ପୋଲିସ FIR ନ ରଖିଲେ କଣ କରିବେ ? କେମିତି ଦେବେ FIR ?

0

Get real time updates directly on you device, subscribe now.

ଲୋକମାନେ ଘରେ ହେଉ କିମ୍ବା ବାହାରେ, ଗାଁ ହେଉ କିମ୍ବା ସହରରେ ଯେଉଁଠି ବି ଲୋକମାନଙ୍କ ସହିତ ଘଟଣା, ଅଘଟଣ, ଅନ୍ୟାୟ ଅତ୍ୟାଚାର ଘଟିଥାଏ ସମସ୍ତେ ସଙ୍ଗେ ସଙ୍ଗେ ସହାୟତା ପାଇଁ ପୋଲିସ ନିକଟକୁ ଧାଇଁଯାଆନ୍ତି। ଆଉ ପୋଲିସ ସହାୟତା କରିବା ପାଇଁ ଏକ ଏଫଆଇଆର ମଧ୍ୟ ଲେଖିଥାଏ। ତେବେ ଜାଣିଛନ୍ତିକି, ଏଫଆଇଆର କଣ? ପୋଲିସ ତଦନ୍ତ ପୂର୍ବରୁ ଏଫଆଇଆର କାହିଁକି କରିଥାଏ ? ଏଫଆଇଆରରର ସମ୍ପୂର୍ଣ୍ଣ କାମ କଣ? ତେବେ ଆସନ୍ତୁ ଜାଣିବା ଏହି ବିଷୟରେ…

ତେବେ ଆସନ୍ତୁ ପ୍ରଥମେ ଜାଣିବା ଏଫଆଇଆର କଣ? ଏଫଆଇଆରର ଅର୍ଥ ହେଉଛି ପ୍ରଥମ ସୂଚନା ରିପୋର୍ଟ। ଏଫଆଇଆର ଏପରି ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଯାହାକୁ ପୋଲିସ ପ୍ରସ୍ତୁତ କରେ। ଏହାଦ୍ୱାରା ତଦନ୍ତ ପ୍ରକ୍ରିୟାକୁ ତ୍ୱରାନିତ୍ୱ କରାଯାଏ।

ଏଫଆଇଆର ଦେବାର ସମ୍ପୂର୍ଣ ପ୍ରକ୍ରିୟା:-

ଏଫଆଇଆର ବା ପ୍ରଥମ ସୂଚନା ରିପୋର୍ଟ ସେହି ଥାନାରେ ଦିଆଯାଏ, ଯେଉଁ ଥାନା ଅନ୍ତର୍ଗତରେ ଅପରାଧଟି ଘଟିଥାଏ। ଏହି ପ୍ରାଥମିକ ସୂଚନା ରିପୋର୍ଟରେ ଅପରାଧ ଘଟିଥିବାର ତାରିଖ, ସମୟ ଏବଂ ଅପରାଧୀର ପରିଚୟ ସଠିକ ଭାବରେ ଦେବା ପାଇଁ ପଡିଥାଏ। ଏହାସହ ଯେଉଁମାନେ ଏହି ଘଟଣାରେ ସାମିଲ ଅଛନ୍ତି ଏବଂ ଅଭିଯୋଗକାରୀଙ୍କ ବାବଦରେ ଏଫଆଇଆରରେ ସଠିକ ଭାବରେ ଲେଖି ପ୍ରସ୍ତୁତ କରାଯାଏ।

ଏଫଆଇଆର ଦେIଇଥିଲେ ପୋଲିସ ଷ୍ଟେସନକୁ ପ୍ରତ୍ୟେକଦିନଯିବା ଜରୁରୀ କି?:-
ଥାନାରେ ଏଫଆଇଆର ଦିଆଯିବା ପରେ ପ୍ରଥମେ ପୋଲିସ ଆପଣଙ୍କୁ ଏକ ଏଫଆଇଆର କପି ଦେଇଥାଏ। ଏଫଆଇଆର ହେବା ପରେ ତଦନ୍ତ ପ୍ରକ୍ରିୟା ଆଗକୁ ବଢିଥାଏ। କିନ୍ତୁ ଅଭିଯୋଗକାରୀଙ୍କୁ ସବୁବେଳେ ପୋଲିଷ୍ଟେସନ ଯିବାରୁ ପଡିନଥାଏ। ମାତ୍ର, କେତେକ ଅପରାଧିକ ମାମଲାରେ ଅଭିଯୋଗକାରୀଙ୍କୁ ପ୍ରାୟତଃ ଥାନାକୁ ଯିବାକୁ ପଡିଥାଏ।

ମିଛ ମାମଲାକୁ ରିପୋର୍ଟ କରନ୍ତୁ ନାହିଁ:-

ଥାନାରେ କେବେବି ମିଛରେ ଅଭିଯୋଗ କରନ୍ତୁ ନାହିଁ। ଯଦି ଥାନାରେ କୌଣସି ପ୍ରକାର ମିଛ ଅଭିଯୋଗ କରିଛନ୍ତି ତେବେ ଅଭିଯୋଗକାରୀ ବିରୋଧରେ ଆଇପିସି ଧାରା ୧୮୨ ଆଧାରରେ କାର୍ଯ୍ୟାନୁଷ୍ଠାନ କରାଯାଇ ପାରେ।

ପୋଲିସ ଏଫଆଇଆର ଯଦି ନରଖିବ ତେବେ କଣ କରିବେ?:-

ଯଦି କୌଣସି ପୋଲିସ ଷ୍ଟେସନରେ ଆପଣଙ୍କର ଅଭିଯୋଗକୁ ନ ରଖାଯାଏ ତେବେ ସେହି ପରିସ୍ଥିତିରେ ଅଭିଯୋଗକାରୀ, ଏସପି କିମ୍ବା ତାଙ୍କର ଉପର ଅଧିକାରୀଙ୍କ ନିକଟକୁ ପୋଷ୍ଟ କିମ୍ବା ମେଲ ସାହାଯ୍ୟରେ ଅଭିଯୋଗ ପଠା ଯାଇପାରିବ। ତଥାପି ଯଦି କୌଣସି ପୋଲିସ ଅଧିକାରୀ ଏହି ଏଫଆଇଆରକୁ ଗ୍ରହଣ କରନ୍ତି ନାହିଁ ତେବେ ଓକିଲଙ୍କ ମାଧ୍ୟମରେ ଧାରା ୨୦୦ ଆଧାରରେ ମାଜିଷ୍ଟ୍ରେଟଙ୍କ ନିକଟରେ ଆପଣ ସୁପାରିସ କରିପାରିବେ।

Leave A Reply

Your email address will not be published.