ମହିଳାଙ୍କୁ ଯାଞ୍ଚ ପରେ ଗୁପ୍ତାଙ୍ଗରୁ ମିଳିଲା ଅଧ କିଲୋ ସୁନା, ପୋଲିସ ଦେଖି ଆଶ୍ଚର୍ଯ୍ୟ,ଜାଣନ୍ତୁ ପୁରା ମାମଲା

0

Get real time updates directly on you device, subscribe now.

ଆସାମର ବୋକାଜାନରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି। ସୁନା ଚୋରାଚାଲାଣ ଅଭିଯୋଗରେ ଜଣେ ମହିଳାଙ୍କୁ ଓ ତାଙ୍କ ସହଯୋଗୀଙ୍କୁ ପୋଲିସ ଗିରଫ କରିଛି। ମହିଳା ତାଙ୍କର ପ୍ରାଇଭେଟ ପାର୍ଟରେ ୫୦୦ ଗ୍ରାମର ସୁନା ଲୁଚେଇ ନେଇ ଯାଉଥିଲେ ବୋଲି ଜଣାପଡିଥିଲା। ପୋଲିସକୁ ପୂର୍ବରୁ ସୂଚନା ମିଳିଥିଲାଯେ, ବୋକାଜାନରେ ସୁନା ଚୋରାଚାଲାଣ ହେବାର ସମ୍ଭାବନା ଅଛି। ଏହି ସୂଚନା ଆଧାରରେ ପୋଲିସ ସନ୍ଧାନର ଅଭିଯାନକୁ ଆହୁରି କଡ଼ାକଡ଼ି କରି ଦେଇଥିଲା ଓ ଚୋରାଚାଲାଣକାରୀଙ୍କୁ ଧରିବାରେ ମଧ୍ୟ ସଫଳ ହୋଇଥିଲା। କୋହିମାରୁ ଗୌହାଟି ଏକ ବସରେ ସମ୍ପୃକ୍ତ ଦୁଇଜଣ ଅଭିଯୁକ୍ତଙ୍କୁ ଯାଉଥିବା ସମୟରେ ପୋଲିସ ଗିରଫ କରିଛି।

ପୋଲିସ ଅନୁସାରେ, ସମ୍ପୃକ୍ତ ମହିଳା ସୁନାକୁ ଚତୁରତାର ସହ ନିଜ ପ୍ରାଇଭଟ ପାର୍ଟରେ ଲୁଚାଇଥିଲେ। ଯାହାଫଳରେ କେହିବି ଆଦୌ ସନ୍ଦେହ କରିବେ ନାହିଁ ଓ ସହଜରେ ସୁନାକୁ ଚଲାଣ କରାଯାଇପାରିବ। ଏହି ଚାଲାଣକାରୀମାନେ ସୁନାକୁ ବିକ୍ରି କରିବା ପାଇଁ ମଣିପୁର ଇମ୍ଫାଲରୁ ଗୌହାଟିକୁ ନେଇ ଯାଉଥିଲେ। ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଏହି ଚୋରାଚାଲାଣ ବିଷୟରେ ଅଧିକ ଜାଣିବା ପାଇଁ ପୋଲିସ ଆହୁରି ତଦନ୍ତ ଆରମ୍ଭ କରିଦେଇଛି।

ଏହି ଦୁଇଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ସେମାନଙ୍କୁ ଜେଲକୁ ପଠାଇ ଦେଇଛି। ଏପରି ଘଟଣା ଯେପରି ଭବିଷ୍ୟତରେ ଆଉ ନଘଟେ ସେଥିପାଇଁ ପୋଲିସ ସ୍ୱତନ୍ତ୍ର ରଣନୀତିକୁ ପ୍ରସ୍ତୁତ କରିଛି। ଆଗାମୀ ସମୟରେ ତଲାସି ଅଭିଯାନ କଡ଼ାକଡ଼ି କରିବା ସହ ଅଧିକ ପୋଲିସ ଆହୁରି ଅଧିକ କର୍ମଚାରୀଙ୍କୁ ନିୟୋଜନ କରାଯିବ ବୋଲି ପୋଲିସ ସୂଚନା ଦେଇଛି।

Leave A Reply

Your email address will not be published.