ଜାନୁଆରୀ ମାସ ୩ ତାରିଖଠାରୁ ୧୫ ରୁ ୧୮ ବର୍ଷର ପିଲାମାନଙ୍କ ପାଇଁ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଇତି ମଧ୍ୟରେ ଦେଶବ୍ୟାପୀ କୋଟିଏ ରୁ ଅଧିକ ପିଲାମାନଙ୍କ ଟିକାକରଣ ସରିଗଲାଣି। ବିଭିନ୍ନ ରାଜ୍ୟର ସରକାର ପିଲାଙ୍କର ସୂଚାରୁ ରୂପରେ ଟିକାକରଣ ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସୂଚନା ଅନୁସାରେ, ପ୍ରଥମ ଦିନ ୩୦ ଲକ୍ଷ ପିଲା ଟିକା ନେଇଥିଲେ।
ବର୍ତ୍ତମାନ ବିଶେଷଜ୍ଞମାନେ ଅଭିଭାବକମାନଙ୍କୁ ପିଲାଙ୍କର ଟିକାକରଣ ସମ୍ପର୍କରେ ଅନେକ ବିଶେଷ ପରାମର୍ଶ ଦେଇଛନ୍ତି। ଏହି କ୍ରମରେ ରେଡିକ୍ସ ହସ୍ପିଟାଲରେ ଜଣେ ଡାକ୍ତର କହିଛନ୍ତିଯେ, ଟିକା ନେବାପରେ ପିଲାମାନଙ୍କୁ ଏକା ଥରକରେ ସୁରକ୍ଷା ମିଳିବ ନାହିଁ। ପ୍ରଥମ ଡୋଜର ୪ ସପ୍ତାହ ପରେ ଦ୍ୱିତୀୟ ଡୋଜର ଟିକା ଦିଆଯିବ। ଆଉ ଏହାର ୪ ସପ୍ତାହ ପରେ ଇମ୍ୟୁନିଟି ବିକଶିତ ହୋଇଯିବ ଓ ଏହାପରେ ଯାଇ ଭାଇରସରୁ ସୁରକ୍ଷା ମିଳିବ। ଭାଇରସ ସହ ଲଢ଼ିବା ପାଇଁ ଆପଣଙ୍କୁ ଶକ୍ତି ମିଳିପାରିବ।
ଇତି ମଧ୍ୟରେ ପିଲାଙ୍କ ନିକଟରେ ଟିକା ନେବା ନେଇ ଅନେକ ଉତ୍ସାହ ମଧ୍ୟ ଦେଖିବା ପାଈଁ ମିଳୁଛି। ତେଣୁ ଏହି ସମୟରେ ପିଲାମାନଙ୍କ ଧ୍ୟାନ ରଖିବା ଜରୁରୀ ଅଟେ। କାରଣ ଯେଉଁଭଳି ଭାବରେ ୧୮ ବର୍ଷରୁ ଅଧିକ ବର୍ଗର ବ୍ୟକ୍ତିମାନେ ଟିକା ନେବା ପରେ ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ଠିକ ସେହିପରି ଭାବରେ ପିଲାଙ୍କଠାରେ ମଧ୍ୟ କିଛି ସମ୍ଭାବ୍ୟ ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଇପାରେ। ତେଣୁ ଏ ବିଷୟରେ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ। ଖୁବ ସ୍ୱଳ୍ପ ଧରଣର ପାର୍ଶ୍ଵ ପ୍ରତିକ୍ରିୟା ଦେଖାଦେଇପାରେ। କାରଣ ଏହିସବୁ ସ୍ୱଳ୍ପ ପାର୍ଶ୍ଵ ପ୍ରତିକ୍ରିୟା ଦର୍ଶାଏଯେ, ଟୀକା ତାର ପ୍ରଭାବ ଆରମ୍ଭ କରିଛି।
ଟିକା ନେବା ପରେ ପିଲାମାନଙ୍କ ନିକଟରେ ଲାଲ ରଙ୍ଗର ଦାଗ କିମ୍ବା ସେହି ସ୍ଥାନରେ ଦରଜ ମଧ୍ୟ ହୋଇପାରେ। ଟିକା ନେବା ପରେ ସେମାନେ ଅଚେତ ମଧ୍ୟ ହୋଇଯାଇପାରନ୍ତି। ତେଣୁ ଟିକା ନେବା ପରେ ୧୫ ମିନିଟ୍ ଗୋଟିଏ ସ୍ଥାନରେ ବସିବା ଆବଶ୍ୟକ। ଯାହା ଫଳରେ ଅଚେତ ହେବାର ଆଶଙ୍କା ବହୁତ କମ ହୋଇଯାଏ। ସେହିପରି ସ୍ୱଳ୍ପ ଧରଣର ଜ୍ୱର ମଧ୍ୟ ହେବାର ସମ୍ଭାବନା ଅଛି। ଥକ୍କାପଣ ଓ ଶରୀରରେ ବିଭିନ୍ନ ଅଙ୍ଗରେ ଯନ୍ତ୍ରଣା ମଧ୍ୟ ଅନୁଭୂତ ହେବ।