନାର 1,59,632 ନୂଆ ମାମଲା ସାମ୍ନାକୁ ଆସିଛି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାହେଲା, ଆଗାମୀ ସମୟରେ କରୋନାର 2 ଲକ୍ଷରୁ ଉର୍ଦ୍ଧ୍ବ ମାମଲା ସାମ୍ନାକୁ ଆସିବ।

Leave A Reply

Your email address will not be published.