ଫେରିଲା ଜିଓର ଚମତ୍କାର ପ୍ଲାନ୍ : ପାଆନ୍ତୁ ପ୍ରତିଦିନ 2 GB ଡାଟା ଏବଂ Disney+ Hotstar Subscription ସହିତ ଏହି ଖାସ ବେନିଫିଟ !

0

Get real time updates directly on you device, subscribe now.

ବଡ ବଡ ଟେଲିକମ କମ୍ପାନୀ ମାନଙ୍କ ମଧ୍ୟରେ ପ୍ରସିଦ୍ଧ ରିଲାଏନ୍ସ ଜିଓ ନିଜ ଗ୍ରାହକ ମାନଙ୍କୁ ନୂତନ ବର୍ଷରେ ଉପହାର ଦେଇଛି । କମ୍ପାନୀ ନିଜର 499 ଟଙ୍କିଆ ରିଚାର୍ଜ ପ୍ଲାନ କୁ ପୁଣିଥରେ ଆରମ୍ଭ କରିଦେଇଛି । ଏହି ପ୍ଲାନ୍ ପ୍ରତିଦିନ 2GB ଡାଟା, ଅନଲିମିଟେଡ କଲିଙ୍ଗ, ଫ୍ରି SMS ଏବଂ ଓଟିଟି ପ୍ଲାଟଫର୍ମର ସବସ୍କ୍ରିପସନ ସହିତ ଆସିଥାଏ । ଆପଣଙ୍କୁ କହିରଖୁଛୁ ଯେ ଗତ ଦିନ ଗୁଡିକରେ ଭାରତୀ ଏୟାରଟେଲ, ଭୋଡାଫୋନ୍ ଆଇଡିଆ ପରେ ରିଲାଏନ୍ସ ଜିଓ ମଧ୍ଯ ଡିସେମ୍ବର 1 ତାରିଖରୁ ଗ୍ରାହକଙ୍କୁ ବଡ ଝଟକା ଦେଇ ନିଜର ପ୍ରି ପେଡ ଟ୍ୟାରିଫ ପ୍ଲାନର ରେଟକୁ ମହଙ୍ଗା କରି ଦେଇଛି । ଏହାସହିତ ରିଲାଏନ୍ସ ଜିଓ କମ୍ପାନୀ କିଛି ପ୍ଲାନ କୁ ବନ୍ଦ ମଧ୍ୟ କରି ଦେଇଥିଲା । ଯେଉଁଥିରେ 499 ଟଙ୍କିଆ ପ୍ଲାନ୍ ମଧ୍ୟ ସାମିଲ ଥିଲା ।

jio ର 499 ଟଙ୍କିଆ ପ୍ରି ପେଡ ପ୍ଲାନ୍ :-

ରିଲାଏନ୍ସ ଜିଓର 499 ଟଙ୍କିଆ ପ୍ଲାନ୍ 28 ଦିନର ବୈଧତା ସହିତ ଆସିଥାଏ । ଏହି ପ୍ଲାନରେ ଗ୍ରାହକଙ୍କୁ ପ୍ରତିଦିନ ଇଣ୍ଟରନେଟ ବ୍ୟବହାର କରିବାପାଇଁ 2GB ଡାଟା ଅଫର କରାଯାଇଛି । କିନ୍ତୁ ପୂର୍ବରୁ ଏହି ପ୍ଲାନରେ ପ୍ରତିଦିନ 3GB ଡାଟା ସହିତ 6GB ଏକ୍ସଟ୍ରା ଡାଟା ଅଫର ଦିଆଯାଉଥିଲା । ଆପଣଙ୍କୁ କହିରଖୁଛୁ ଯେ ଡାଟା ଲିମିଟ ଶେଷ ହେବାପରେ ସ୍ପିଡ କମିଯାଇ 64kbps ହୋଇଯାଏ । ଯଦି ପ୍ଲାନ ରେ ମିଳୁଥିବା ଅନ୍ୟ ବେନେଫିଟ୍ ବିଷୟରେ କଥା ହେବା ତେବେ ଏହି ପ୍ଲାନରେ ସବୁ ନେଟୱର୍କ ଉପରେ ଅନଲିମିଟେଡ କଲିଙ୍ଗ ଏବଂ ପ୍ରତିଦିନ 100 SMS ମଧ୍ୟ ଦିଆଯାଉଛି । ସବୁଠାରୁ ଭଲ କଥା ଏହା ଯେ ଏଥିରେ ଏକ ବର୍ଷ ପାଇଁ ଡିଜନି+ହଟଷ୍ଟାର ସବସ୍କ୍ରିପସନ ମାଗଣାରେ ଦିଆଯାଉଛି ।

jio ବଢ଼ାଇଲା ହ୍ୟାପି ନ୍ୟୁୟରର ଅଫର୍ :-

ରିଲାଏନ୍ସ ଜିଓ କମ୍ପାନୀ ଗ୍ରାହକଙ୍କୁ ଆକର୍ଷିତ କରିବାପାଇଁ ନିଜର ହ୍ୟାପି ନ୍ୟୁୟରର ଅଫରକୁ ଜାନୁଆରୀ 7ତାରିଖ ପର୍ଯ୍ୟନ୍ତ ବଢାଇ ଦେଇଛି । ଅର୍ଥାତ୍ ଗ୍ରାହକ ଏହି ପ୍ଲାନ କୁ ଆଜି ରାତି 12ଟା ପର୍ଯ୍ୟନ୍ତ ବ୍ୟବହାର କରିପାରିବେ । ଏହି ଅଫର୍ ଅନୁଯାୟୀ 2545 ଟଙ୍କିଆ ପ୍ଲାନ ରେ 29 ଦିନର ଅତିରିକ୍ତ ଭ୍ୟାଲିଡିଟି ଦିଆଯାଉଛି । ଯାହା ପରେ ଆପଣ ଏହି ପ୍ଲାନକୁ 365 ଦିନ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ । ଏହି ପ୍ଲାନରେ ଅନଲିମିଟେଡ କଲିଙ୍ଗ ଏବଂ ଫ୍ରି SMS ସହିତ ପ୍ରତିଦିନ 1.5 GB ଡାଟା ଦିଆଯାଉଛି ।

Leave A Reply

Your email address will not be published.