କିଏ ଏହି ଯୁବକ ଯାହାଙ୍କ ସହିତ ରତନ ଟାଟା ପାଳିଥିଲେ ନିଜର ଜନ୍ମଦିନ……..

0

Get real time updates directly on you device, subscribe now.

ରତନ ଟାଟା ଦୁନିଆର ପ୍ରସିଦ୍ଧ ଉଦ୍ୟୋଗପତିଙ୍କ ମଧ୍ୟରୁ ଜଣେ ଅଟନ୍ତି। ସବୁଠାରୁ ଅଧିକ ଯାହାପାଇଁ ଲୋକେ ତାଙ୍କର ଆଦର ଓ ସମ୍ମାନ କରନ୍ତି ତାହା ହେଉଛି ତାଙ୍କର ଦେଶ ପ୍ରତି ଭଲ ପାଇବା। ବିଗତ ମଙ୍ଗଳବାର ଡ଼ିସେମ୍ବର 28, 2021ରେ ତାଙ୍କର ଜନ୍ମଦିନ ହୋଇଥିଲା। ରତନ ଟାଟା ଏହିଦିନ ନିଜର ଜନ୍ମଦିନ ମନାଇଥିଲେ। ଏହାର ଏକ ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଥିଲା। ଏଥିରେ ସେ ଏକ ଯୁବକ ସହିତ ଜନ୍ମଦିନ ପାଳନ କରୁଥିଲେ। ସେ ଏକ ଟେବୁଲ ଉପରେ ବସିଛନ୍ତି ଓ ସାମ୍ନାରେ ଏକ କପ କେକ ତାଙ୍କ ଆଗରେ ରହିଛି। ଏହାପରେ ଏକ ଯୁବକ ଆସି ରତନ ଟାଟାଙ୍କ କାନ୍ଧରେ ହାତ ରଖିଦେଉଛି ଓ ସେଠାରେ ଛିଡ଼ା ହେଉଛି ଓ ଯୁବକଟି ସେଠାରେ ବସି ନିଜ ହାତରେ ରତନ ଟାଟାଙ୍କୁ ଏହି କେକ ଖୁଆଉଛନ୍ତି।

ଏହି ଯୁବକଟି କିଏ?:-

ଏବେ ଯେମିତି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଲୋକମାନେ ପଚାରୁଛନ୍ତି ଏହି ଯୁବକ ଜଣକ କିଏ? ଭିଡ଼ିଓରେ ଯୁବକ ଜଣକ ହେଉଛନ୍ତି ଶାନ୍ତନୁ ନାଇଡୁ ଯିଏକି ତାଙ୍କର ବ୍ୟକ୍ତିଗତ ସଚିବ ଅଟନ୍ତି। ଏମିତି କମ ଦେଖିବାକୁ ମିଳିଥାଏ କି, କୌଣସି 85 ବର୍ଷୀୟ ବିଜନେସମ୍ୟାନ ଜଣେ 28 ବର୍ଷୀୟ ଯୁବକକୁ ନିଜର ସଚିବ ଭାବରେ ମୌକା ଦେଇଛନ୍ତି।

ବହୁତ ପିଢ଼ି ରତନ ଟାଟାଙ୍କ ସହିତ କାମ କରିସାରିଛନ୍ତି:-

ବିବିସି ମୁତାବିକ, ଶାନ୍ତନୁ ନିଜ ପରିବାରର ପଞ୍ଚମ ପିଢ଼ି ଅଟନ୍ତି ଯିଏକି ରତନ ଟାଟାଙ୍କ ପାଇଁ କାମ କରୁଛନ୍ତି। ଜଣାଇଦେଉଛୁ କି, ସେ ମେଡିକାଲ ଅଫ ପୁନେରେ ମେକାନିକାଲ ଇଞ୍ଜିନିୟରିଂ କରିଛନ୍ତି। ସେ ଜୁନିଅର ଡିଜାଇନ ଇଞ୍ଜିନିୟର ରୂପରେ tata elxsi ଜଏନ କରିଛନ୍ତି।

2014 ମସିହାରେ ବଦଳିଥିଲା ତାଙ୍କର ଜୀବନ:-

ସେ କହିଥିଲେ 2014 ମସିହାରୁ ତାଙ୍କର ଜୀବନଶୈଳୀ ବଦଳିଥିଲା। ସେ ଏକ କୁକୁରକୁ ରାସ୍ତାରେ ଦୁର୍ଘଟଣାରେ ମରୁଥିବାର ଦେଖିଲେ ଓ କୁକୁରକୁ ବଞ୍ଚାଇବା ପାଇଁ ସେ କାମ କରିବା ଆରମ୍ଭ କରିଦେଲେ।

