ପଇସା ଅଭାବରୁ କାରରେ ରହୁଥିଲେ ଶିକ୍ଷକ ! ଛାତ୍ରଙ୍କର ପଡିଲା ନଜର ଏବଂ ବଦଳିଗଲା ଭାଗ୍ୟ ! ପଢନ୍ତୁ ପୁରା ଖବର

0

Get real time updates directly on you device, subscribe now.

କରୋନା ଭାଇରସ ର ପ୍ରଭାବ ସାରା ଦୁନିଆରେ ଦେଖିବାକୁ ମିଳିଲା । କେହି କେହି ଆର୍ଥିକ ସମସ୍ୟା କୁ ସାମ୍ନା କରୁଛି ତ ଆଉ କେହି ବେରୋଜଗାର ହୋଇଯାଇଛି । ଯେମିତି ବି ହେଉ ଜୀବନକୁ ରାସ୍ତା ଉପରକୁ ଅଣାଗଲା ଏବଂ ପୁଣିଥରେ କାମ ଆରମ୍ଭ କରି ଜୀବନଯାପନ କରାଯାଉଛି । ଏହା ମଧ୍ୟରେ କାର୍ଲିଫର୍ଣିଆର ଯୋସ ନାମକ ଟିଚରଙ୍କୁ ମଧ୍ୟ ବହୁତ୍ ଅସୁବିଧାକୁ ସାମ୍ନା କରିବାକୁ ପଡିଲା । କେବଳ ଏତିକି ନୁହେଁ ବରଂ ତାଙ୍କ ହାତରୁ ରୋଜଗାର କରିବାର ମାଧ୍ୟମ ମଧ୍ୟ ଚାଲିଗଲା ଏବଂ ତାଙ୍କ ସେଭିଂ ମଧ୍ୟ ଶେଷ ହୋଇଗଲା । ଏପରି ପରିସ୍ଥିତିରେ ସେ ନିଜ କାରରେ ହିଁ ଦିନ ବିତାଇବାକୁ ଲାଗିଲେ ।

ବାସ୍ତବରେ କାର୍ଲିଫର୍ଣିଆର ବାସିନ୍ଦା ଯୋସ୍ ବୃତ୍ତିରେ ଜଣେ ଟିଚର ଅଟନ୍ତି, ସେ କାର୍ଲିଫର୍ଣିଆର ଫଣ୍ଟାନା ସହରର ସ୍କୁଲରେ ପଢାନ୍ତି । କିନ୍ତୁ କରୋନା ଭାଇରସ କାରଣରୁ ତାଙ୍କର ଆର୍ଥିକ ପରିସ୍ଥିତି ବହୁତ୍ ଖରାପ ହୋଇଗଲା, ଯେଉଁ କାରଣରୁ ସେ ନିଜର ପୁରୁଣା କାରରେ ହିଁ ଦିନ କଟାଉଥିଲେ । ତାଙ୍କୁ ଯାହା ବି ପଇସା ମିଳୁଥିଲା, ତାକୁ ନିଜ ପରିବାରକୁ ପଠାଉ ଥିଲେ ଏବଂ ନିଜେ କାରରେ ହିଁ ରହିବାକୁ ଲାଗିଲେ ।

ଏହାମଧ୍ୟରୁ ଶିକ୍ଷକଙ୍କ ପୂର୍ବତନ ଛାତ୍ରଙ୍କ ନଜର ପଡିଲା ଏବଂ ସେ ଜନ୍ମଦିନ ଅବସରରେ ଶିକ୍ଷକଙ୍କୁ ପ୍ରାୟ 20 ଲକ୍ଷ ଟଙ୍କାର ଚେକ୍ ଉପହାର ରେ ଦେଲେ । ଛାତ୍ରଙ୍କ ଏହି ଉପହାରକୁ ଦେଖି ଶିକ୍ଷକ ଭାବୁକ ହୋଇଗଲେ । ଛାତ୍ରଙ୍କୁ ନେଇ ଶିକ୍ଷକ କହିଛନ୍ତି ଯେ, ‘ ଏହି ଉପହାର ପାଇ ମୋ ଜୀବନ ବଦଳିଗଲା, ବର୍ତ୍ତମାନ ମୁଁ ମଧ୍ୟ ନିଜ ଘର ନେଇପାରିବି ।’

ଜୋସ କହିଛନ୍ତି 1997 ମସିହାରେ ସେ କାର କିଣିଥିଲେ । ଏହି କାରରେ ସେ ନିଜର ଜୀବନ କାଟୁଥିଲେ । ସେ କେବେ ବି ସ୍ୱପ୍ନରେ ଭାବି ନଥିଲେ ଯେ ସେ ନିଜପାଇଁ ଗୋଟିଏ ଘର କରିପାରିବେ, କିନ୍ତୁ ଯେତେବେଳେ ତାଙ୍କର ପୂର୍ବତନ ଛାତ୍ର ସହିତ ଦେଖାହେଲା, ସେତେବେଳେ ଛାତ୍ର ତାଙ୍କ ସ୍ବପ୍ନକୁ ସାକାର କରିଦେଲେ । ଯୋସଙ୍କୁ ନିଜ 77ତମ ଜନ୍ମଦିନରେ 20 ଲକ୍ଷ ଟଙ୍କାର ଚେକ୍ ଉପହାରରେ ମିଳିଲା ।

ସେହିପରି ଛାତ୍ର ଷ୍ଟିଭନ କହିଛନ୍ତି ଯେ ଯେତେବେଳେ ଆମେ ସବୁଦିନ କାମ କରିବାକୁ ଯାଉଥିଲୁ, ସେତେବେଳେ ବୃଦ୍ଧ ଶିକ୍ଷକଙ୍କୁ ଦେଖୁଥିଲୁ ଏବଂ ସବୁଦିନେ ସେ ନିଜର ଆବଶ୍ୟକୀୟ ଜିନିଷ ଡିଗି ରୁ ବାହାର କରୁଥିଲେ । ଏପରି ପରିସ୍ଥିତିରେ ଆମେ ନିଷ୍ପତ୍ତି ନେଲୁ ଯେ ଆମେ ତାଙ୍କ ପାଇଁ ଫଣ୍ଡ ସଂଗ୍ରହ କରିବୁ । ଷ୍ଟିଭନ କହିଛନ୍ତି ଯେ, ” ଆମ ଲକ୍ଷ 5 ହଜାର ଡ଼ଲାର ସଂଗ୍ରହ କରିବାର ଥିଲା । କିନ୍ତୁ ଆମେ ତାଠାରୁ 6 ଗୁଣା ଅଧିକ ପଇସା ସଂଗ୍ରହ କରିଦେଲୁ । ସେ ମୋ ପରି ଅନେକ ପିଲାଙ୍କ ଜୀବନକୁ ସୁନ୍ଦର୍ କରିଛନ୍ତି । ତାଙ୍କ ପାଖରେ 1977ର ଫୋର୍ଡ ଥଣ୍ଡର ବୋର୍ଡ ଏଲଏକ୍ସ କାର ଅଛି, ଯାହାକୁ ସେ ଘର ଭାବେ ବ୍ୟବହାର କରୁଥିଲେ । ଅନେକ ଦିନ ଧରି ତାଙ୍କୁ କାରରେ ରହିଥିବାର ଦେଖିଲି । ମୁଁ ଦିନେ ତାଙ୍କୁ ସାହାଯ୍ୟ କରିବାକୁ ନିଷ୍ପତ୍ତି ନେଲି ।”

Leave A Reply

Your email address will not be published.