ପ୍ରେମ ପାଇଁ ପାକିସ୍ତାନରେ ପହଞ୍ଚିଲେ ଯୁବତୀ, ତାପରେ ଏମିତି କିଛି ହେଲା ଯେ ସିଧା ବିଲ୍ଡିଂରୁ ଡେଇଁପଡ଼ିଲେ,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଅନେକଥର ସମ୍ପର୍କକୁ ନେଇ ଏପରି ଅନେକ କାହାଣୀ ସାମ୍ନାକୁ ଆସିଥାଏ, ଯାହାକୁ ଶୁଣି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାନ୍ତି ଏବଂ ଅନେକଥର ସମ୍ପର୍କ ମଧ୍ୟରେ ଏପରି କିଛି ହୁଏ , ଯାହା ଦୁହିଁଙ୍କ ପାଇଁ ବହୁତ୍ କ୍ଷତି ପ୍ରମାଣିତ ହୁଏ । ଏହିପରି ଗୋଟିଏ ଆଶ୍ଚର୍ଯ୍ୟଜନକ ମାମଲା ପାକିସ୍ତାନରୁ ସାମ୍ନାକୁ ଆସିଛି ।

କୁହାଯାଉଛି ଯେ ଯେଉଁଠାରେ ଜଣେ ରୁଷିଆ ଝିଅ ପହଞ୍ଚି ଗଲେ, ସେଠାରେ ଏମିତି କିଛି ହେଲା ଯେ ସେ ଆତ୍ମହତ୍ୟା କରିବାକୁ ଚେଷ୍ଟା କଲେ ଏବଂ ଝରକାରୁ ଡେଇଁ ପଡ଼ିଲେ । ଆସନ୍ତୁ ଜାଣିବା ଏହି ପୁରା ପ୍ରେମ କାହାଣୀ …

କୁହାଯାଉଛି ଯେ ନିଜ ପ୍ରେମିକଙ୍କୁ ଖୋଜି ଖୋଜି ଜଣେ ରୁଷିଆର ଯୁବତୀ ପାକିସ୍ତାନରେ ପହଁଚିଗଲେ । କିନ୍ତୁ ସେଠାରେ ଏମିତି କିଛି ହେଲା ଯେ ସେ ହୋଟେଲର ବିଲ୍ଡିଂରୁ ଡେଇଁ ଜୀବନ ଦେବାକୁ ଚେଷ୍ଟା କଲେ ।

ଉଲ୍ଲେଖଯୋଗ୍ୟ ଯେ ଏହି ଘଟଣା ପାକିସ୍ତାନର ମୂଲ୍ଟାନ ସହରର ଅଟେ ଏବଂ ରୁଷିଆର ଯୁବତୀ ଦୁବାଇରୁ ପାକିସ୍ତାନରେ ପହଞ୍ଚି ଥିଲେ । ସେ ପ୍ରଥମେ ନିଜ ପ୍ରେମିକଙ୍କୁ ଖୋଜିବାରେ ଲାଗିଲେ, କିନ୍ତୁ ଯେତେବେଳେ ସେ ମିଳିଲା ନାହିଁ, ସେତେବେଳେ ସେ ଆତ୍ମହତ୍ୟା କରିବାପାଇଁ ହୋଟେଲର ବିଲଡିଂରୁ ଡେଇଁ ପଡ଼ିଲେ ।

କୁହାଯାଉଛି ଯେ ଡନ ପାକିସ୍ତାନର ଗୋଟିଏ ପ୍ରତିଷ୍ଠିତ ଖବରକାଗଜ ଅଟେ ଏବଂ ତା ଅନୁଯାୟୀ ରୁଷିଆର ଯୁବତୀଙ୍କ ନାମ କରିଷ୍ଟିନା ମର୍କୁଲୋଭା ଅଟେ । ତେବେ କରିଷ୍ଟିନା ମର୍କୁଲୋଭାଙ୍କର ଦାବି ରହିଛି ଯେ ମୂଳତଃ ପାକିସ୍ତାନୀ ବାସିନ୍ଦା ଅବ୍ଦୁଲା ନାମକ ବ୍ୟକ୍ତି ତାଙ୍କର ପ୍ରେମିକ ଅଟନ୍ତି ଏବଂ ଦୁହେଁ ଦୁବାଇରେ ଏକାଠି ରହୁଥିଲେ ।

ଦିନେ ଅଚାନକ ଅବ୍ଦୁଲା ତାଙ୍କୁ ଦୁବାଇରେ ଛାଡି ପାକିସ୍ତାନ ଚାଲିଗଲା, ତେଣୁ ସେ ତାଙ୍କୁ ଖୋଜିବା ପାଇଁ ଏଠାକୁ ଆସିଥିଲେ ।କିନ୍ତୁ ସେ ଏଠାରେ ମଧ୍ୟ ମିଳିଲେ ନାହିଁ । ଯେଉଁଥିପାଇଁ ସେ ନିରାଶ ହୋଇ ଆତ୍ମହତ୍ୟା କରିବାର ପଦକ୍ଷେପ ନେବାପାଇଁ ବାଧ୍ୟ ହେଲେ ।

ତେବେ ପାକିସ୍ତାନ ପହଞ୍ଚିବା ପରେ କରିଷ୍ଟିନା ମର୍କୁଲୋଭା ମୁଲ୍ଟାନ ର ଗୋଟିଏ ହୋଟେଲରେ ରୁମ୍ ନେଲେ ଏବଂ ନିଜ ପ୍ରେମିକ ଙ୍କୁ ଫୋନ୍ କରିବାରେ ଲାଗିଲେ । କିନ୍ତୁ ତାଙ୍କ ପ୍ରେମିକଙ୍କ ଫୋନ୍ ଲଗାତାର ବନ୍ଦ୍ ଅଛି ବୋଲି ଜଣାପଡ଼ିଲା ।

Leave A Reply

Your email address will not be published.