୫୦ ହଜାର ମିଶନ ଶକ୍ତି ଗୋଷ୍ଠୀ ସହାୟକ କର୍ମଚାରୀଙ୍କୁ ଆର୍ଥିକ ପ୍ୟାକେଜ୍‌: ମିଳିବ ପୋଷାକ ଭତ୍ତା ସହ ସ୍ମାର୍ଟ ଫୋନ୍‌ ଓ ଯିବା ଆସିବା ଖର୍ଚ୍ଚ !

0

Get real time updates directly on you device, subscribe now.

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତିରେ ଗୋଷ୍ଠୀ ସହାୟକ କର୍ମଚାରୀମାନଙ୍କ ପାଇଁ ଆର୍ଥିକ ପ୍ୟାକେଜ ବିଷୟରେ ଘୋଷଣା କରିଲେ। ପଞ୍ଚାୟତସ୍ତରରେ କାମ କରୁଥିବା ୫୦ ହଜାର ମିଶନ ଶକ୍ତି ଗୋଷ୍ଠୀ ସହାୟକ କର୍ମଚାରୀମାନଙ୍କୁ ପୋଷାକ ଭତ୍ତା, ସ୍ମାର୍ଟ ଫୋନ୍‌ ଓ ଗସ୍ତ ଖର୍ଚ୍ଚ ଆଦି ଦିଆଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି। ସମସ୍ତ ଗୋଷ୍ଠୀ ସହାୟକ କର୍ମଚାରୀମାନଙ୍କୁ ବାର୍ଷିକ ପୋଷାକ ଭତ୍ତା ଭାବରେ ୧୦୦୦ ଟଙ୍କା ଲେଖାଏଁ ମିଳିବ। ଏଥିରେ ସମସ୍ତଙ୍କୁ ପରିଚୟ ପତ୍ର ଯୋଗାଇ ଦିଆଯିବ।

ସେମାନଙ୍କ ପସନ୍ଦର ସ୍ମାର୍ଟ ଫୋନ କିଣିବା ପାଇଁ ଗୋଷ୍ଠୀ ସହାୟକ କର୍ମଚାରୀମାନଙ୍କୁ ଏକକାଳୀନ ୫୦୦୦ ଟଙ୍କା ଲେଖାଏଁ ସରକାର ସହାୟତା ଦେବେ। ସବୁ CRP- CMଙ୍କୁ ପାରିଶ୍ରମିକ ଭାବରେ ମାସକୁ ୩୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ପ୍ରତ୍ୟେକ CRP- CMଙ୍କୁ ଗସ୍ତ ଖର୍ଚ୍ଚ ବାବଦରେ ମାସିକ ୩୫୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ।

ଟେଲିଫୋନ ଭତ୍ତା ବାବଦରେ CRP- CMଙ୍କୁ ମାସକୁ ୧୫୦ ଟଙ୍କା ଦିଆଯିବ। ଯାହାଫଳରେ ଏହା ପରେ ବୃଦ୍ଧି ପାଇ ୨୫୦ ଟଙ୍କାରେ ପହଞ୍ଚିବ। ମୁଖ୍ୟମନ୍ତ୍ରୀ କହିଛନ୍ତିକି ଏହି ପ୍ୟାକେଜକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଆବଶ୍ୟକ ଆର୍ଥିକ ବ୍ୟବସ୍ଥା କରିଛନ୍ତି।

ମିଶନ ଶକ୍ତିର ଆନ୍ଦୋଳନକୁ ଆଗକୁ ନେବାପାଇଁ ପଞ୍ଚାୟତସ୍ତରରେ କାମ କରୁଥିବା ଏହି ଗୋଷ୍ଠୀ ସହାୟକ କର୍ମଚାରୀମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ରୂପାନ୍ତରିତ ଓଡ଼ିଶାର ଗଠନ ଦିଗରେ ଏହି ଆର୍ଥିକ ପ୍ୟାକେଜ ଅଧିକ ପରିଶ୍ରମ କରିବାକୁ ସେମାନଙ୍କୁ ଉତ୍ସାହିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଏହି ମନ୍ତବ୍ୟରେ କହିଛନ୍ତି।

Leave A Reply

Your email address will not be published.