ଦେଶରେ ଓମିକ୍ରନ ଭ୍ୟାରିଏଣ୍ଟ ବହୁତ ଜୋରରେ ବଢ଼ିବାରେ ଲାଗିଛି। ଏକ୍ସପର୍ଟଙ୍କ ମୁତାବିକ ଓମିକ୍ରନ ଲକ୍ଷଣ ଦେଖାଦେବା ପରେ ବହୁତ ସଂକ୍ରମିତ ରୋଗୀଙ୍କୁ ଭୋକ ନଲାଗିବା ଭଳି ସମସ୍ୟା ଦେଖା ଦେଇଥାଏ। ଏମିତିରେ ଲୋକେ ବୁଝି ପାରନ୍ତି ନାହିଁ ତାଙ୍କୁ କେଉଁଭଳି ଫୁଡ଼ ଖାଇବା ଆବଶ୍ୟକ। ଯେଉଁ ବ୍ୟକ୍ତି ଓମିକ୍ରନ, ଡେ଼ଲ୍ଟା ଭଳି ଭ୍ୟାରିଏଣ୍ଟରେ ସଂକ୍ରମିତ ହୋଇଯାଆନ୍ତି ତାଙ୍କୁ ଭୋକ କମ ଲାଗିଥାଏ। ଓମିକ୍ରନ ହେବାପରେ ଗଳାରେ ବହୁତ ଯନ୍ତ୍ରଣା ହୋଇଥାଏ ଓ ଏମିତି ଲାଗିଥାଏ କି, ଗଳା ବସିଯାଉଛି। ଏମିତିରେ କୌଣସି ତରଳ ପଦାର୍ଥ ପିଇବା ପରେ ଗଳା ଯନ୍ତ୍ରଣା ହୋଇଥାଏ। ଆସନ୍ତୁ ଜାଣିବା କେଉଁଭଳି ଖାଦ୍ୟ ଆପଣଙ୍କ ପାଇଁ ଫାଇଦାଦାୟକ ହେବ।
ଦହି:-
ଖରାପ ଗଳା ଓ ଭୋକ ନଲାଗିବା ଦ୍ୱାରା କିଛି ଖାଇବାକୁ ମନ କରିନଥାଏ। ଓମିକ୍ରନ ସଂକ୍ରମିତ ହେବାପରେ ଦହି ସେବନ କରିବା ଭଲ ହୋଇଥାଏ। ଏଥିରେ ବହୁଳ ମାତ୍ରାରେ ପ୍ରୋଟିନ ରହିଥାଏ। ଏହାକୁ ପିଇବାରେ ଆପଣଙ୍କୁ କଷ୍ଟ ହେବନାହିଁ। ଦହି ସହିତ ଆପଣ କଦଳୀ ମଧ୍ୟ ଖାଇପାରିବେ ଯାହାକି ନରମ ପ୍ରୋବାୟୋଟିକ୍ସ ଖାଦ୍ୟ ପଦାର୍ଥ ହୋଇଥାଏ।
ସୁପ:-
ଗଳାକୁ ଆରାମ ଦେବାପାଇଁ ଆପଣ ସୁପ ମଧ୍ୟ ପିଇପାରିବେ। ସୁପରେ କିଛି ପରିବା ପକାଇ ଆପଣ ଏହାର ସେବନ କରିପାରିବେ।
ସବୁଜ ପନିପରିବା ଓ ଶାଗ ଜାତୀୟ:-
ସବୁଜ ପନିପରିବା ଆପଣଙ୍କୁ ବହୁତ ଫାଇଦା ହେବ ଓ ପାଳକ ସୋରିଷ ଭଳି ଡାଲି ଜାତୀୟ ଖାଦ୍ୟ ଆପଣ ଖାଇପାରିବେ। ଏହାସହ ଆପଣ ମେଥି ରେ ତିଆରି ଖାଦ୍ୟ ଖାଇପାରନ୍ତି। ଏଥିରେ ଆପଣଙ୍କୁ ସଂକ୍ରମଣ ସହିତ ଲଢ଼ିବାରେ ସହାୟକ ହୋଇଥାଏ।
ପ୍ରୋଟିନ ସହିତ ଭରପୁର ଜିନିଷ ଖାଆନ୍ତୁ:-
ଓମିକ୍ରନ ରୋଗୀଙ୍କ ପାଇଁ ଜରୁରୀ ଏହାକି ଯେ, ସେମାନେ ହାଲୁକା ଖାଦ୍ୟ ଖାଆନ୍ତୁ। ଆପଣ ପ୍ରୋଟିନ ସେକ ମଧ୍ୟ ପିଇପାରିବେ। ଗଳାରେ ଯନ୍ତ୍ରଣା ହେଲେ ଆପଣ ପ୍ରୋଟିନ ପାଉଡରରେ କ୍ଷୀର ମିଶାଇ ପିଇପାରିବେ।
ଇଲେକ୍ଟ୍ରୋଲାଇଟ୍ସ ବାଲା କ୍ଷୀର ପିଅନ୍ତୁ:-
ଓମିକ୍ରନ ସଂକ୍ରମିତଙ୍କ ପାଇଁ ତରଳ ପାନୀୟ ବହୁତ ଜରୁରୀ ଅଟେ। ଏମିତି ଜିନିଷ ପିଅନ୍ତୁ ଯେଉଁଥିରେ ଇଲେକ୍ଟ୍ରୋଲାଇଟ୍ସ ରହୁଥିବ। ଖାଆସ କରି ବାନ୍ତି ସମସ୍ୟା ପାଇଁ ଏହା ଦରକାର। ଏହି ପାନୀୟ ପିଇବା ଦ୍ୱାରା ଶରୀରରେ ସୋଡିୟମ ମାତ୍ରା ନର୍ମାଲ ରହିବ। ଏହାସହ ଆପଣ ଇଲେକ୍ଟ୍ରୋ ପାଉଡରର ସେବନ ମଧ୍ୟ କରିପାରିବେ।
ସାଇଟ୍ରସ ଫଳ ଖାଆନ୍ତୁ ନାହିଁ:-
ସାଇଟ୍ରସ ଯୁକ୍ତ ଫଳରେ ଭିଟାମିନ ସି ବହୁତ ମାତ୍ରାରେ ଦେଖାଯାଇଥାଏ। ଏହା ଇମ୍ୟୁନିଟିକୁ ବୁଷ୍ଟ କରିଥାଏ,କିନ୍ତୁ ସାଇଟ୍ରସ ଫଳରେ ଅଳ୍ପ ପରିମାଣରେ ଟାର୍ଟ ରହିଥାଏ। ଏହାଦ୍ୱାରା ଏହାକୁ ଗିଳିବା କଷ୍ଟକର ହୋଇଥାଏ। ଏମିତିରେ ଖଟା ଜିନିଷର ସେବନ କରିବା ଦ୍ୱାରା ଗଳାର ସମସ୍ୟା ଆହୁରି ବଢ଼ିଥାଏ।