ଗୋଟିଏ ଜାଗାରୁ ଉଠିଲା ପାଞ୍ଚଟି କୋକେଇ,ପିତାଙ୍କ ଶବକୁ କାନ୍ଧ ଦେବାକୁ ଯାଇଥିବା ପୁଅ ଓ ତାଙ୍କ ବନ୍ଧୁଙ୍କର ଯନ୍ତ୍ରଣାଦାୟକ ମୃତ୍ୟୁ,ଜାଣନ୍ତୁ ପୁରା ଘଟଣା !

0

Get real time updates directly on you device, subscribe now.

ହୃଦୟକୁ ଦୁଃଖ ଦେବା ଭଳି ଏକ ଘଟଣା ଜୟପୁରରେ ଘଟିଥିବାର ଦେଖିବାକୁ ମିଳିଛି। ଏଠାରେ ଶିକ୍ଷକ ଭାବରେ କାମ କରୁଥିବା ମହେଶଙ୍କୁ ସୂଚନା ମିଳିଲା କି, ତାଙ୍କର ପିତାଙ୍କର ମୃତ୍ୟୁ ହୋଇଯାଇଛି। ମହେଶ ତୁରନ୍ତ ନିଜର ପିତାଙ୍କ ଅନ୍ତିମ ସଂସ୍କାର ପାଇଁ ବାହାରିଥିଲେ। ପିତାଙ୍କ ଶବକୁ କାନ୍ଧ ଦେବାପାଇଁ ମହେଶ ଓ ତାଙ୍କ ତିନିବନ୍ଧୁ ବାହାରିଥିଲେ କିନ୍ତୁ ନିୟତି କିଛି ଅଲଗା ଚାହୁଁଥିଲା ପିତାଙ୍କ କୋକେଇକୁ କାନ୍ଧ ଦେବାକୁ ଯାଇ ସେହି ତିନିଜଣଙ୍କ କୋକେଇ ଉଠିଗଲା।

ମୃତ୍ୟୁ ବନି ଆସିଥିଲା ଟ୍ରେଲର:-

ସୂଚନା ମୁତାବିକ, ନିମ୍ବାହେଡା ଅଧ୍ୟାପକ ମୁକେଶ ଯାଦବ ନିବାସୀ ଅନତପୁର-ଦିବରାଲା, ଥାନା ଅଜିତଗଡ଼ ନିଜ ପିତା ସୁବାଲାଲ ଙ୍କ ମୃତ୍ୟୁ ଖବର ଶୁଣି ନିଜ ବନ୍ଧୁ ମାନଙ୍କ ସହିତ ପିତାଙ୍କ ସଂସ୍କାର କରିବାପାଇଁ ଗାଁ କୁ ଯାଉଥିଲେ। ପାଖପାଖି 4 ଘଟିକା ସମୟରେ ଜୟପୁର- ଆଜମେର ହାଇୱେ ଗିଦାନୀ କଟ ପାଖରେ ଏକ ଟ୍ରେଲରତାଙ୍କ କାରକୁ ଜବରଦସ୍ତ ଧକା ମାରିଥିଲା।

ଆକ୍ସିଡେଣ୍ଟ ଏତେ ଗମ୍ଭୀର ଥିଲା ଯେ, କାରର କାଚ ସବୁ ଭାଙ୍ଗି ଚୁରମାର ହୋଇଯାଇଥିଲା। ସବୁ ଲୋକେ କାର ଭିତରେ ଫସିଗଲେ। ଦୁର୍ଘଟଣା ଶବ୍ଦ ଶୁଣି ଢ଼ାବା ପାଖରେ ଥିବା ଲୋକେ ଘାୟଲଙ୍କୁ ବଞ୍ଚାଇବାକୁ ଆସିଲେ। ଲୋକମାନେ ଘାୟଲ ବ୍ୟକ୍ତିଙ୍କୁ ଯେକୌଣସି ମତରେ ସେଠାରୁ ବାହାର କଲେ। ଆସନ୍ତୁ ଜାଣିବା ଲୋକମାନେ ତାଙ୍କୁ ବଞ୍ଚାଇବା ପରେ ମଧ୍ୟ ସେମାନେ କେମିତି ବଞ୍ଚିନଥିଲେ।