କୁକୁର ଜୀବନ ଯେମିତି ବଞ୍ଚିଯିବ:-

ଶାନ୍ତନୁ ରାସ୍ତା ଦୁର୍ଘଟଣାରେ ମରି ଯାଉଥିବା କୁକୁରଙ୍କୁ ବଞ୍ଚାଇବା ଆରମ୍ଭ କରିଦେଲେ। ସେ କୁକୁର ବେକରେ କଲର ବନାଇବାର ଆଇଡ଼ିଆ ଭାବିଥିଲେ। ଏମିତି କଲର ଯାହାକି ଗାଡ଼ି ଚାଳକ ବହୁତ ଦୂରରୁ କୁକୁରକୁ ଦେଖିପାରିବେ ଓ କୁକୁରର ଜୀବନ ବଞ୍ଚିଯିବ। ଏଥିପାଇଁ ସେ Motopaws ନାମକ ଏକ ସଙ୍ଗଠନ ବନାଇଥିଲେ। ସର୍ବପ୍ରଥମେ ସେ 500ଟି ରଙ୍ଗ ବନାଇ କୁକୁର ମାନଙ୍କୁ ପିନ୍ଧାଇବା ଆରମ୍ଭ କରିଦେଲେ। ଏହା ସହଜ ନଥିଲା ଓ ଏଥିପାଇଁ ଟଙ୍କା ଓ ଲୋକ ଦରକାର ଥିଲେ କିନ୍ତୁ ଶାନ୍ତନୁ ଏହିସବୁକୁ ମ୍ୟାନେଜ କରିନେଇଥିଲେ।

ରତନ ଟାଟାଙ୍କ ସହିତ ହେଲା ସାକ୍ଷାତକାର:-

ଯେଉଁ ବ୍ୟକ୍ତି ରତନ ଟାଟା ଙ୍କ ବିଷୟରେ ଜାଣିଛନ୍ତି ତାଙ୍କୁ ଜଣାଥିବ କି, ରତନ ଟାଟାଙ୍କୁ କୁକୁର ବହୁତ ପସନ୍ଦ। ଟାଟା କମ୍ପାନୀର ନ୍ୟୁଜଲେଟର ରେ ଶାନ୍ତନୁଙ୍କ କଥା କୁହାଗଲା। ଏହାମଧ୍ୟରେ ରତନ ଟାଟା ଓ ଶାନ୍ତନୁଙ୍କ ଭେଟ ହୋଇଥିଲା ଏହାପରେ ରତନ ଟାଟା ଶାନ୍ତନୁଙ୍କ ସମସ୍ତ ଟିମ ମେମ୍ବରଙ୍କ ସହିତ ଭେଟ ହୋଇଥିଲେ ଯିଏକି କୁକୁର ମାନଙ୍କୁ ବଞ୍ଚାଇବାରେ କାମ କରୁଥିଲେ। ରତନ ଟାଟା ସମସ୍ତଙ୍କର ପ୍ରଶଂସା କଲେ

ପଢ଼ିବାକୁ ଯାଇଥିଲେ ଆମେରିକା:-

ଏହାପରେ ଶାନ୍ତନୁ ପଢ଼ିବାପାଇଁ ଆମେରିକା ଚାଲିଗଲେ। କିନ୍ତୁ ରତନ ଟାଟା ଓ ସେ ଇମେଲ ଦ୍ୱାରା କଥାବାର୍ତ୍ତା ହୁଅନ୍ତି। ତାଙ୍କ ମଧ୍ୟରେ ବନ୍ଧୁତା ଏତେ ବଢିଗଲା କି, ଶାନ୍ତନୁଙ୍କ ଗ୍ରାଜୁଏସନ ସେରେମନି ରେ ଟାଟା ଯୋଗ ଦେଇଥିଲେ। ସେଠାରୁ ଫେରିବାପରେ ତାଙ୍କୁ ଟାଟାଙ୍କ ସହିତ କାମ କରିବାକୁ ମୌକା ମିଳିଥିଲା। ଏହା ଶାନ୍ତନୁଙ୍କ ପରିଶ୍ରମ ଥିଲା ଓ ସେ ଆଜି ରତନ ଟାଟାଙ୍କ ପାଇଁ କାମ କରୁଛନ୍ତି।

ତାଙ୍କ ଉପରେ ଏକ ବହି ମଧ୍ୟ ଲେଖାଯାଇଛି:-

ଶାନ୍ତନୁ ନିଜେ ରତନ ଟାଟା ଓ ନିଜ ଭିତରେ ଥିବା ବନ୍ଧୁତା ଉପରେ ବହି ମଧ୍ୟ ଲେଖିଥିଲେ। ଏହାର ମୁଖ୍ୟ ଟାଇଟଲ ଅଟେ, ‘I came upon a lighthouse’। ସେ କୁହନ୍ତି ଏହି ବହିକୁ ଲେଖିବାର ପ୍ରସ୍ତାବ ତାଙ୍କ ମାଆ ତାଙ୍କୁ ଦେଇଥିଲେ। ଶାନ୍ତନୁ ଏହିପରି ରତନ ଟାଟାଙ୍କୁ ନୂଆ ବିଜନେସ ଆଇଡ଼ିଆ ଦେଇଥାନ୍ତି।

Leave A Reply

Your email address will not be published.