ଫେସବୁକ ଚଲାଉଥିବା ସମୟରେ କରନ୍ତୁ ନାହିଁ ଏହି ଏହି ୩ଟି ଭୁଲ,ନଚେତ ଯିବାକୁ ପଡିବ ଜେଲ !

0

Get real time updates directly on you device, subscribe now.

ସୋସିଆଲ ମିଡ଼ିଆ ଆଜିକାଲିର ଲୋକଙ୍କ ଅଭ୍ୟାସରେ ପରିଣତ ହୋଇଗଲାଣି। ଏମାନଙ୍କ ମଧ୍ୟରୁ କିଛି ଫେସବୁକ ବ୍ୟବହାର ନିଶ୍ଚୟ କରୁଥିବେ। ଏଥିରେ ଲୋକମାନେ ନିଜର ବିଚାର ରଖିବା ସହିତ ଅନ୍ୟ ମାନଙ୍କ ଫୋଟୋରେ କମେଣ୍ଟ ଦେଇଥାନ୍ତି। କିନ୍ତୁ କେତେଥର ଏମିତି ଦେଖାଯାଇଛି କି, ଲୋକେ ବେଳେବେଳେ ଏମିତି କିଛି ଲେଖିଦେଇଥାନ୍ତି ଯାହାଦ୍ୱାରା ତାଙ୍କୁ ଟ୍ରୋଲ ହେବାକୁ ପଡ଼ିଥାଏ। କେତେଥର ଲୋକେ ଏହି ବଡ଼ ଭୁଲ କରିଦିଅନ୍ତି ଯାହାଦ୍ୱାରା ତାଙ୍କ ଉପରେ ଏହି ବଡ଼ କାର୍ଯ୍ୟବାହୀ କରାଯାଇଥାଏ। ଚାଲନ୍ତୁ ଆଜି ଆମେ ଆପଣଙ୍କୁ କିଛି ଏହିପରି କହିବୁ ଯାହାର ଧ୍ୟାନ ରଖି ଆପଣ ଫେସବୁକରେ ନିଜକୁ ସୁରକ୍ଷିତ ଅନୁଭବ କରିବେ।

ଆପତ୍ତିଜନକ ପୋଷ୍ଟ ଠାରୁ ବଞ୍ଚନ୍ତୁ:-

ଫେସବୁକରେ କିଛିବି ପୋଷ୍ଟ କରିବା ଓ ଶେୟର କରିବା ପୂର୍ବରୁ ଆପଣ ଥରେ ଦେଖନ୍ତୁ ଏହା କୌଣସି ଆପତ୍ତିଜନକ ତ ନୁହେଁ। କଣ ସେଥିରେ ଏମିତି କିଛି ଲେଖା ହୋଇନାହିଁ ତ ଯାହାକି କୌଣସି ବ୍ୟକ୍ତି, ସଂସ୍ଥା, ସମ୍ପ୍ରଦାୟକୁ ଦର୍ଶାଉଛି। ଯଦି ଆପଣଙ୍କ ପୋଷ୍ଟରେ ଏମିତି କିଛି ରହୁଛି ତାହେଲେ ଆପଣଙ୍କୁ ଜେଲ ହୋଇଯିବ।

ଅପଶବ୍ଦ ବ୍ୟବହାର କରନ୍ତୁ ନାହିଁ:-

ଯଦି ଆପଣ ଲଗାତାର ନିଜର ପୋଷ୍ଟରେ କୌଣସି ବ୍ୟକ୍ତି ଓ ସଂସ୍ଥା ବିଷୟରେ ଅପଶବ୍ଦ ବ୍ୟବହାର କରୁଛନ୍ତି ତାହେଲେ ଆପଣଙ୍କୁ ଜେଲ ଯିବାକୁ ପଡ଼ିପାରେ। ଯଦି ଆପଣଙ୍କ ପୋଷ୍ଟର ସୂଚନା ଆଇଟି ସେକ୍ଟର ହାତରେ ଲାଗିଯାଏ ତାହେଲେ ଆପଣ ଆଇନ ନଜରରେ ଆସିପାରନ୍ତି।

ଫ୍ୟାକ୍ଟ ଲେସ ସୂଚନା ଦିଅନ୍ତୁ ନାହିଁ:-

ଆଜିର ସମୟ ବହୁତ ଅଗ୍ରଗତି କରିଚାଲିଛି। ଏମିତିରେ ଲୋକେ ଭୁଲରେ ହେଉ କିମ୍ବା ଜାଣତରେ ଫ୍ୟାକ୍ଟଲେସ ସୂଚନା ପ୍ରଦାନ କରନ୍ତି ଯାହାକି ଲୋକଙ୍କୁ ଅସୁବିଧାରେ ପକାଏ। ଏଥିପାଇଁ ଯେଉଁ ବିଷୟରେ ଆପଣ ଲେଖୁଛନ୍ତି କିମ୍ବା ଶେୟର କରୁଛନ୍ତି ଥରୁଟିଏ ଆପଣ ଭଲ ଭାବରେ ଏହାଉପରେ ଜାଣିରଖନ୍ତୁ।

Leave A Reply

Your email address will not be published.