କଣପାଇଁ ଜୀବନ ବଞ୍ଚାଯାଇ ପାରିଲାନାହିଁ:-

ମୁକେଶ ଯାଦବ ନିବାସୀ ଅନତାପୁର ଓ କୈଳାସ ଜାଟ ପୁତ୍ର ଶ୍ରୀଲାଲ ଜାଟ ନିବାସୀ ଘଟଣା ସ୍ଥଳରେ ପ୍ରାଣ ହରାଇ ଦେଇଥିଲେ। ଏହାପରେ ଅନ୍ୟ ତିନିଜଣଙ୍କୁ ଆମ୍ବୁଲାନ୍ସ ସାହାର୍ଯ୍ୟରେ ହସ୍ପିଟାଲକୁ ନିଆଗଲା ଯେଉଁଠାରୁ ତାଙ୍କୁ ଏସଏମଏସ ରେଫର କରାଗଲା। ରାମନିବାସ ପୁତ୍ର ମହେନ୍ଦ୍ର ଯାଦବ ରାସ୍ତାରେ ନିଜର ପ୍ରାଣ ହରାଇଥିଲେ। ଏହାପରେ ବଲଜେନ୍ଦ୍ର ପୁତ୍ର ସୁଖଦେଵ ସିଂହ ନିବାସୀ ସାଦୁଲପୁର ଜିଲ୍ଲା ଗଙ୍ଗା ନଗର ଏସଏମଏସ ହସ୍ପିଟାଲରେ ଚିକିତ୍ସା ସମୟରେ ମୃତ୍ୟୁ ହୋଇଗଲା। ସେହିପରି ସାବରମଲ ଜାଟ ନିବାସୀଙ୍କର ହସ୍ପିଟାଲରେ ଚିକିତ୍ସା ଜାରି ରହୁଛି।

ଜୟପୁର-ଆଜମେରର ଏହି ଅବୈଧ ବୁଲାଣି ପାଖରେ କେତେକ ଦୁର୍ଘଟଣା ମଧ୍ୟ ଘଟି ସାରିଛି। ଆଜି ପୁଣି ଚାରୋଟି ଜୀବନ ଏଥିରେ ଚାଲି ଯାଇଛି, ଏହି ଅବୈଧ ବୁଲାଣି ଦେଇ ଆସୁଥିବା ଟ୍ରେଲର ହଠାତ ଦ୍ରୁତ ଗତିରେ ଆସୁଥିବା ଏକ କାର ସହିତ ଧକା ଖାଇଛି। ଦୁର୍ଘଟଣା ପରେ ଲୋକମାନଙ୍କ ମଧ୍ୟରେ ଆକ୍ରୋଶ ଖେଳି ଯାଇଥିଲା। ବୁଲାଣି ପାଖରେ ନାକୌଣସି ସାଇନ ବୋର୍ଡ଼ ଲାଗିଛି ନାକୌଣସି ସିଗ୍ନାଲ ଲାଗିଛି। ପ୍ରତ୍ୟେକ ଦିନ ଏଠାରେ ଲୋକେ ନିଜର ଜୀବନ ଏଠାରେ ହାରୁଛନ୍ତି।

ଦୁର୍ଘଟଣା କାରଣରୁ ମୋଟ 20 ମିନିଟ ଜାମ ଲାଗି ରହିଥିଲା। ନାରାଜ ହୋଇଥିବା ଲୋକେ ସେହି ଅବୈଧ ବୁଲାଣିକୁ ବନ୍ଦ କରି ପୋଲିସ ବିରୋଧରେ ପ୍ରଦର୍ଶନ କଲେ। ପୁଣି ଲୋକଙ୍କୁ ବୁଝାଶୁଝା କରିବାପରେ ସେମାନେ ଶାନ୍ତ ପଡ଼ିଥିଲେ।

Leave A Reply

Your email address will not be published.